ଭାରତକୁ ଆଉ ଏକ ସଫଳତା, ନାଜାଲ କରୋନା ଟିକାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଭାରତ ଆଉ ଏକ ସଫଳତା ପାଇଛି। ଲୋକଙ୍କୁ ଇଞ୍ଜେକସନ ଦ୍ୱାରା କରୋନା ଟିକା ନେବାକୁ ପଡ଼ିବ ନାହିଁ। ଏଣିକି ନାକରେ କରୋନା ଟିକା ନେଇ ପାରିବେ।  ଜରୁରୀକାଳୀନ ବ୍ୟବହାର ପାଇଁ ଦେଶର ପ୍ରଥମ ନାଜାଲ ଟିକାକୁ ଅନୁମୋଦନ ଦିଆଯାଇଛି। କରୋନା ପାଇଁ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଦେଶର ନାଜାଲ ନାକ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତର ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅନୁମୋଦନ କରିଛନ୍ତି। ଏହା କୋଭିଡ -୧୯  ବିରୋଧରେ […]

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଭାରତ ଆଉ ଏକ ସଫଳତା ପାଇଛି। ଲୋକଙ୍କୁ ଇଞ୍ଜେକସନ ଦ୍ୱାରା କରୋନା ଟିକା ନେବାକୁ ପଡ଼ିବ ନାହିଁ। ଏଣିକି ନାକରେ କରୋନା ଟିକା ନେଇ ପାରିବେ।  ଜରୁରୀକାଳୀନ ବ୍ୟବହାର ପାଇଁ ଦେଶର ପ୍ରଥମ ନାଜାଲ ଟିକାକୁ ଅନୁମୋଦନ ଦିଆଯାଇଛି। କରୋନା ପାଇଁ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଦେଶର ନାଜାଲ ନାକ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତର ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅନୁମୋଦନ କରିଛନ୍ତି। ଏହା କୋଭିଡ -୧୯  ବିରୋଧରେ ଭାରତ ପ୍ରଥମ ନାଜାଲ ଟିକା ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ବିଟ କରି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଏବେ ଏହି ଟିକାକୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ। ଏହି ପଦକ୍ଷେପ କରୋନା ବିରୋଧରେ ଆମେ ମିଳିତ ଭାବେ କରୁଥିବା ଲଢ଼େଇକୁ ଅଧିକ ବଳ ଦେବାରେ ସହାୟକ ହେବ ବୋଲି ସେ କେହିଛନ୍ତି।

 

About The Author: The Sakala