ଅଭିନେତା ସୋନୁ ସୁଦ୍‌ କରୋନା ପଜିଟିଭ

ମୁମ୍ବାଇ : ବଲିଉଡ଼ରେ କରୋନା ଆତଙ୍କ। ଜଣଙ୍କ ପରେ ଜଣେ କରୋନାରେ ସଂକ୍ରମିତ ହେଉଥିବା ଖବର ଆସୁଛି। ଏହାରି ମଧ୍ୟରେ କରୋନା ପାଇଁ ଦେଶର ଲକ୍‌ଡାଉନ୍‌ ବେଳେ ଲୋକଙ୍କୁ ଲକ୍ଷଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ଘରକୁ ପଠାଇ । ଅନେକଙ୍କ ଆବଶ୍ୟକତା ପୂରଣ କରିବା ସହ ଶହଶହ ଲୋକଙ୍କୁ ରୋଜଗାର ଦେଇ ରିଅଲ୍ ହିରୋ ପାଲଟିଥିଲେ ସୋନୁ ସୁଦ କରୋନା ସଂକ୍ରମିତ ହୋଇଛନ୍ତି। ଶନିବାର ସେ ସୂଚନା ଦେଇଛନ୍ତି ଯେ ତାଙ୍କ କୋଭିଡ ଟେଷ୍ଟ ପଜିଟିଭ ଆସିଛି। ଏହାସହ […]

ମୁମ୍ବାଇ : ବଲିଉଡ଼ରେ କରୋନା ଆତଙ୍କ। ଜଣଙ୍କ ପରେ ଜଣେ କରୋନାରେ ସଂକ୍ରମିତ ହେଉଥିବା ଖବର ଆସୁଛି। ଏହାରି ମଧ୍ୟରେ କରୋନା ପାଇଁ ଦେଶର ଲକ୍‌ଡାଉନ୍‌ ବେଳେ ଲୋକଙ୍କୁ ଲକ୍ଷଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ଘରକୁ ପଠାଇ । ଅନେକଙ୍କ ଆବଶ୍ୟକତା ପୂରଣ କରିବା ସହ ଶହଶହ ଲୋକଙ୍କୁ ରୋଜଗାର ଦେଇ ରିଅଲ୍ ହିରୋ ପାଲଟିଥିଲେ ସୋନୁ ସୁଦ କରୋନା ସଂକ୍ରମିତ ହୋଇଛନ୍ତି। ଶନିବାର ସେ ସୂଚନା ଦେଇଛନ୍ତି ଯେ ତାଙ୍କ କୋଭିଡ ଟେଷ୍ଟ ପଜିଟିଭ ଆସିଛି। ଏହାସହ ଅଭିନେତା ଆହୁରି ମଧ୍ୟ କହିଛନ୍ତି ଯେ ସେ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ନିଜକୁ କ୍ବାରେଣ୍ଟାଇନରେ ରଖିଛନ୍ତି।


ସେହିପରି ସେ ଟ୍ବିଟରେ କୋରୋନା ପଜିଟିଭ ସୂଚନା ଦେଇ ଲେଖିଛନ୍ତି, ‘ନମସ୍କାର ବନ୍ଧୁ, ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ମୋ କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଛି । ଏଥିପାଇଁ ନିଜକୁ ମୁଁ କ୍ବାରେଣ୍ଟାଇନ କରିଦେଇଛି । ଚିନ୍ତା କରିବାର କୌଣସି କଥା ନାହିଁ । ଏବେ ପୂର୍ବ ଅପେକ୍ଷା ମୋ ପାଖରେ ଅଧିକ ସମୟ ରହିବ ।’

About The Author: The Sakala