ଲାଲୁ ଯାଦବଙ୍କ ଘରେ ସିବିଆଇ ଚଢଉ : ଦିଲ୍ଲୀ ଓ ପାଟଣା ସମେତ ୧୭ଟି ସ୍ଥାନରେ ଚାଲିଛି ରେଡ୍

ପାଟନା : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପିଛା ଛାଡୁନି ବିବାଦ। କିଛି ସପ୍ତାହ ପୂର୍ବରୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆର୍‌ଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଥିଲା। ହେଲେ ଏବେ ପୁଣି ଲାଲୁଙ୍କ ସିବିଆଇ ରେଡ୍‌ କରିଛି। ଆଜି ସକାଳୁ ସକାଳୁ ଲାଲୁଙ୍କ ଘରେ ପଶିଛି ସିବିଆଇ। ତାଙ୍କର ଦିଲ୍ଲୀ, ପାଟଣା ସମେତ ପାଖାପାଖି ୧୭ଟି ଠିକଣାରେ ସିବିଆଉ ଚଢଉ କରିଛି । ଲାଲୁ ଯାଦବ ରେଳ ମନ୍ତ୍ରୀ […]

ପାଟନା : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପିଛା ଛାଡୁନି ବିବାଦ। କିଛି ସପ୍ତାହ ପୂର୍ବରୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆର୍‌ଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଥିଲା। ହେଲେ ଏବେ ପୁଣି ଲାଲୁଙ୍କ ସିବିଆଇ ରେଡ୍‌ କରିଛି। ଆଜି ସକାଳୁ ସକାଳୁ ଲାଲୁଙ୍କ ଘରେ ପଶିଛି ସିବିଆଇ। ତାଙ୍କର ଦିଲ୍ଲୀ, ପାଟଣା ସମେତ ପାଖାପାଖି ୧୭ଟି ଠିକଣାରେ ସିବିଆଉ ଚଢଉ କରିଛି ।

ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ସମୟରେ ରେଲ୍‌ୱେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ୨୦୦୪ ଓ ୨୦୦୯ ମସିହା ମଧ୍ୟରେ ଏହି ଦୁର୍ନୀତି ହୋଇଥିଲା। ଏହି ମାମଲାରେ ଲାଲୁଙ୍କ ବ୍ୟତୀତ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି। ଏହାକୁ ଆଧାର କରି ସିବିଆଇ ଏବେ ମାମଲା କରିଛି। ମାମଲା ରୁଜୁ କରିବା ପରେ ଆଜି ଲାଲୁ ଓ ତାଙ୍କ ଝିଅ ମିଶା ଭାରତୀଙ୍କ ୧୭ଟି ଠିକଣାରେ ଏକକାଳୀନ ଚଢ଼ଉ ଆରମ୍ଭ କରିଛି।

ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ବେଳେ କିଛି ଲୋକଙ୍କୁ ଚାକିରି ଦେବା ପାଇଁ ଲାଞ୍ଚ ଆକାରରେ ଲାଲୁ ଓ ତାଙ୍କ ପରିବାର ଲୋକ ଜମି ବା ପ୍ଲଟ ନେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଯାଞ୍ଚ ଆରମ୍ଭ ହୋଇଥିଲା। ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିବା ପରେ ଏବେ ସିବିଆଇ ବିଧିବଦ୍ଧ ଭାବେ ଏଫଆଇଆର ରୁଜୁ କରିଛି। ନିଯୁକ୍ତି ପାଇଁ ଜମି ଲାଞ୍ଚ ଆକାରରେ ଦିଆଯାଥିବା ଘଟଣାରେ ଲାଲୁ ଓ ତାଙ୍କ ଝିଅ ମିଶା ଭାରତୀଙ୍କ ନାଁରେ ଏଫଆଇଆର ହୋଇଛି। ଏଫଆଇଆରକୁ ଆଧାର କରି ଆଜି ପାଟନାର ଏକାଧିକ ସ୍ଥାନ ସହ ଗୋପାଳଗଞ୍ଜ ଓ ଦିଲ୍ଲୀରେ ରେଡ୍‌ ହୋଇଛି। ଲାଲୁ ଯାଦବ, ତାଙ୍କ ପତ୍ନୀ ରାବ୍ରୀ ଦେବୀ ଓ ଝିଅ ମିଶା ଭାରତୀଙ୍କ ମୋଟ ୧୭ଟି ସ୍ଥାନରେ ଏକକାଳୀନ ରେଡ ଚାଲିଛି।

About The Author: The Sakala