ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ, ଆଜି ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜିବ ବିଗୁଲ । ଚଳିତ ବର୍ଷ ଶେଷ ସୁଦ୍ଧ ଏହି ୫ ରାଜ୍ୟରେ ନିର୍ବାଚନ ହେବା ନେଇ ଆକଳନ କରାଯାଉଛି। ଏଥିନିମନ୍ତେ ଆଜି ତାରିଖ ଘୋଷଣା ହେବ । ଏହି ୫ଟି ରାଜ୍ୟ ହେଉଛି ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା । ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆଜି ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ […]

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜିବ ବିଗୁଲ । ଚଳିତ ବର୍ଷ ଶେଷ ସୁଦ୍ଧ ଏହି ୫ ରାଜ୍ୟରେ ନିର୍ବାଚନ ହେବା ନେଇ ଆକଳନ କରାଯାଉଛି। ଏଥିନିମନ୍ତେ ଆଜି ତାରିଖ ଘୋଷଣା ହେବ । ଏହି ୫ଟି ରାଜ୍ୟ ହେଉଛି ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା । ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆଜି ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଏ ସମ୍ପର୍କୀତ ସୂଚନା ଦେବା ନିମନ୍ତେ ମୁଖ୍ୟ ନିର୍ବାଚନ କମିଶନର ଆଜି ଅପରାହ୍ନ ୧୨ଟା ବେଳେ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି।

ଏହା ପୂର୍ବରୁ ଗତ ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ପର୍ୟ୍ୟବେକ୍ଷକଙ୍କ ଏକ ବୈଠକ ବସିଥିଲା। ଏହି ନିର୍ବାଚନକୁ ଅବାଧ ତଥା ମୁକ୍ତ କରିବା ସହ ଏଥିରେ କୌଣସି ଅର୍ଥ ବଳ କିମ୍ବା ବାହୁ ବଳ ପ୍ରୟୋଗ ନ କରିବାକୁ ମୁଖ୍ୟ ନିର୍ବାଚନ ଆୟୋଗ ଗୁରୁତ୍ୱାରୋପ କରିଛନ୍ତି। ନିର୍ବାଚନକୁ ସମ୍ପୂର୍ଣ୍ଣ ରୂପେ ହିସାଂମୁକ୍ତ କରିବା ସହ କୋଡ୍‌ ଅଫ୍‌ କଣ୍ଡକ୍ଟ ଲାଗୁ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଛତିଶଗଡ଼ ଦୁଇଟି ପର୍ଯ୍ୟାରେ ନିର୍ବାଚନ ହୋଇପାରେ। ହେଲେ ୫ଟି ରାଜ୍ୟରେ ମତଦାନର ତାରିଖ ଭିନ୍ନ ହେବ ନେଇ ସୂତ୍ରରୁ ପ୍ରକାଶ ପାଇଛି। ତେବେ ଭୋଟ୍ ଗଣତି ଏକସଙ୍ଗରେ ଡିସେମ୍ବର ୧୦-୧୫ ତାରିଖ ମଧ୍ୟରେ ହେବାର ସମ୍ଭାବନା ରହିଛି । ଯେଉଁ ୫ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବା। ସେଥିମଧ୍ୟରୁ ୩ଟି ରାଜ୍ୟ ତଥା ରାଜସ୍ଥାନ, ମଧ୍ୟପ୍ରଦେଶ ଓ ତେଲଙ୍ଗାନାରେ ମହିଳା ଭୋଟରମାନଙ୍କର ସଂଖ୍ୟା ପୁରୁଷଙ୍କ ତୁଳନାରେ ଅଧିକ।

About The Author: The Sakala