ପହଲଗାମରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ରେକି କରିଥିଲା ଆତଙ୍କୀ, ଶେଷରେ ଆକ୍ରମଣ ପାଇଁ ବାଛିଥିଲା ବୈସାରଣ ଉପତ୍ୟକା..

The Sakala Picture
Published On

ନୂଆଦିଲ୍ଲୀ: ୭ ଦିନ ଧରି ପହଲଗାମରେ ଲୁଚିଥିଲେ ଆତଙ୍କବାଦୀ। ଏପ୍ରିଲ ୧୫ରୁ ଆସି ସେମାନେ ଆସି ଲୁଚିଥିଲେ। ଆକ୍ରମଣ ଆଗରୁ ପହଲଗାମର ପ୍ରମୁଖ ପର୍ଯ୍ୟଟନସ୍ଥଳୀର ରେକି କରିଥିଲେ। ଏନଆଇଏର ତଦନ୍ତରୁ ଏହା ଜଣାପଡ଼ିଛ। NIA ତଦନ୍ତରୁ ଏହା ଜଣାପଡ଼ିଛି। ଅନେକ OGW ଙ୍କୁ ପଚରା ଉଚରା କରିବା ପରେ ଏନଆଇଏ ଏହା ଜାଣିପାରିଛି। ପହଲଗାମ ଆକ୍ରମଣର ସପ୍ତାହେ ପୂର୍ବରୁ ଜମ୍ମୁ-କାଶ୍ମୀରରେ ପହଞ୍ଚିଥିଲେ ଆତଙ୍କବାଦୀ। ବୈସାରଣ ଉପତ୍ୟକାକୁ ସେମାନେ ଟାର୍ଗେଟ ଭାବରେ ବାଛିଥିଲେ। ଅନେକ ପର୍ଯ୍ୟଟନ ସ୍ଥଳର ରେକି […]

ନୂଆଦିଲ୍ଲୀ: ୭ ଦିନ ଧରି ପହଲଗାମରେ ଲୁଚିଥିଲେ ଆତଙ୍କବାଦୀ। ଏପ୍ରିଲ ୧୫ରୁ ଆସି ସେମାନେ ଆସି ଲୁଚିଥିଲେ। ଆକ୍ରମଣ ଆଗରୁ ପହଲଗାମର ପ୍ରମୁଖ ପର୍ଯ୍ୟଟନସ୍ଥଳୀର ରେକି କରିଥିଲେ। ଏନଆଇଏର ତଦନ୍ତରୁ ଏହା ଜଣାପଡ଼ିଛ। NIA ତଦନ୍ତରୁ ଏହା ଜଣାପଡ଼ିଛି। ଅନେକ OGW ଙ୍କୁ ପଚରା ଉଚରା କରିବା ପରେ ଏନଆଇଏ ଏହା ଜାଣିପାରିଛି। ପହଲଗାମ ଆକ୍ରମଣର ସପ୍ତାହେ ପୂର୍ବରୁ ଜମ୍ମୁ-କାଶ୍ମୀରରେ ପହଞ୍ଚିଥିଲେ ଆତଙ୍କବାଦୀ। ବୈସାରଣ ଉପତ୍ୟକାକୁ ସେମାନେ ଟାର୍ଗେଟ ଭାବରେ ବାଛିଥିଲେ। ଅନେକ ପର୍ଯ୍ୟଟନ ସ୍ଥଳର ରେକି କରିବା ପରେ ପହଲଗାମର ‘ବୈସାରଣ ଉପତ୍ୟକା’ ରେ ଆକ୍ରମଣ ପାଇଁ ସେମାନେ ଟାର୍ଗେଟ କରିଥିଲେ। ବର୍ତ୍ତମାନ ଏହାର ଖୁଲାସା ହୋଇଛି।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

ଆତଙ୍କବାଦୀମାନେ ପୂର୍ବରୁ ପହଲଗାମର ସମସ୍ତ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଯେପରିକି ଆରୁ ଭ୍ୟାଲି, ବେତାବ ଭ୍ୟାଲି ଏବଂ ବୈସାରନକୁ ବୁଲି ଦେଖିଥିଲେ। ଏହି ରେକିରେ ସାମିଲ ଥିଲେ ଦୁଇ ଜଣ ସ୍ଥାନୀୟ ଆତଙ୍କବାଦୀ ଏବଂ ପାଞ୍ଚ ଜଣ ଓଭର ଗ୍ରାଉଣ୍ଡ ୱାର୍କର (OGW)। ସେମାନେ ପ୍ରାୟ ଏକ ସପ୍ତାହ ଧରି ପହଲଗାମର ଜଙ୍ଗଲରେ ଘୂରି ବୁଲୁଥିବା ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ଫିତନା ଅଲ-ହିନ୍ଦୁସ୍ତାନ' ନାମକରଣକୁ କହିଲା 'ସଂଗଠିତ ଘୃଣାର କାରଖାନା'

