ବିହାର: କୋଭିଡ କଟକଣା ମଧ୍ଯରେ ଆରମ୍ଭ ହେବ ଦ୍ବାଦଶ ବୋର୍ଡ ପରୀକ୍ଷା

ପାଟନା: କରୋନା ସମୟରେ ବିହାର ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। କୋଭିଡ ଗାଇଡ ଲାଇନ ପାଳନ କରାଯାଇ ଆରମ୍ଭ ହେବାକୁ ଯାଉଛି ଦ୍ୱାଦଶ ବାର୍ଷିକ ବୋର୍ଡ ପରୀକ୍ଷା । ବିହାର ବିଦ୍ଯାଳୟ ପରୀକ୍ଷା କମିଟି ତଥା ( BSEB) ର ଦ୍ୱାଦଶ ବାର୍ଷିକ ବୋର୍ଡ ପରୀକ୍ଷା ମଙ୍ଗଳବାର ଅର୍ଥାତ ଫେବୃଆରୀ ୧ ରୁ ଆରମ୍ଭ ହେବାକୁ ଯାଉଛି। ପରୀକ୍ଷା ପରିଚାଳନା ଏବଂ ପ୍ରାର୍ଥୀଙ୍କୁ ସାହାଯ୍ୟ କରିବା ପାଇଁ BSEB ଏକ ନିୟନ୍ତ୍ରଣ କକ୍ଷ ମଧ୍ୟ ଆରମ୍ଭ […]

ପାଟନା: କରୋନା ସମୟରେ ବିହାର ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। କୋଭିଡ ଗାଇଡ ଲାଇନ ପାଳନ କରାଯାଇ ଆରମ୍ଭ ହେବାକୁ ଯାଉଛି ଦ୍ୱାଦଶ ବାର୍ଷିକ ବୋର୍ଡ ପରୀକ୍ଷା । ବିହାର ବିଦ୍ଯାଳୟ ପରୀକ୍ଷା କମିଟି ତଥା ( BSEB) ର ଦ୍ୱାଦଶ ବାର୍ଷିକ ବୋର୍ଡ ପରୀକ୍ଷା ମଙ୍ଗଳବାର ଅର୍ଥାତ ଫେବୃଆରୀ ୧ ରୁ ଆରମ୍ଭ ହେବାକୁ ଯାଉଛି। ପରୀକ୍ଷା ପରିଚାଳନା ଏବଂ ପ୍ରାର୍ଥୀଙ୍କୁ ସାହାଯ୍ୟ କରିବା ପାଇଁ BSEB ଏକ ନିୟନ୍ତ୍ରଣ କକ୍ଷ ମଧ୍ୟ ଆରମ୍ଭ କରିଛି। ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ୧୬ ଜାନୁୟାରୀ ୨୦୨୨ ରେ ଜାରି ହୋଇସାରିଛି। ଆଡମିଟ୍ କାର୍ଡ କେବଳ ସ୍କୁଲ୍ ପ୍ରିନ୍ସିପାଲ୍ ଦ୍ୱାରା ଡାଉନଲୋଡ୍ ହୋଇପାରିବ। ଯେଉଁ ଛାତ୍ରଛାତ୍ରୀମାନେ ଏପର୍ଯ୍ୟନ୍ତ ନିଜ ନିଜ ବିଦ୍ୟାଳୟରୁ ଆଡମିଟ୍ କାର୍ଡର ହାର୍ଡ କପି ନେଇ ନାହାଁନ୍ତି, ସେମାନେ ଏହାକୁ ଶୀଘ୍ର ନେବା ଉଚିତ୍ ବୋଲି ବିଏସଇବି ପକ୍ଷରୁ କୁହାଯାଇଛି।

ବିହାର ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧ ରୁ ଆରମ୍ଭ ହୋଇ ଫେବୃଆରୀ ୧୪ ପର୍ଯ୍ଯନ୍ତ ଚାଲିବ। ରାଜ୍ୟର ୧୪୭୧  ପରୀକ୍ଷା କେନ୍ଦ୍ରରେ କରାଯିବ। ବୋର୍ଡ ପରୀକ୍ଷା ଦୁଇଟି ସିଫ୍ଟରେ କରାଯିବ। ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀରେ ମୋଟ ୧୩,୪୫,୯୩୯ ଛାତ୍ରଛାଚ୍ରୀ ପଞ୍ଜୀକୃତ ହୋଇଛନ୍ତି। ଏଥିମଧ୍ୟରୁ ୬,୪୮, ୫୧୮ ଛାତ୍ରୀ ହୋଇଥିବାବେଳେ ୬,୯୭,୪୨୧ ଛାତ୍ର ଅଟନ୍ତି।

ପରୀକ୍ଷାର ସଫଳ ପରିଚାଳନା ପାଇଁ ବିହାର ସରକାରଙ୍କ ଦ୍ୱାରା ପରୀକ୍ଷା କେନ୍ଦ୍ରର ୨୦୦ ମିଟର ମଧ୍ୟରେ ୧୪୪ ଧାରା ଲାଗୁ ହୋଇଛି । ଏଥି ସହିତ କୋଭିଡ -1୧୯ ର ପ୍ରତିରୋଧ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରି ପରୀକ୍ଷା ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ଛାତ୍ର ଏବଂ ଡ୍ୟୁଟି କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କାହାକୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। କାଗଜପତ୍ର ଆରମ୍ଭ ହେବାର ୧୦  ମିନିଟ୍ ପୂର୍ବରୁ ପ୍ରାର୍ଥୀଙ୍କ ପ୍ରବେଶ ମଧ୍ୟ ବନ୍ଦ ରହିବ। କାଗଜ ଏବଂ ଉତ୍ତର ସିଟର ନିର୍ଦ୍ଦେଶାବଳୀ ପଢିବା ଏବଂ ବିଝିବା ପାଇଁ ୧୫ମିନିଟ୍ ଅତିରିକ୍ତ ସମୟ ଦିଆଯିବ।

 

About The Author: The Sakala