ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଲା ‘ବିପର୍ଯ୍ୟୟ’; ପ୍ରବଳ ବର୍ଷା ଓ ପବନରେ ଭାଙ୍ଗିଲା ବଡ଼ବଡ଼ ଗଛ, ଉପୁଡ଼ିଗଲା ବିଦ୍ୟୁତ ଖୁଣ୍ଟ

The Sakala Picture
Published On

ନୂଆଦିଲ୍ଲୀ: ପୂର୍ବ ନିର୍ଦ୍ଧାରିତ ଆକଳନ ଅନୁସାରେ ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର ସନ୍ଧ୍ୟାରେ ଗୁଜରାଟ ଉପକୂଳରେ ସ୍ଥଳଭାଗ(ଲ୍ୟାଣ୍ଡଫଲ୍‌) ଛୁଇଁଛି। ଗୁଜରାଟର ଜଖଉ ବନ୍ଦର ନିକଟରେ ଏହା ସ୍ଥଳଭାଗରେ ପ୍ରବେଶ କରିଥିଲା ବେଳେ ଏହି ସମୟରେ ଘଣ୍ଟା ପ୍ରତି ପବନ ବେଗ ୧୨୫ ରୁ ୧୩୫ କିମି ରହିଥିଲା। ଏହା ପ୍ରଭାବରେ କଚ୍ଛ ଏବଂ ସୌରାଷ୍ଟ୍ର ଅଞ୍ଚଳରେ ଭୀଷଣରୁ ଅତି ଭୀଷଣ ବର୍ଷା ହୋଇଛି। ଗୁରୁବାର ମଧ୍ୟ ରାତ୍ର ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଥÒଲା। ଭାରତୀୟ ପାଣିବାଗ ବିଭାଗ […]

ନୂଆଦିଲ୍ଲୀ: ପୂର୍ବ ନିର୍ଦ୍ଧାରିତ ଆକଳନ ଅନୁସାରେ ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର ସନ୍ଧ୍ୟାରେ ଗୁଜରାଟ ଉପକୂଳରେ ସ୍ଥଳଭାଗ(ଲ୍ୟାଣ୍ଡଫଲ୍‌) ଛୁଇଁଛି। ଗୁଜରାଟର ଜଖଉ ବନ୍ଦର ନିକଟରେ ଏହା ସ୍ଥଳଭାଗରେ ପ୍ରବେଶ କରିଥିଲା ବେଳେ ଏହି ସମୟରେ ଘଣ୍ଟା ପ୍ରତି ପବନ ବେଗ ୧୨୫ ରୁ ୧୩୫ କିମି ରହିଥିଲା। ଏହା ପ୍ରଭାବରେ କଚ୍ଛ ଏବଂ ସୌରାଷ୍ଟ୍ର ଅଞ୍ଚଳରେ ଭୀଷଣରୁ ଅତି ଭୀଷଣ ବର୍ଷା ହୋଇଛି। ଗୁରୁବାର ମଧ୍ୟ ରାତ୍ର ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଥÒଲା। ଭାରତୀୟ ପାଣିବାଗ ବିଭାଗ (ଆଇଏମଡି ) ସୂୂଚନା ଅନୁସାରେ, ପ୍ରାୟ ୫୦ କିମି ପରିଧିରେ ଏହି ବାତ୍ୟା ଗତି କରୁଥିବାରୁ ଗୁଜରାଟର ବହୁ ଉପକୂଳବର୍ତ୍ତୀ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ବଢିଛି। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମାଣ୍ଡଭି, ରାଜକୋଟ, କଚ୍ଛ, ଦ୍ବାରକା, ଜାମନଗର, ପୋରବନ୍ଦର ଆଦି ଅଞ୍ଚଳରେ ତାଣ୍ଡବ ସୃଷ୍ଟି ହୋଇଛି। ଏହିସବୁ ଅଞ୍ଚଳରେ ବ୍ୟାପକ ସଂଖ୍ୟାରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଯିବା ସହିତ ବଡ଼ବଡ଼ ଗଛ ଉପୁଡ଼ିପଡ଼ିଛି। ବାତ୍ୟା ପ୍ରଭାବରେ ୨ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୨୨ ଜଣ ଆହତ ହୋଇଥିବାର ଖବର ମିଳିଛି । ବାତ୍ୟା ଏବେ ସୌରାଷ୍ଟ୍ର-କଛ ଅଞ୍ଚଳର ନାଲିଆ ଠାରୁ ୩୦ କିଲୋମିଟର ଦୂରରେ ରହିଛି । ବାତ୍ୟା ଯୋଗୁଁ ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ପଶ୍ଚିମ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ୯୯ଟି ଟ୍ରେନର ଚଳାଚଳ ସାମୟିକ ଭାବେ ରଦ୍ଦ କରାଯାଇଛି ।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ମଇଦାନକୁ ଓହ୍ଲାଇଲା ଇସ୍ରାଏଲର ନୌସେନା, ଭୂମଧ୍ୟସାଗରରୁ ମାଡ଼ ହେଉଛି ମିସାଇଲ