କୁହାଯାଉଛି, ଆତଙ୍କବାଦୀମାନେ ବେତାବ ଉପତ୍ୟକାକୁ ଟାର୍ଗେଟ କରିବାକୁ ପ୍ରଥମେ ଯୋଜନା କରିଥିଲେ। ଶେଷ ମୁହୂର୍ତ୍ତରେ, ଯୋଜନା ପରିବର୍ତ୍ତନ କରାଯାଇଥିଲା, ଏବଂ ବୈସାରନରେ ଆକ୍ରମଣ  କରିଥିଲେ। କାରଣ ଆକ୍ରମଣ ପରେ ଏଠାରୁ ଖସିଯିବା ସହଜ ଥିଲା। କେବଳ କିଛି OGW, ପାକିସ୍ତାନୀ ହ୍ୟାଣ୍ଡଲର୍ ଏବଂ ଦୁଇ ପାକିସ୍ତାନୀ ଆତଙ୍କବାଦୀ ଏହା ଜାଣିଥିଲେ।

ଆହୁରି ପଢ଼ନ୍ତୁ: 'ନୋ ବିଗ୍ ଡିଲ୍' ରୁ 'ସମ୍ପୂର୍ଣ୍ଣ ବିନାଶ': ଇରାନର ଆପାଚେ ହେଲିକପ୍ଟର ଆକ୍ରମଣ ପରେ କାହିଁକି ବଦଳିଲା ଟ୍ରମ୍ପଙ୍କ ମିଜାଜ?

ଏପ୍ରିଲ ୨୦ରେ ସେମାନେ ବୈସାରନ ଅଭିମୁଖେ  ବାହାରିଥିଲେ। ୨ ଦିନ ପଦଯାତ୍ରା ପରେ ବୈସାରନରେ ପହଞ୍ଚିଥିଲେ। ସେମାନେ ସ୍ଥାନୀୟ ଆତଙ୍କବାଦୀମାନଙ୍କୁ ଭେଟିଥିଲେ। ୨୨ ଏପ୍ରିଲ୍ ସକାଳେ, OGW ମାନଙ୍କୁ ସୂଚନା ଦିଆଯାଇଥିଲା ଯେ ଆକ୍ରମଣ ଏବେ ବୈସାରଣରେ ହେବ। ଏହା ଅପରାହ୍ନରେ କରାଯିବ ଯାହା ଦ୍ଵାରା ଅନ୍ଧାର ଶୀଘ୍ର ହୋଇଯିବ। ଫଳରେ ଆକ୍ରମଣକାରୀମାନେ ରାତିରେ ଜଙ୍ଗଲ ଭିତରକୁ ପଳାଇଯିବା ସହଜ ହେବ। ସେହି ଷଡ଼ଯନ୍ତ୍ର ଅନୁସାରେ ୨୨ ତାରିଖରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ। ଏପର୍ଯ୍ୟନ୍ତ ପ୍ରାୟ ୨୫୦୦ ଲୋକଙ୍କୁ ପଚରା ଉଚରା କରିଛି ଏନଆଇଏ। ପ୍ରାୟ ୨୦୦ ଲୋକଙ୍କୁ ଅଟକ ରଖାଯାଇଛି।

01 May 2025 By The Sakala

ପହଲଗାମରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ରେକି କରିଥିଲା ଆତଙ୍କୀ, ଶେଷରେ ଆକ୍ରମଣ ପାଇଁ ବାଛିଥିଲା ବୈସାରଣ ଉପତ୍ୟକା..

