କାବୁଲର ‘ଚାଇନିଜ୍ ହୋଟେଲ’ରେ ଭୟଙ୍କର ବିସ୍ଫୋରଣ, ହୋଟେଲ୍ ପରିସରରେ ଗୁଳିମାଡ

କାବୁଲ: ଆଫଗାନୀସ୍ତାନର କାବୁଲରେ ଥିବା ଚାଇନିଜ୍ ହୋଟେଲରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହା ସହିତ କିଛି ଅସ୍ତ୍ରଶସ୍ତ୍ର ସଜିତ ଲୋକ କାବୁଲର ଏହି ବିଲ୍ଡିଂରେ ଗୁଳିମାଡ଼ କରିଛନ୍ତି । ତେବେ ଏହି ଗୁଳିମାଡ଼ରେ କେହି ମୃତାହତ ହୋଇଛନ୍ତି କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ହୋଟେଲର ନାମ ଶହର-ଏ-ନୱା ହୋଇଥିବାବେଳେ ଏହାକୁ ଚାଇନିଜ୍ ହୋଟେଲ୍‌ ବୋଲି କୁହାଯାଏ କାରଣ ଏଠାକୁ ସର୍ବଦା ଚୀନର ବରିଷ୍ଠ ଅଧିକାରୀଙ୍କ ଯିବା ଆସିବା ଲାଗି ରହିଥାଏ। […]

କାବୁଲ: ଆଫଗାନୀସ୍ତାନର କାବୁଲରେ ଥିବା ଚାଇନିଜ୍ ହୋଟେଲରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହା ସହିତ କିଛି ଅସ୍ତ୍ରଶସ୍ତ୍ର ସଜିତ ଲୋକ କାବୁଲର ଏହି ବିଲ୍ଡିଂରେ ଗୁଳିମାଡ଼ କରିଛନ୍ତି । ତେବେ ଏହି ଗୁଳିମାଡ଼ରେ କେହି ମୃତାହତ ହୋଇଛନ୍ତି କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ହୋଟେଲର ନାମ ଶହର-ଏ-ନୱା ହୋଇଥିବାବେଳେ ଏହାକୁ ଚାଇନିଜ୍ ହୋଟେଲ୍‌ ବୋଲି କୁହାଯାଏ କାରଣ ଏଠାକୁ ସର୍ବଦା ଚୀନର ବରିଷ୍ଠ ଅଧିକାରୀଙ୍କ ଯିବା ଆସିବା ଲାଗି ରହିଥାଏ। ଏ ପର୍ଯ୍ୟନ୍ତ ଆକ୍ରମଣକାରୀର ପରିଚୟ ମିଳି ପାରି ନାହିଁ। ହୋଟେଲ୍ ପରିସରରେ ଖୁବ୍ ଜୋରରେ ଗୁଳି ଫୁଟିବା ଶବ୍ଦ ବି ଶୁଣିବାକୁ ମିଳିଛି।

ଆକ୍ରମଣରେ ହୋଟେଲ୍‌ର ଏକ କୋଠରୀରୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ସାମ୍ବାଦିକ ଆକ୍ରମଣର କିଛି ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ହୋଟେଲ୍ ଭିତରେ କିଛି ଆକ୍ରମଣକାରୀ ଗୁଳି ମାଡ କରିଥିବା କହିଛନ୍ତି। ତେବେ ଏହି ଘଟଣାରେ କେତେ ଜଣ ଲୋକ ମୃତାହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପୁଣି ଏହି ଆକ୍ରମଣ ପଛରେ କେଇଁ ସଂଗଠନ ଅଛି ତାହା ବି ଜଣାପଡ଼ିନାହିଁ । ଏପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଏଥିପାଇଁ ଦାୟୀ କରିନାହାନ୍ତି ।

About The Author: The Sakala