ବାତ୍ୟା ବିପର୍ଯ୍ୟୟର ପ୍ରଭାବକୁ ଦୃଷ୍ଟିରେ ରଖାଯାଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବେଳେ ଗୁରୁବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ,ଏକ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରକରାଯାଇଛି। ସେମାନଙ୍କୁ ଏବେ ଅସ୍ଥାୟୀ ଶିବିରରେ ରଖାଯାଇଛି।ଗୁଜରାଟର ୮ଟି ଜିଲ୍ଲାରେ ସେନା, ବାୟୁସେନା, ନୌସେନା, ତଟରକ୍ଷୀ ବାହିନୀ, ଏନଡିଆରଏଫ, ଏସଡିଆରଏଫ ଟିମ୍‌ ନିୟୋଜିତ ରହିଛନ୍ତି। ବାତ୍ୟା ପ୍ରଭାବକୁ ଦୃଷ୍ଟିରେ ରଖି ଗୁଜରାଟ ବ୍ୟତୀତ ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଏବଂ ରାଜସ୍ଥାନ ଭଳି ୮ରାଜ୍ୟରେ ମୋଟ ୪୨ ଟି ଏନଡିଆରଏଫ ଟିମକୁ ନିୟୋଜିତ କରାଯାଇଛି। ସବୁ ରାଜ୍ୟର ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସର୍ତକ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ମୁହୂର୍ତ୍ତରେ ସୂଚନା ନେଉଛନ୍ତି ।

ଆହୁରି ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ଫିତନା ଅଲ-ହିନ୍ଦୁସ୍ତାନ' ନାମକରଣକୁ କହିଲା 'ସଂଗଠିତ ଘୃଣାର କାରଖାନା'

ଗୁଜରାଟର ଅନକେ ସହରରେ ବିଦ୍ୟୁତ୍ ସମ୍ପର୍କ ଛିନ୍ନ ହୋଇଥିବାରୁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ୮ରୁ ୧୦ ଫୁଟ ଉଚ୍ଚରେ ସାମୁଦ୍ରକ ଜୁଆର ଆସୁଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳରେ ଏକ ରେଡ୍ଆର୍ଲଟ ଜାରି କରାଯାଇଛି। ବାତ୍ୟାକୁ ନେଇ ଗୁଜରାଟ ଏବଂ ମହାରାଷ୍ଟ୍ରର ବିଭିନ୍ନ ରୁଟ୍‌ରେ ଟ୍ରେନ ସେବା ମଧ୍ୟ ବ୍ୟାହତ ହୋଇଛି। କଚ୍ଛ, ଦ୍ୱାରକା ସମତେ ୮ଟି ଜିଲ୍ଲା ଦେଇ ଯାଉଥିବା ଯାତ୍ରୀ ଏବଂ ଏକ୍ସପ୍ରେସ ଟ୍ରେନ୍ ବାତିଲ ହୋଇଛି । ମୋଟ ୧୨୫ରୁ ଅଧିକ ଟ୍ରେନ୍ ବାତିଲ କରାଯାଇଛି। ଏଥିସହିତ, ଟ୍ରେନ ଗୁଡିକରେ ଔଷଧ ଏବଂ ରିଲିଫ୍ ସାମଗ୍ରୀ ମହଜୁଦ ରଖାଯାଇଛି। ସେହିଭଳି ରାଜ୍ୟର ବିଭିନ୍ନ ବିମାନବନ୍ଦର ମଧ୍ୟ ପ୍ରଭାବିତ ହୋଇଛି। ଜାମନଗର ବିମାନ ବନ୍ଦରରେ କୌଣସି ବିମାନ ଅବତରଣ ବନ୍ଦ ରଖାଯାଇଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଦିଗରେ କଡ଼ା ନଜର ରଖାଯିବା ସହିତ ବିପର୍ଯ୍ୟୟ ସ୍ଥଳରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ପ୍ରସ୍ତୁତି କରାଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକା କୋର୍ଟଙ୍କ ବଡ଼ ନିଷ୍ପତ୍ତି: ବେଆଇନ ଘୋଷିତ ହେଲା ଟ୍ରମ୍ପଙ୍କ ୧ ଲକ୍ଷ ଡଲାରର H-1B ଭିସା ଫି', ଭାରତୀୟଙ୍କ ପାଇଁ ଆଶ୍ୱସ୍ତି