ନୂଆଦିଲ୍ଲୀ: ୭ ଦିନ ଧରି ପହଲଗାମରେ ଲୁଚିଥିଲେ ଆତଙ୍କବାଦୀ। ଏପ୍ରିଲ ୧୫ରୁ ଆସି ସେମାନେ ଆସି ଲୁଚିଥିଲେ। ଆକ୍ରମଣ ଆଗରୁ ପହଲଗାମର ପ୍ରମୁଖ ପର୍ଯ୍ୟଟନସ୍ଥଳୀର ରେକି କରିଥିଲେ। ଏନଆଇଏର ତଦନ୍ତରୁ ଏହା ଜଣାପଡ଼ିଛ। NIA ତଦନ୍ତରୁ ଏହା ଜଣାପଡ଼ିଛି। ଅନେକ OGW ଙ୍କୁ ପଚରା ଉଚରା କରିବା ପରେ ଏନଆଇଏ ଏହା ଜାଣିପାରିଛି। ପହଲଗାମ ଆକ୍ରମଣର ସପ୍ତାହେ ପୂର୍ବରୁ ଜମ୍ମୁ-କାଶ୍ମୀରରେ ପହଞ୍ଚିଥିଲେ ଆତଙ୍କବାଦୀ। ବୈସାରଣ ଉପତ୍ୟକାକୁ ସେମାନେ ଟାର୍ଗେଟ ଭାବରେ ବାଛିଥିଲେ। ଅନେକ ପର୍ଯ୍ୟଟନ ସ୍ଥଳର ରେକି କରିବା ପରେ ପହଲଗାମର ‘ବୈସାରଣ ଉପତ୍ୟକା’ ରେ ଆକ୍ରମଣ ପାଇଁ ସେମାନେ ଟାର୍ଗେଟ କରିଥିଲେ। ବର୍ତ୍ତମାନ ଏହାର ଖୁଲାସା ହୋଇଛି।

ଆତଙ୍କବାଦୀମାନେ ପୂର୍ବରୁ ପହଲଗାମର ସମସ୍ତ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଯେପରିକି ଆରୁ ଭ୍ୟାଲି, ବେତାବ ଭ୍ୟାଲି ଏବଂ ବୈସାରନକୁ ବୁଲି ଦେଖିଥିଲେ। ଏହି ରେକିରେ ସାମିଲ ଥିଲେ ଦୁଇ ଜଣ ସ୍ଥାନୀୟ ଆତଙ୍କବାଦୀ ଏବଂ ପାଞ୍ଚ ଜଣ ଓଭର ଗ୍ରାଉଣ୍ଡ ୱାର୍କର (OGW)। ସେମାନେ ପ୍ରାୟ ଏକ ସପ୍ତାହ ଧରି ପହଲଗାମର ଜଙ୍ଗଲରେ ଘୂରି ବୁଲୁଥିବା ଦେଖିବାକୁ ମିଳିଥିଲା।

କୁହାଯାଉଛି, ଆତଙ୍କବାଦୀମାନେ ବେତାବ ଉପତ୍ୟକାକୁ ଟାର୍ଗେଟ କରିବାକୁ ପ୍ରଥମେ ଯୋଜନା କରିଥିଲେ। ଶେଷ ମୁହୂର୍ତ୍ତରେ, ଯୋଜନା ପରିବର୍ତ୍ତନ କରାଯାଇଥିଲା, ଏବଂ ବୈସାରନରେ ଆକ୍ରମଣ  କରିଥିଲେ। କାରଣ ଆକ୍ରମଣ ପରେ ଏଠାରୁ ଖସିଯିବା ସହଜ ଥିଲା। କେବଳ କିଛି OGW, ପାକିସ୍ତାନୀ ହ୍ୟାଣ୍ଡଲର୍ ଏବଂ ଦୁଇ ପାକିସ୍ତାନୀ ଆତଙ୍କବାଦୀ ଏହା ଜାଣିଥିଲେ।

ଏପ୍ରିଲ ୨୦ରେ ସେମାନେ ବୈସାରନ ଅଭିମୁଖେ  ବାହାରିଥିଲେ। ୨ ଦିନ ପଦଯାତ୍ରା ପରେ ବୈସାରନରେ ପହଞ୍ଚିଥିଲେ। ସେମାନେ ସ୍ଥାନୀୟ ଆତଙ୍କବାଦୀମାନଙ୍କୁ ଭେଟିଥିଲେ। ୨୨ ଏପ୍ରିଲ୍ ସକାଳେ, OGW ମାନଙ୍କୁ ସୂଚନା ଦିଆଯାଇଥିଲା ଯେ ଆକ୍ରମଣ ଏବେ ବୈସାରଣରେ ହେବ। ଏହା ଅପରାହ୍ନରେ କରାଯିବ ଯାହା ଦ୍ଵାରା ଅନ୍ଧାର ଶୀଘ୍ର ହୋଇଯିବ। ଫଳରେ ଆକ୍ରମଣକାରୀମାନେ ରାତିରେ ଜଙ୍ଗଲ ଭିତରକୁ ପଳାଇଯିବା ସହଜ ହେବ। ସେହି ଷଡ଼ଯନ୍ତ୍ର ଅନୁସାରେ ୨୨ ତାରିଖରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ। ଏପର୍ଯ୍ୟନ୍ତ ପ୍ରାୟ ୨୫୦୦ ଲୋକଙ୍କୁ ପଚରା ଉଚରା କରିଛି ଏନଆଇଏ। ପ୍ରାୟ ୨୦୦ ଲୋକଙ୍କୁ ଅଟକ ରଖାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର