ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଅଗଷ୍ଟ ୨ରେ ଅନ୍ଧାର ହୋଇଯିବ ସାରା ଦୁନିଆ, ଜାଣନ୍ତୁ ସତ….
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ପ୍ରସାରିତ ଭାଇରାଲ୍ ପୋଷ୍ଟ୍ ଅନୁଯାୟୀ, ୨୦୨୫ ଅଗଷ୍ଟ ୨ ତାରିଖରେ ସମ୍ପୂର୍ଣ୍ଣ ସୂର୍ଯୋପରାଗ ଯୋଗୁଁ ସାରା ଦୁନିଆ କିଛି ସମୟ ପାଇଁ ଅନ୍ଧାର ହୋଇଯିବ ବାସ୍ତବରେ ଏହା ଏକ ଗୁଜବ ଚଳିତ ବର୍ଷ ଅଗଷ୍ଟ ୨ ତାରିଖରେ କୌଣସି ସୂର୍ଯ୍ୟୋପରାଗ ହେବ ନାହିଁ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ନିଶ୍ଚିତ କରିଛନ୍ତି। ଏପରି ଘଟଣା ଅଗଷ୍ଟ ୨, ୨୦୨୭ପୂର୍ବରୁ ଘଟିବ ନାହିଁ। ଅନ୍ଲାଇନ୍ରେ ପ୍ରସାରିତ ଗୁଜବରେ ‘ପୃଥିବୀ ୬ ମିନିଟ୍ ଅନ୍ଧାରରେ ବୁଡ଼ିଯିବ’ ଭଳି ଶବ୍ଦ […]
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ପ୍ରସାରିତ ଭାଇରାଲ୍ ପୋଷ୍ଟ୍ ଅନୁଯାୟୀ, ୨୦୨୫ ଅଗଷ୍ଟ ୨ ତାରିଖରେ ସମ୍ପୂର୍ଣ୍ଣ ସୂର୍ଯୋପରାଗ ଯୋଗୁଁ ସାରା ଦୁନିଆ କିଛି ସମୟ ପାଇଁ ଅନ୍ଧାର ହୋଇଯିବ ବାସ୍ତବରେ ଏହା ଏକ ଗୁଜବ ଚଳିତ ବର୍ଷ ଅଗଷ୍ଟ ୨ ତାରିଖରେ କୌଣସି ସୂର୍ଯ୍ୟୋପରାଗ ହେବ ନାହିଁ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ନିଶ୍ଚିତ କରିଛନ୍ତି। ଏପରି ଘଟଣା ଅଗଷ୍ଟ ୨, ୨୦୨୭ପୂର୍ବରୁ ଘଟିବ ନାହିଁ। ଅନ୍ଲାଇନ୍ରେ ପ୍ରସାରିତ ଗୁଜବରେ ‘ପୃଥିବୀ ୬ ମିନିଟ୍ ଅନ୍ଧାରରେ ବୁଡ଼ିଯିବ’ ଭଳି ଶବ୍ଦ ଭୁଲ୍ ତାରିଖ ସହ ଯୋଡ଼ି ହୋଇଛି। ବାସ୍ତବରେ ଚନ୍ଦ୍ରଗ୍ରହଣ ସବୁବେଳେ ପୂର୍ଣ୍ଣିମାରେ ଓ ସୂର୍ଯ୍ୟୋପରାଗ ଅମାବାସ୍ୟାରେ ହୋଇଥାଏ। କିନ୍ତୁ ୨୦୨୫ ଅଗଷ୍ଟ ୨ ତାରିଖରେ ସକାଳକୁ ଅଷ୍ଟମୀ ଓ ପରେ ନବମୀ ଅଛି।
ନାସା ଓ ପ୍ରତିଷ୍ଠିତ ପର୍ଯ୍ୟବେକ୍ଷଣାଗାରର ଜ୍ୟୋତିବୈଜ୍ଞାନିକ ରେକର୍ଡ ଅନୁଯାୟୀ ୨୦୨୫ ଅଗଷ୍ଟ ୨ ତାରିଖରେ କୌଣସି ସୂର୍ଯ୍ୟୋପରାଗ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ହେବ ନାହିଁ। ବରଂ ବହୁ ପ୍ରତୀକ୍ଷିତ ସଂପୂର୍ଣ୍ଣ ସୂର୍ଯୋପରାଗ ଅଗଷ୍ଟ ୨, ୨୦୨୭ରେ ହେବାକୁ ଥିବା ବେଳେ ୟୁରୋପ, ଉତ୍ତର ଆଫ୍ରିକା ଓ ମଧ୍ୟପ୍ରାଚ୍ୟର କିଛି ଅଂଶରେ ଏହା ଦୃଶ୍ୟମାନ ହେବା।
ଅଗଷ୍ଟ ୨, ୨୦୨୭ରେ ଚନ୍ଦ୍ର ପୃଥି ଓ ସୂର୍ଯ୍ୟଙ୍କ ମଝିରେ ଗତି କରିବ ଏବଂ ଦକ୍ଷିଣ ସ୍ପେନ୍ରୁ ଉତ୍ତର ଆଫ୍ରିକା ଓ ମଧ୍ୟପ୍ରାଚ୍ୟ ପର୍ଯ୍ୟନ୍ତ ଦିନକୁ କିଛି ସମ ପାଇଁ ରାତିରେ ପରିଣତ କରିବ। କେତେକ ଅଞ୍ଚଳରେ ଏହି ସୂର୍ଯ୍ୟୋପରାଗ ୬ ମିନିଟ୍ରୁ ଅଧିକ ସମୟ ଧରି ଚାଲିବ, ଯାହା ଏକବିଂଶ ଶତାବ୍ଦୀର ସବୁଠାରୁ ଲମ୍ବା ସୂର୍ଯୋପରାଗ ମଧ୍ୟରୁ ଅନ୍ୟତମ, ଯାହାକୁ ବୈଜ୍ଞାନିକ ଓ ଗ୍ରହଣ ଅନୁସନ୍ଧାନକାରୀମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ୟୁରୋପ, ଆଫ୍ରିକା ଓ ପଶ୍ଚିମ ଏସିଆର ଅଧିକାଂଶ ଅଞ୍ଚଳ ଛଡ଼ା ଅନ୍ୟ ଅଞ୍ଚଳର ଲୋକମାନେ ଆଂଶିକ ସୂର୍ଯ୍ୟୋପରାଗ ଦେଖି ପାରିବେ।