ମନୋରଞ୍ଜନ
ଓଡ଼ିଶା
ବକରି ଇଦ୍ ନେଇ କଟକଣା କୋହଳ, ସୁପ୍ରିମକୋର୍ଟଙ୍କ କ୍ଷୋଭ: କହିଲେ, ସଂକ୍ରମଣ ବଢିଲେ ନିଆଯିବ ଦୃଢ କାର୍ଯ୍ଯାନୁଷ୍ଠାନ
ଆଦିଲ୍ଲୀ: ପୁଣିଥରେ କେରଳରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ବକରି ଇଦ୍ ନେଇ ରାଜ୍ୟରେ ଲକ୍ଡାଉନ୍ କଟକଣାକୁ କୋହଳ କରିଛନ୍ତି କେରଳ ସରକାର । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ । ମାନ୍ୟବର କୋର୍ଟ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସାୟୀଙ୍କ ପାଇଁ କରୋନା କଟକଣା କୋହଳ କରାଯାଇଥିବାରୁ ଆଶ୍ଚର୍ଯ୍ଯ ପ୍ରକାଶ କରିଛନ୍ତି । ଏ ନେଇ କୋର୍ଟ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଯଦି ରାଜ୍ୟ […]
ଆଦିଲ୍ଲୀ: ପୁଣିଥରେ କେରଳରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ବକରି ଇଦ୍ ନେଇ ରାଜ୍ୟରେ ଲକ୍ଡାଉନ୍ କଟକଣାକୁ କୋହଳ କରିଛନ୍ତି କେରଳ ସରକାର । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ । ମାନ୍ୟବର କୋର୍ଟ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସାୟୀଙ୍କ ପାଇଁ କରୋନା କଟକଣା କୋହଳ କରାଯାଇଥିବାରୁ ଆଶ୍ଚର୍ଯ୍ଯ ପ୍ରକାଶ କରିଛନ୍ତି । ଏ ନେଇ କୋର୍ଟ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା କଟକଣା କୋହଳ କରାଯିବା ପରେ ସଂକ୍ରମଣ ବୃଦ୍ଧି ଘଟେ ତେବେ ଏହା ବିରୋଧରେ ଖୁବଶୀଘ୍ର କାର୍ଯ୍ଯା ନୁଷ୍ଠାନଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି ।
Supreme Court pulls up Kerala government for relaxing COVID19 restriction for celebration of Bakrid in the state.
ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀSupreme Court says it is shocking state of affairs that the Kerala government has given in to the demand of traders in relaxing lockdown norms pic.twitter.com/NtD5ytOw0M
ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ— ANI (@ANI) July 20, 2021
ମଙ୍ଗଳବାର କୋର୍ଟ କହିଛନ୍ତି ଯେ, କୌଣସି ପ୍ରକାରରେ ଚାପର ବଶବର୍ତ୍ତୀ ହୋଇ ନାଗରିକଙ୍କ ସବୁଠାରୁ ମୂଲ୍ୟବାନ ଜୀବନ ଅଧିକାର ଉଲ୍ଳଂଘନ କରାଯାଇପାରିବ ନାହିଁ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଯଦି କୌଣସି ବି ପ୍ରକାରର ଅପ୍ରିୟ ଘଟଣା ଘଟିବା ଏବଂ ଏହା କୋର୍ଟଙ୍କ ସଂଜ୍ଞାନକୁ ଅଣାଯିବା ପରେ ତଦ୍ନୁଯାୟୀ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଅନୁଚ୍ଛେଦ ୨୧ ଏବଂ ଅନୁଚ୍ଛେଦ ୪୪ ଉପରେ ଧ୍ୟାନ ଦେଇ କାଉଡ଼ି ଯାତ୍ରା ନେଇ କୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଉପରେ ଧ୍ୟାନ ଦେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ।






