ରଣଦୀପ ସୂର୍ଯ୍ୟେୱାଲାଙ୍କ ବିବାଦୀୟ ବୟାନ : କହିଲେ, “ବିଜେପିକୁ ଭୋଟ୍ ଦେଉଥିବା ଲୋକ ରାକ୍ଷସ”, କଡ଼ା ଜବାବ ରଖିଲା ବିଜେପି

ନୂଆଦିଲ୍ଲୀ : କଂଗ୍ରେସ ରାଜ୍ୟସଭା ସାଂସଦ ରଣଦୀପ ସୂର୍ଯ୍ୟେୱାଲା ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସୂର୍ଯ୍ୟେୱାଲା କହିଛନ୍ତି ଯେ ବିଜେପିକୁ ଯେଉଁମାନେ ଭୋଟ ଦେଇଛନ୍ତି, ଆଉ ସମର୍ଥନ କରୁଛନ୍ତି ସେମାନେ ରାକ୍ଷସ। ହରିୟାଣାର କୈଥଲରେ ଏକ ଜନସଭାରେ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା ଦେଇଥିବା ଏହି ମନ୍ତବ୍ୟକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ସୂର୍ଯ୍ୟେୱାଲାଙ୍କ ଏହି ମନ୍ତବ୍ୟ ନେଇ ତୀବ୍ର ଆପତ୍ତି ଜଣାଇଛି ବିଜେପି । ସୂର୍ଯ୍ୟେୱାଲାଙ୍କ ଏପରି ବୟାନ ପରେ […]

ନୂଆଦିଲ୍ଲୀ : କଂଗ୍ରେସ ରାଜ୍ୟସଭା ସାଂସଦ ରଣଦୀପ ସୂର୍ଯ୍ୟେୱାଲା ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସୂର୍ଯ୍ୟେୱାଲା କହିଛନ୍ତି ଯେ ବିଜେପିକୁ ଯେଉଁମାନେ ଭୋଟ ଦେଇଛନ୍ତି, ଆଉ ସମର୍ଥନ କରୁଛନ୍ତି ସେମାନେ ରାକ୍ଷସ। ହରିୟାଣାର କୈଥଲରେ ଏକ ଜନସଭାରେ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା ଦେଇଥିବା ଏହି ମନ୍ତବ୍ୟକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ସୂର୍ଯ୍ୟେୱାଲାଙ୍କ ଏହି ମନ୍ତବ୍ୟ ନେଇ ତୀବ୍ର ଆପତ୍ତି ଜଣାଇଛି ବିଜେପି । ସୂର୍ଯ୍ୟେୱାଲାଙ୍କ ଏପରି ବୟାନ ପରେ ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଏହା କଂଗ୍ରେସର ଅହଂକାରକୁ ଦର୍ଶାଉଛି। ତାଙ୍କର ଏଭଳି ମନ୍ତବ୍ୟର ଜବାବ ଭୋଟର ହିଁ ଦେବେ ।


ରବିବାର ହରିୟାଣାର କୈଥଲରେ କଂଗ୍ରେସର ‘ଜନ ନେଇ ଆକ୍ରୋଶ ରାଲି’ରେ ରଣଦୀପ ସୁରଜେୱାଲା ଏପରି ବିବାଦୀୟ ବୟାନ ଦେଇଥିଲେ। ସୂର୍ଯ୍ୟେୱାଲା ତାଙ୍କ ଭାଷଣରେ କହିଥିଲେ, ‘ଚାକିରୀ ନ ଦିଅ, ଅନ୍ତତଃ ପକ୍ଷେ ଚାକିରିରେ ବସିବାକୁ ସୁଯୋଗ ଦିଅ।’ ସୁରଜେୱାଲା କହିଥିଲେ “ମନୋହର ଲାଲ ଖଟ୍ଟର ଏବଂ ଦୁଷ୍ୟନ୍ତ ଚୌଟାଲା ଯୁବକଙ୍କ ଭବିଷ୍ୟତ ବଜାରରେ ନିଲାମ କରି ବିକୁଛନ୍ତି। ଚାକିରୀ ନ ଦିଅ, କିନ୍ତୁ ଅନ୍ତତଃ ପକ୍ଷେ ଏକ ଚାକିରିରେ ବସିବାକୁ ସୁଯୋଗ ଦିଅ । କିନ୍ତୁ ବିଜେପି ଏହି ସୁଯୋଗ ବି ଛଡ଼ାଇ ନେଇଛି । ଯିଏ ବିଜେପିକୁ ଭୋଟ୍ ଦିଅନ୍ତି ଏବଂ ବିଜେପିକୁ ସମର୍ଥନ କରନ୍ତି ସେମାନେ ରାକ୍ଷସ ପ୍ରକୃତିର। ଆଜି ମୁଁ ସେମାନଙ୍କୁ ମହାଭାରତର ଏହି ଦେଶରୁ ଅଭିଶାପ ଦେଉଛି। ”

ସୂର୍ଯ୍ୟେୱାଲାଙ୍କ ଏହି ବୟାନକୁ ନେଇ ବିବାଦ ଦେଖାଦେଇଛି । ଏନେଇ କଂଗ୍ରେସ ଓ ସୂର୍ଯ୍ୟେୱାଲାକୁ ଆକ୍ରମଣ କରିଛି ବିଜେପି ।ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି, କେବଳ ରାକ୍ଷସ ପ୍ରକୃତିର ପରିବାରରୁ ଆସିଥିବା ବ୍ୟକ୍ତି ହିଁ ଏପରି ବୟାନ ଦେଇପାରିବେ।ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ସୂର୍ଯ୍ୟେୱାଲାଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଶିବରାଜ କହିଛନ୍ତି, “ଯେତେବେଳେ ମନୁଷ୍ୟର ବିନାଶ ହୁଏ, ପ୍ରଥମେ ତାର ବିବେକ ମରିଯାଏ। ଏହି କଂଗ୍ରେସ ନେତାମାନେ କହୁଛନ୍ତି ଯେ ଲୋକମାନେ ରାକ୍ଷସ, ବିଜେପି ପାଇଁ ଭୋଟ୍ ଦେଇଥିବା କୋଟି କୋଟି ଲୋକ କ’ଣ ରାକ୍ଷସ? ସୋନିଆଜୀ, ରାହୁଲଜୀ ଆପଣ ଲୋକମାନଙ୍କୁ କଣ ରାକ୍ଷାସ ବୋଲି ଭାବନ୍ତି ? ବିଜେପି ଓ‌ ଆମେ ଜନତାଙ୍କୁ ଭଗବାନ ବୋଲି ବିବେଚନା କରୁ ବୋଲି ଶିବରାଜ ସିଂହ ଚୌହାନ କହିଛନ୍ତି।

About The Author: The Sakala