16 Jun 2023 By The Sakala

ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଲା ‘ବିପର୍ଯ୍ୟୟ’; ପ୍ରବଳ ବର୍ଷା ଓ ପବନରେ ଭାଙ୍ଗିଲା ବଡ଼ବଡ଼ ଗଛ, ଉପୁଡ଼ିଗଲା ବିଦ୍ୟୁତ ଖୁଣ୍ଟ

ନୂଆଦିଲ୍ଲୀ: ପୂର୍ବ ନିର୍ଦ୍ଧାରିତ ଆକଳନ ଅନୁସାରେ ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର ସନ୍ଧ୍ୟାରେ ଗୁଜରାଟ ଉପକୂଳରେ ସ୍ଥଳଭାଗ(ଲ୍ୟାଣ୍ଡଫଲ୍‌) ଛୁଇଁଛି। ଗୁଜରାଟର ଜଖଉ ବନ୍ଦର ନିକଟରେ ଏହା ସ୍ଥଳଭାଗରେ ପ୍ରବେଶ କରିଥିଲା ବେଳେ ଏହି ସମୟରେ ଘଣ୍ଟା ପ୍ରତି ପବନ ବେଗ ୧୨୫ ରୁ ୧୩୫ କିମି ରହିଥିଲା। ଏହା ପ୍ରଭାବରେ କଚ୍ଛ ଏବଂ ସୌରାଷ୍ଟ୍ର ଅଞ୍ଚଳରେ ଭୀଷଣରୁ ଅତି ଭୀଷଣ ବର୍ଷା ହୋଇଛି। ଗୁରୁବାର ମଧ୍ୟ ରାତ୍ର ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଥÒଲା। ଭାରତୀୟ ପାଣିବାଗ ବିଭାଗ (ଆଇଏମଡି ) ସୂୂଚନା ଅନୁସାରେ, ପ୍ରାୟ ୫୦ କିମି ପରିଧିରେ ଏହି ବାତ୍ୟା ଗତି କରୁଥିବାରୁ ଗୁଜରାଟର ବହୁ ଉପକୂଳବର୍ତ୍ତୀ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ବଢିଛି। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମାଣ୍ଡଭି, ରାଜକୋଟ, କଚ୍ଛ, ଦ୍ବାରକା, ଜାମନଗର, ପୋରବନ୍ଦର ଆଦି ଅଞ୍ଚଳରେ ତାଣ୍ଡବ ସୃଷ୍ଟି ହୋଇଛି। ଏହିସବୁ ଅଞ୍ଚଳରେ ବ୍ୟାପକ ସଂଖ୍ୟାରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଯିବା ସହିତ ବଡ଼ବଡ଼ ଗଛ ଉପୁଡ଼ିପଡ଼ିଛି। ବାତ୍ୟା ପ୍ରଭାବରେ ୨ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୨୨ ଜଣ ଆହତ ହୋଇଥିବାର ଖବର ମିଳିଛି । ବାତ୍ୟା ଏବେ ସୌରାଷ୍ଟ୍ର-କଛ ଅଞ୍ଚଳର ନାଲିଆ ଠାରୁ ୩୦ କିଲୋମିଟର ଦୂରରେ ରହିଛି । ବାତ୍ୟା ଯୋଗୁଁ ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ପଶ୍ଚିମ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ୯୯ଟି ଟ୍ରେନର ଚଳାଚଳ ସାମୟିକ ଭାବେ ରଦ୍ଦ କରାଯାଇଛି ।

