ମନୀଷ ସିସୋଦିଆଙ୍କ ବିରୋଧରେ ବିଜେପିର ପୋଷ୍ଟର ୱାର୍, ସିସୋଦିଆଙ୍କୁ ‘ଲୁଟେରା’ ବୋଲି କହିଲେ ଦିଲ୍ଲୀର ଭାଜପା ମୁଖ୍ୟ

ନୂଆଦିଲ୍ଲୀ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଆପ୍‌) ନେତା ମନିଷ ସିସୋଦିଆଙ୍କୁ ନେଇ ରାଜନୀତି ସରଗରମ ରହିଛି । ଆଗକୁ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ରହିଥିବା ବେଳେ ବିଜେପି ଆରମ୍ଭ କରିଛି ପୋଷ୍ଟର ୱାର୍। ରବିବାର ଆକ୍ରମଣାତ୍ମକ ଢଙ୍ଗରେ ଦିଲ୍ଲୀର ଭାଜପା ମୁଖ୍ୟ ଏକ ପୋଷ୍ଟର ମାଧ୍ୟମରେ ସିସୋଡିଆଙ୍କୁ ‘ଲୁଟେରା’ ବୋଲି କହିଛନ୍ତି । Beware of these lootera's. pic.twitter.com/7EamPxrj6e — BJP Delhi (@BJP4Delhi) November 13, 2022 ୨୦୧୩ରେ ବଲିଉଡର […]

ନୂଆଦିଲ୍ଲୀ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଆପ୍‌) ନେତା ମନିଷ ସିସୋଦିଆଙ୍କୁ ନେଇ ରାଜନୀତି ସରଗରମ ରହିଛି । ଆଗକୁ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ରହିଥିବା ବେଳେ ବିଜେପି ଆରମ୍ଭ କରିଛି ପୋଷ୍ଟର ୱାର୍। ରବିବାର ଆକ୍ରମଣାତ୍ମକ ଢଙ୍ଗରେ ଦିଲ୍ଲୀର ଭାଜପା ମୁଖ୍ୟ ଏକ ପୋଷ୍ଟର ମାଧ୍ୟମରେ ସିସୋଡିଆଙ୍କୁ ‘ଲୁଟେରା’ ବୋଲି କହିଛନ୍ତି ।


୨୦୧୩ରେ ବଲିଉଡର ରିଲିଜ ହୋଇଥିବା ଫିଲ୍ମ ‘ଲୁଟେର’ର ପୋଷ୍ଟରରେ ଫଟୋ ବଦଳାଇ ସିସୋଦିଆଙ୍କୁ ଟାର୍ଗେଟ କରାଯାଇଛି। ପ୍ରକୃତରେ ଫିଲ୍ମ ‘ଲୁଟେର’ରେ ରଣବୀର ସିଂହ ଓ ସୋନାକ୍ଷୀ ସିହ୍ନା ଲିଡ୍ ରୋଲ୍‌ରେ ଥିଲେ। ଏହି ଫିଲ୍ମର ପୋଷ୍ଟରକୁ ଫଟୋସପ୍ କରି ଏଥିରେ ରଣବୀରଙ୍କ ସ୍ଥାନରେ ମନୀଷ ସିସୋଦିଆଙ୍କ ଫଟୋ ଲଗାଇ ବିଜେପି ତାଙ୍କୁ ଲୁଟେରା ଆଖ୍ୟା ଦେଇଛି। କେବଳ ସେତିକି ନୁହେଁ ପ୍ରଡକ୍ସନ ହାଉସର ନାଁ ମହାଠକ ସୁକେଶର ଥିବା ବେଳେ ନିର୍ଦ୍ଦେଶ ଅରବିନ୍ଦ କେଜ୍ରିୱାଲ ବୋଲି ପୋଷ୍ଟର୍‌ରେ ଲେଖା ଅଛି।ଅବକାରୀ ନୀତିରେ କଥିତ ଘୋଟାଲାକୁ ନେଇ ଭାଜପା ଏଏପି ନେତାଙ୍କୁ ଏଭଳି ଦର୍ଶାଇଛି।

About The Author: The Sakala