ନୂଆଦିଲ୍ଲୀ : ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସ ଘୋଷଣା କରାଯାଇଛି । ବୋନସ ନେଇ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀ କରି କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।
ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସ ନେଇ ନିଷ୍ପତ୍ତି ହୋଇଛି। ରେଳ କର୍ମଚାରୀଙ୍କୁ ସର୍ବାଧିକ ୧୭,୯୫୧ ଟଙ୍କା ପର୍ଯ୍ୟନ୍ତ ବୋନସ । ରେଲୱେର ୧୧.୨୭ ଲକ୍ଷ କର୍ମଚାରୀ ପାଇବେ ୧୮୩୨ କୋଟି ଟଙ୍କା।
ସୂଚନା ମୁତାବକ, ରେଳ କର୍ମଚାରୀଙ୍କୁ ବୋନସ୍ ପାଇଁ ୧୮୨୩ କୋଟି ଟଙ୍କା ମଞ୍ଜୁର ହୋଇଛି । ଏନେଇ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ତେବେ ଯୋଗ୍ୟ ରେଳ କର୍ମଚାରୀଙ୍କୁ ପିଏଲବି ପେମେଣ୍ଟ ଭାବେ ୭୦୦୦ ଟଙ୍କା ପ୍ରତିମାସରେ ଦିଆଯାଉଛି । ୭୮ ଦିନ ହିସାବରେ କର୍ମଚାରୀଙ୍କୁ ସର୍ବାଧିକ ୧୭,୯୫୧ ଟଙ୍କା ପର୍ଯ୍ୟନ୍ତ ବୋନସ୍ ମିଳିବ । ରେଳୱେ ଗତବର୍ଷ ନିଜ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ ଦେଇଥିଲା । ଜଣେ ରେଳ କର୍ମଚାରୀଙ୍କୁ ୩୦ ଦିନ ହିସାବରେ ୭୦୦୦ ଟଙ୍କା ବୋନସ୍ ଦିଆଯାଇଥିଲା । ଏଭଳି ପରିସ୍ଥିତିରେ ୭୮ ଦିନ ପାଇଁ କର୍ମଚାରୀଙ୍କୁ ପ୍ରାଖାପାଖି ୧୮,୦୦୦ ଟଙ୍କା ବୋନସ୍ ଦିଆଯାଇଥିଲା।