ନୀତି ଆୟୋଗ ବୈଠକ ଅଧାରୁ ଉଠିଆସିଲେ ମମତା ବାନାର୍ଜୀ, କହିଲେ କରାଯାଉଛି ପାତରଅନ୍ତର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଚାଲିଛି ନୀତି ଆୟୋଗର ବୈଠକ। ଏହି ବୈଠକରେ ବିରୋଧୀ ଇଣ୍ଡିଆ ମେଣ୍ଟର ମୁଖ୍ୟମନ୍ତ୍ରୀ ମାନେ ଯୋଗ ଦେଇନଥିବା ବେଳେ ନିଜ ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେଇଥିଲେ। କିନ୍ତୁ ବୈଠକ ଆରମ୍ଭ ହେବାର କିଛି ସମୟ ପରେ ହଙ୍ଗାମା ହୋଇଛି। ବୈଠକରେ କହିବା ପାଇଁ ପର୍ଯ୍ୟାପ୍ତ ସମୟ ନମିଳିବା କାରଣରୁ ବୈଠକର ଅଧାରୁ ଉଠି ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ […]

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଚାଲିଛି ନୀତି ଆୟୋଗର ବୈଠକ। ଏହି ବୈଠକରେ ବିରୋଧୀ ଇଣ୍ଡିଆ ମେଣ୍ଟର ମୁଖ୍ୟମନ୍ତ୍ରୀ ମାନେ ଯୋଗ ଦେଇନଥିବା ବେଳେ ନିଜ ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେଇଥିଲେ। କିନ୍ତୁ ବୈଠକ ଆରମ୍ଭ ହେବାର କିଛି ସମୟ ପରେ ହଙ୍ଗାମା ହୋଇଛି। ବୈଠକରେ କହିବା ପାଇଁ ପର୍ଯ୍ୟାପ୍ତ ସମୟ ନମିଳିବା କାରଣରୁ ବୈଠକର ଅଧାରୁ ଉଠି ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଅଧାରୁ ନୀତି ଆୟୋଗ ବୈଠକରୁ ଉଠି ଆସିବା ପରେ ମମତା କହିଛନ୍ତି, ତାଙ୍କୁ ମାତ୍ର ୫ ମିନଟ ସମୟ ଦିଆଯାଇଥିବା ବେଳେ ଅନ୍ଯମାନଙ୍କୁ ୨୦ ମିନଟ ଲେଖାଏ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ପାତରଅନ୍ତର କରିବା ଅନୁଚିତ। ବୈଠକରେ ମୋତେ କହିବାକୁ ସୁଯୋଗ ଦିଆଗଲାନି। ମୁଁ କହିବାର ୫ ମିନିଟ ଭିତରେ ମାଇକ ବନ୍ଦ କରିଦିଆଗଲା। ମୋ ପୂର୍ବରୁ ଅନ୍ୟ ମୁଖ୍ୟମନ୍ତ୍ରୀମାନେ ୧୦ରୁ ୨୦ ମିନିଟ କହିଲେ। ବିରୋଧୀ ଦଳର ମୁଖ୍ୟମନ୍ତ୍ରୀଙ୍କ ଭିତରୁ ମୁଁ ଏକା ବୈଠକରେ ଯୋଗଦେଇଥିଲି। ମୋତେ କହିବାକୁ ସୁଯୋଗ ନଦେବା ବିରାଟ ଅପମାନ, ଏହି ଅପମାନ କେବଳ ବେଙ୍ଗଲକୁ ନୁହେଁ, ସବୁ ଆଞ୍ଚଳିକ ଦଳକୁ ହୋଇଛି ବୋଲି ମଧ୍ୟ ମମତା କହିଛନ୍ତି।


କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସହଭାଗିତା ଓ ସମନ୍ବୟ ବଜାର ରଖିବା ବୈଠକର ମୁଖ୍ୟ ଉଦ୍ଦେଶ୍ୟ। ବୈଠକରେ ବିକଶିତ ଭାରତ ୨୦୪୭ ଉପରେ ଥିବା ଦୃଷ୍ଟିକୋଣ ଦସ୍ତାବିଜ ଉପରେ ଚର୍ଚ୍ଚା କରାଯାଉଛି । ୨୦୪୭ ବିକଶିତ ଭାରତ ଲକ୍ଷ୍ୟ ହାସଲରେ ରାଜ୍ୟ ଗୁଡିକର ଭୂମିକା ଉପରେ ଚର୍ଚ୍ଚା ହେଉଛି ।


ଅନ୍ୟପଟେ ଚଳିତ ବଜେଟରେ ପାତରଅନ୍ତର କରାଯିବା ଏବଂ ବିଜେପି ଶାସିତ ରାଜ୍ୟକୁ ଫୋକସ୍‌ କରାଯିବାକୁ ନେଇ ନୀତି ଆୟୋଗ ବୈଠକରେ ଇଣ୍ଡିଆ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇନାହାନ୍ତି। ବୈଠକରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ.ରଙ୍ଗାସ୍ବାମୀ, କେରଳ ମୁଖ୍ୟମନ୍ତ୍ରୀ ପିନରୟି ବିଜୟନ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସାମିଲ ହୋଇ ନାହାନ୍ତି।

About The Author: The Sakala