ବାତ୍ୟା ବିପର୍ଯ୍ୟୟର ପ୍ରଭାବକୁ ଦୃଷ୍ଟିରେ ରଖାଯାଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବେଳେ ଗୁରୁବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ,ଏକ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରକରାଯାଇଛି। ସେମାନଙ୍କୁ ଏବେ ଅସ୍ଥାୟୀ ଶିବିରରେ ରଖାଯାଇଛି।ଗୁଜରାଟର ୮ଟି ଜିଲ୍ଲାରେ ସେନା, ବାୟୁସେନା, ନୌସେନା, ତଟରକ୍ଷୀ ବାହିନୀ, ଏନଡିଆରଏଫ, ଏସଡିଆରଏଫ ଟିମ୍‌ ନିୟୋଜିତ ରହିଛନ୍ତି। ବାତ୍ୟା ପ୍ରଭାବକୁ ଦୃଷ୍ଟିରେ ରଖି ଗୁଜରାଟ ବ୍ୟତୀତ ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଏବଂ ରାଜସ୍ଥାନ ଭଳି ୮ରାଜ୍ୟରେ ମୋଟ ୪୨ ଟି ଏନଡିଆରଏଫ ଟିମକୁ ନିୟୋଜିତ କରାଯାଇଛି। ସବୁ ରାଜ୍ୟର ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସର୍ତକ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ମୁହୂର୍ତ୍ତରେ ସୂଚନା ନେଉଛନ୍ତି ।

ଗୁଜରାଟର ଅନକେ ସହରରେ ବିଦ୍ୟୁତ୍ ସମ୍ପର୍କ ଛିନ୍ନ ହୋଇଥିବାରୁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ୮ରୁ ୧୦ ଫୁଟ ଉଚ୍ଚରେ ସାମୁଦ୍ରକ ଜୁଆର ଆସୁଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳରେ ଏକ ରେଡ୍ଆର୍ଲଟ ଜାରି କରାଯାଇଛି। ବାତ୍ୟାକୁ ନେଇ ଗୁଜରାଟ ଏବଂ ମହାରାଷ୍ଟ୍ରର ବିଭିନ୍ନ ରୁଟ୍‌ରେ ଟ୍ରେନ ସେବା ମଧ୍ୟ ବ୍ୟାହତ ହୋଇଛି। କଚ୍ଛ, ଦ୍ୱାରକା ସମତେ ୮ଟି ଜିଲ୍ଲା ଦେଇ ଯାଉଥିବା ଯାତ୍ରୀ ଏବଂ ଏକ୍ସପ୍ରେସ ଟ୍ରେନ୍ ବାତିଲ ହୋଇଛି । ମୋଟ ୧୨୫ରୁ ଅଧିକ ଟ୍ରେନ୍ ବାତିଲ କରାଯାଇଛି। ଏଥିସହିତ, ଟ୍ରେନ ଗୁଡିକରେ ଔଷଧ ଏବଂ ରିଲିଫ୍ ସାମଗ୍ରୀ ମହଜୁଦ ରଖାଯାଇଛି। ସେହିଭଳି ରାଜ୍ୟର ବିଭିନ୍ନ ବିମାନବନ୍ଦର ମଧ୍ୟ ପ୍ରଭାବିତ ହୋଇଛି। ଜାମନଗର ବିମାନ ବନ୍ଦରରେ କୌଣସି ବିମାନ ଅବତରଣ ବନ୍ଦ ରଖାଯାଇଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଦିଗରେ କଡ଼ା ନଜର ରଖାଯିବା ସହିତ ବିପର୍ଯ୍ୟୟ ସ୍ଥଳରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ପ୍ରସ୍ତୁତି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର