ବାବା ରାମଦେବଙ୍କୁ ‘ସୁପ୍ରିମ’ ଝଟ୍‌କା : ଯୋଗ ଶିବିର ପାଇଁ ଦେବାକୁ ପଡିବ ଟ୍ୟାକ୍ସ

ନୂଆଦିଲ୍ଲୀ : ଯୋଗ ଗୁରୁ ବାବା ରାମଦେବଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ବଡ଼ ଝଟକା। ବିଭ୍ରାନ୍ତିକର ବିଜ୍ଞାପନ ପରେ ଯୋଗ ଗୁରୁ ରାମଦେବଙ୍କୁ ଯୋଗ ଶିବିର ଆୟୋଜନ କଲେ ପତଞ୍ଜଳି ଯୋଗପୀଠ‌ ଟ୍ରଷ୍ଟକୁ ସର୍ଭିସ୍ ଟ୍ୟାକ୍ସ ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ଏକ ଆପିଲେଟ ଟ୍ରିବ୍ୟୁନାଲର ରାୟକୁ କାଏମ ରଖିଛନ୍ତି। ଆପିଲେଟ ଟ୍ରିବ୍ୟୁନାଲର ତାଙ୍କ ରାୟରେ କହିଥିଲେ ଯେ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ଉଭୟ ଆବାସିକ ଏବଂ ଅଣ-ଆବାସିକ ଯୋଗ ଶିବିର ଆୟୋଜନ […]

ନୂଆଦିଲ୍ଲୀ : ଯୋଗ ଗୁରୁ ବାବା ରାମଦେବଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ବଡ଼ ଝଟକା। ବିଭ୍ରାନ୍ତିକର ବିଜ୍ଞାପନ ପରେ ଯୋଗ ଗୁରୁ ରାମଦେବଙ୍କୁ ଯୋଗ ଶିବିର ଆୟୋଜନ କଲେ ପତଞ୍ଜଳି ଯୋଗପୀଠ‌ ଟ୍ରଷ୍ଟକୁ ସର୍ଭିସ୍ ଟ୍ୟାକ୍ସ ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ଏକ ଆପିଲେଟ ଟ୍ରିବ୍ୟୁନାଲର ରାୟକୁ କାଏମ ରଖିଛନ୍ତି।

ଆପିଲେଟ ଟ୍ରିବ୍ୟୁନାଲର ତାଙ୍କ ରାୟରେ କହିଥିଲେ ଯେ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ଉଭୟ ଆବାସିକ ଏବଂ ଅଣ-ଆବାସିକ ଯୋଗ ଶିବିର ଆୟୋଜନ ପାଇଁ ପ୍ରବେଶ ଶୁଳ୍କ ଆଦାୟ କରୁଛି । ତେଣୁ ପତଞ୍ଜଳି ଟ୍ରଷ୍ଟକୁ ସର୍ଭିସ୍ ଟ୍ୟାକ୍ସ ଦେବାକୁ ପଡ଼ିବ। ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ରାମଦେବଙ୍କ ଯୋଗ ଶିବିର ପାଇଁ ପ୍ରବେଶ ଶୁଳ୍କ ଆଦାୟ କରିଥାନ୍ତି। ଜଷ୍ଟିସ ଓକ ଏବଂ ଜଷ୍ଟିସ ଭୂୟାଁଙ୍କ ବେଞ୍ଚ ରାୟରେ କହିଛନ୍ତି ଯେ ସେବା କର ଆପିଲ ଟ୍ରିବ୍ୟୁନାଲ ଠିକ ନିଷ୍ପତ୍ତି ନେଇଛନ୍ତି। ଏକ ପ୍ରବେଶ ଶୁଳ୍କ ଚାର୍ଜ କରିବା ପରେ ଯୋଗ ଶିବିରରେ ପ୍ରଦାନ କରାଯାଇଥିବା କାର୍ୟ୍ୟ ହେଉଛି ଏକ ସେବା । ଟ୍ରିବ୍ୟୁନାଲର ଆଦେଶରେ ହସ୍ତକ୍ଷେପ କରିବାର କୌଣସି କାରଣ ଆମେ ଦେଖୁନାହୁଁ ବୋଲି ବେଞ୍ଚ୍ କହିଛନ୍ତି। ତେଣୁ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟର ଆବେଦନକୁ ଖାରଜ କରାଯାଇଛି।

ସିଇଏସଟିଏଟି ସ୍ବୀକାର କରିଛି ଯେ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ଯୋଗ ଶିବିର ପାଇଁ ଅଂଶଗ୍ରହଣକାରୀଙ୍କଠାରୁ ଦେୟ ଆଦାୟ କରେ। ତେଣୁ ଟ୍ରଷ୍ଟର ଯୋଗ ଶିବିରଗୁଡ଼ିକ ସେବା ଟ୍ୟାକ୍ସର ଅଧୀନରେ ଆସୁଛି। ଟ୍ରିବ୍ୟୁନାଲ କହିଛନ୍ତି ଯେ ଟ୍ରଷ୍ଟ ବିଭିନ୍ନ ଆବାସିକ ଏବଂ ଅଣ-ଆବାସିକ ଶିବିରରେ ଯୋଗ ତାଲିମ ପ୍ରଦାନ କରିଥାଏ ଏବଂ ଦାନ ଆକାରରେ ଅଂଶଗ୍ରହଣକାରୀଙ୍କଠାରୁ ଟଙ୍କା ସଂଗ୍ରହ କରିଥାଏ, ଯାହା ପ୍ରଦାନ କରାଯାଇଥିବା ସେବାଗୁଡିକ ପାଇଁ ପ୍ରବେଶ ଶୁଳ୍କ ବୋଲି କୁହାଯାଇଥାଏ।

ମିରଟ୍ ରେଞ୍ଜ୍ କମିଶନର ଅକ୍ଟୋବର ୨୦୦୬ ରୁ ମାର୍ଚ୍ଚ ୨୦୧୧ ପର୍ଯ୍ୟନ୍ତ ଜରିମାନା ଏବଂ ସୁଧ ବାବଦକୁ ପତଞ୍ଜଳି ଯୋଗପୀଠ‌ ଟ୍ରଷ୍ଟ ଠାରୁ ପ୍ରାୟ ୪.୫ କୋଟି ଟଙ୍କା ଦାବି କରିଥିଲେ। ଏନେଇ ଟ୍ରଷ୍ଟ କହିଛି ଯେ, ଏହା ଚିକିତ୍ସା ସେବା ଯୋଗାଇଥାଏ, ଯାହା ‘ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ସେବା’ ବର୍ଗରେ ରହିଛି । ଏଥିପାଇଁ ଏହା ଟିକସ ଯୋଗ୍ୟ ନୁହେଁ। ତେବେ ନିର୍ଦ୍ଦିଷ୍ଟ ରୋଗର ଚିକିତ୍ସା ପାଇଁ ଟ୍ରଷ୍ଟର ଦାବିରେ ସକାରାତ୍ମକ ପ୍ରମାଣ ନାହିଁ ବୋଲି କହିଛନ୍ତି ଟ୍ରିବ୍ୟୁନାଲ ।

About The Author: The Sakala