ପୁଲିସ କର୍ମଚାରୀଙ୍କ ଲାଗି ଆଦର୍ଶ : ବର୍ଷକର ଶିଶୁକୁ ଧରି ଟ୍ରାଫିକ ସମ୍ଭାଳୁଛନ୍ତି କନଷ୍ଟେବଳ ପ୍ରିୟଙ୍କା

ଚଣ୍ଡିଗଡ : ଅନେକ ସମୟରେ ପୁଲିସର କାର୍ଯ୍ୟକଳାପକୁ ନେଇ ସମାଲୋଚନା କରାଯାଉଥିବାବେଳେ ଜଣେ ମହିଳା ପୁଲିସ କର୍ମଚାରୀଙ୍କ କର୍ତ୍ତବ୍ୟପରାୟଣତା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଶୁକ୍ରବାର ଚଣ୍ଡିଗଡରେ ଟ୍ରାଫିକ ପୁଲିସର ଜଣେ ମହିଳା କନଷ୍ଟେବଳ ପ୍ରିୟଙ୍କା ନିଜର ଏକ ବର୍ଷର ଶିଶୁପୂତ୍ରକୁ କୋଳରେ ଧରି ଟ୍ରାଫିକ ପରିଚାଳନା କରୁଥିବା ଦେଖିବାକୁ ମିଳିଛି। ସେ ମା’ର ଦାୟିତ୍ବ ସହିତ ନିଜ କର୍ତ୍ତବ୍ୟ ସମ୍ପାଦନ କରି ପୁଲିସ କର୍ମଚାରଙ୍କ ଲାଗି ଉଦାହରଣ ପାଲଟି ଯାଇଛନ୍ତି। Chandigarh Police woman […]

ଚଣ୍ଡିଗଡ : ଅନେକ ସମୟରେ ପୁଲିସର କାର୍ଯ୍ୟକଳାପକୁ ନେଇ ସମାଲୋଚନା କରାଯାଉଥିବାବେଳେ ଜଣେ ମହିଳା ପୁଲିସ କର୍ମଚାରୀଙ୍କ କର୍ତ୍ତବ୍ୟପରାୟଣତା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଶୁକ୍ରବାର ଚଣ୍ଡିଗଡରେ ଟ୍ରାଫିକ ପୁଲିସର ଜଣେ ମହିଳା କନଷ୍ଟେବଳ ପ୍ରିୟଙ୍କା ନିଜର ଏକ ବର୍ଷର ଶିଶୁପୂତ୍ରକୁ କୋଳରେ ଧରି ଟ୍ରାଫିକ ପରିଚାଳନା କରୁଥିବା ଦେଖିବାକୁ ମିଳିଛି। ସେ ମା’ର ଦାୟିତ୍ବ ସହିତ ନିଜ କର୍ତ୍ତବ୍ୟ ସମ୍ପାଦନ କରି ପୁଲିସ କର୍ମଚାରଙ୍କ ଲାଗି ଉଦାହରଣ ପାଲଟି ଯାଇଛନ୍ତି।


ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଚଣ୍ଡିଗଡ ସେକ୍ଟର୧୫-୨୩ ଛକରେ କାର୍ଯ୍ୟରତ ଥିବା ସମୟରେ ଦିନ ୧୧ଟାରେ ପ୍ରିୟଙ୍କାଙ୍କ ଏହି ଭିଡିଓଟି ନିଆଯାଇଥିଲା। ଶୁକ୍ରବାର ବିଳମ୍ବିତ ରାତି ସୁଦ୍ଧା ହଜାର ହଜାର ଲୋକ ଏହାକୁ ଦେଖି ସାରିଲେଣି। ଲୋକମାନେ ତାଙ୍କ ଜୋଶକୁ ସଲାମ୍ କରୁଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ ଶିଶୁ ଛୋଟଥିବାରୁ ତାଙ୍କ ବିନା ସେ ରହିପାରୁ ନାହିଁ। ପରିବାର ଲୋକ ଅନେକ ସମୟରେ ଶିଶୁକୁ ଧରି ସେ କାର୍ଯ୍ୟରତ ଥିବା ସ୍ଥାନକୁ ନେଇଆସନ୍ତି। ଶିଶୁ କାନ୍ଦିଲେ ତାଙ୍କୁ କୋଳରେ ଧରି କାମ କରିଥାଏ। କିନ୍ତୁ କେବେ ହେଲେ କାର୍ଯ୍ୟରେ ଅବହେଳା କରିନଥାଏ ବୋଲି ପ୍ରିୟଙ୍କା କହିଛନ୍ତି।

About The Author: The Sakala