ବ୍ରିଜ୍ ତଳକୁ କାର୍ ଖସି ବିଧାୟକଙ୍କ ପୁଅ ସମେତ ୭ ଡାକ୍ତରୀ ଛାତ୍ର ମୃତ

ମୁମ୍ବାଇ: ମହାରାଷ୍ଟ୍ରର ବର୍ଦ୍ଧା ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ବିଜେପି ବିଧାୟକ ବିଜୟ ରାହଙ୍ଗଦେଲଙ୍କ ପୁଅ ଅଭିଷେକଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ରାତି ପ୍ରାୟ ୧୧ଟା ୩୦ ମିନିଟରେ ଓ୍ବାର୍ଦ୍ଧାର ସେଲସୁରାଠାରେ ଏକ ଦ୍ରୁତ ଗତିରେ ଆସୁଥିବା କାରଟି ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡ଼ିଥିଲା | ଏହି ଦୁର୍ଘଟଣାରେ କାରରେ ଥିବା ସମସ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି […]

ମୁମ୍ବାଇ: ମହାରାଷ୍ଟ୍ରର ବର୍ଦ୍ଧା ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ବିଜେପି ବିଧାୟକ ବିଜୟ ରାହଙ୍ଗଦେଲଙ୍କ ପୁଅ ଅଭିଷେକଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ରାତି ପ୍ରାୟ ୧୧ଟା ୩୦ ମିନିଟରେ ଓ୍ବାର୍ଦ୍ଧାର ସେଲସୁରାଠାରେ ଏକ ଦ୍ରୁତ ଗତିରେ ଆସୁଥିବା କାରଟି ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡ଼ିଥିଲା | ଏହି ଦୁର୍ଘଟଣାରେ କାରରେ ଥିବା ସମସ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପୂରା ରାଜ୍ୟରେ ଶୋକର ବାତାବରଣ ସୃଷ୍ଟି କରିଛି। ଏସପି ପ୍ରଶାନ୍ତ ହୋଲକର କହିଛନ୍ତି ଯେ କାରରେ ଥିବା ଲୋକେ ସବୁ ଛାତ୍ର ଥିଲେ ଏବଂ ସେମାନେ ଓ୍ବାର୍ଦ୍ଧାକୁ ଯାଉଥିଲେ। ବିଧାୟକଙ୍କ ପୁଅ ଅଭିଷେକଙ୍କ ସମେତ ସବୁ ଛାତ୍ର ସାଙ୍ଗଭିର ଏକ ମେଡିକାଲ କଲେଜରେ ପଢୁଥିଲେ। ସେମାନେ ଓ୍ବାର୍ଦ୍ଧାକୁ ଯାଉଥିବାବେଳେ କାରଟି ନିୟନ୍ତ୍ରଣ ହରାଇ ଏକ ବ୍ରିଜ ତଳକୁ ଖସିପଡ଼ିଥିଲା।

ସୂଚନା ଅନୁସାରେ, ସେମାନେ ସମସ୍ତେ ସେଲସୁରା ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ହଠାତ୍‌ ଗୋଟିଏ ଜଙ୍ଗଲୀ ପଶୁ ସେମାନଙ୍କ ଗାଡ଼ି ଆଗକୁ ଚାଲି ଆସିଥିଲା। ପଶୁଟିକୁ ରକ୍ଷା କରିବା ପାଇଁ ଗାଡ଼ି ଚାଳକ ଜଣଙ୍କ ହଠାତ୍‌ ବ୍ରେକ ଲଗାଇ ଦେଇଥିଲେ। ଫଳରେ କାର୍‌ଟି ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ଜୀବନ ଯାଇଛି। ମୃତ ଛାତ୍ରଙ୍କ ପରୀକ୍ଷା ନିକଟରେ ଶେଷ ହୋଇଥିଲା ଏବଂ ଏହା ପରେ ସେମାନେ ଏକ ପାର୍ଟିରୁ ଫେରୁଥିଲେ | ଅଭିଷ୍କାରଙ୍କ ବ୍ୟତୀତ ନୀରଜ ଚୌହାନ, ନୀତେଶ ସିଂହ, ବିବେକ ନନ୍ଦନ, ପ୍ରତ୍ୟୁଷ ସିଂହ, ଶୁଭମ ଜୈସୱାଲ ଓ ପବନ ଶକ୍ତିଙ୍କ ମୃତ୍ୟୁ ଘଟିଥିବା ୱାର୍ଦ୍ଧା ଏସ୍‌ପି ପ୍ରଶାନ୍ତ ହୋଲକରଙ୍କ ପକ୍ଷରୁ ସୂଚନା ମିଳିଛି ।

About The Author: The Sakala