ଭାରତୀୟ ରେଳକୁ ୧୭୦ ବର୍ଷ: ମହାରାଷ୍ଟ୍ରର ବମ୍ବେରୁ ଥାନେ ଗଡିଥିଲା ଦେଶର ପ୍ରଥମ ରେଳ

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ରେଳକୁ ୧୭୦ ବର୍ଷ ପୂରିଛି। ଆଜି ଭାରତୀୟ ରେଳବାଇର ଜନ୍ମଦିନ। ୧୮୫୩ ମସିହାରେ ଏହି ଦିନରେ ଦେଶର ପ୍ରଥମ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିଥିଲା। ମହାରାଷ୍ଟ୍ରର ବମ୍ବେରୁ ଥାନେ ଗଡିଥିଲା ଦେଶର ପ୍ରଥମ ରେଳ। ସେତେବେଳେ କେବଳ ୧୪ ଟି କୋଚ୍ ସହିତ ଟ୍ରେନ୍ ଟାଣିବା ପାଇଁ ତିନୋଟି ଇଞ୍ଜିନ୍‌କୁ ସଂଯୁକ୍ତ କରାଯାଇଥିଲା। ଆଜିର ରେଳ କୋଚ୍ ତୁଳନାରେ ସେତେବେଳର କୋଚ୍‌ଗୁଡିକ ଦିଆସିଲି ଖୋଳ ପରି ଦେଖାଯାଉଥିଲା। ସେତେବେଳେ ସମୟ ଅଲଗା ଥିଲା ଓ […]

ନୂଆଦିଲ୍ଲୀ: ଭାରତୀୟ ରେଳକୁ ୧୭୦ ବର୍ଷ ପୂରିଛି। ଆଜି ଭାରତୀୟ ରେଳବାଇର ଜନ୍ମଦିନ। ୧୮୫୩ ମସିହାରେ ଏହି ଦିନରେ ଦେଶର ପ୍ରଥମ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିଥିଲା। ମହାରାଷ୍ଟ୍ରର ବମ୍ବେରୁ ଥାନେ ଗଡିଥିଲା ଦେଶର ପ୍ରଥମ ରେଳ। ସେତେବେଳେ କେବଳ ୧୪ ଟି କୋଚ୍ ସହିତ ଟ୍ରେନ୍ ଟାଣିବା ପାଇଁ ତିନୋଟି ଇଞ୍ଜିନ୍‌କୁ ସଂଯୁକ୍ତ କରାଯାଇଥିଲା। ଆଜିର ରେଳ କୋଚ୍ ତୁଳନାରେ ସେତେବେଳର କୋଚ୍‌ଗୁଡିକ ଦିଆସିଲି ଖୋଳ ପରି ଦେଖାଯାଉଥିଲା। ସେତେବେଳେ ସମୟ ଅଲଗା ଥିଲା ଓ ଉତ୍ସାହ ବି ଭିନ୍ନ ରହିଥିଲା। ସେହି ସମୟରେ ଦେଶର ୪୦୦ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଟ୍ରେନରେ ଯାତ୍ରା କରିବାର ସୌଭାଗ୍ୟ ପାଇଥିଲେ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

୧୬ ଏପ୍ରିଲ ୧୮୫୩ରେ ଅପରାହ୍ନ ୩ଟା ୩୫ ମିନିଟ୍‌ରେ ଏହି ଟ୍ରେନ ଯାତ୍ରା ଆରମ୍ଭ କରିଥିଲା। ସେତେବେଳେ ଉକ୍ତ ଟ୍ରେନକୁ ୨୧ ତୋପ ସଲାମୀ ମିଳିଥିଲା। ଟ୍ରେନ ବମ୍ବେର ତତ୍କାଳୀନ ବୋରି ବନ୍ଦର ରେଳ ଷ୍ଟେସନରୁ ଛାଡିଥÒଲା। ଭାରତୀୟ ରେଳ ଫ୍ୟାନ୍ କ୍ଲବ ଆସୋସିଏସନ୍ ଅନୁଯାୟୀ ଥାନେ ପର୍ଯ୍ୟନ୍ତ ୩୩ କିଲୋମିଟର ଦୂରତ୍ବ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ଲାଗି ଟ୍ରେନକୁ ମାତ୍ର ୧୫ ମିନିଟ୍‌ ସମୟ ଲାଗିଥିଲା। ଆଜିର ଦିନରେ ଯଦିଓ କେବଳ ଗୋଟିଏ ଇଞ୍ଜିନ୍‌ ୧୨୦ କିଲୋମିଟର ବେଗରେ ୨୪ଟି କୋଚର ଟ୍ରେନ୍ ଚଳାଇପାରେ, କିନ୍ତୁ ସେହି ସମୟରେ ଏପରି ଶକ୍ତିଶାଳୀ ଇଞ୍ଜିନ ନ ଥିଲା ଟ୍ରେନରେ ଛୋଟ ଛୋଟ କୋଚ୍ ଲାଗିଥିଲା। ସେତେବେଳେ ଟ୍ରେନରେ ଉପଯୁକ୍ତ ସିଟ୍‌ ନ ଥିଲା କିମ୍ବା ଶୌଚାଳୟର ବ୍ୟବସ୍ଥା ନ ଥିଲା।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଟ୍ରେନରେ ଲାଗିଥିବା ତିନୋଟି ଇଞ୍ଜିନ୍‌ର ନାମ ସାହିବ୍‌, ସିନ୍ଧ ଏବଂ ସୁଲତାନ ରଖାଯାଇଥିଲା। ପ୍ରଥମ ଟ୍ରେନର ଲୋକୋମୋଟିଭ୍‌ର ପରିଚୟ ଏବେ ବି ଖୋଜା ଚାଲିଛି। ଯଦିବା ଭାରତୀୟ ରେଳବାଇ ୧୮୫୩ ଏପ୍ରିଲ ୧୬କୁ ଏହାର ପ୍ରଥମ ଯ୍ୟେନ ଚଳାଚଳର ଶୁଭାରମ୍ଭ ବୋଲି କହିଥାଏ, କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ସେହି ଦିନ ଦେଶରେ ପ୍ରଥମ ଟ୍ରେନ୍ ଚାଲିଥିଲା ​​କି। ବାସ୍ତବରେ ସେହି ଟ୍ରେନ୍ ଭାରତର ପ୍ରଥମ ବାଣିଜ୍ୟିକ ଯାତ୍ରୀ ସେବା ଥିଲା। ବାସ୍ତବରେ, ଅନ୍ୟ କେତେକ ରେଳ କମ୍ପାନୀ ୧୮୫୩ ମସିହାରେ ଭାରତରେ ନିର୍ମାଣ ସାମଗ୍ରୀ ପରିବହନ କରୁଥିବା ଟ୍ରେନ୍ ଚଳାଇବା ଆରମ୍ଭ କରିଥିଲେ। ୧୮୩୫ ମସିହାରୁ ମାଡ୍ରାସର ଚିଣ୍ଟାଡ୍ରିପେଟ୍ ନିକଟରେ ଏକ ଛୋଟ ପରୀକ୍ଷାମୂଳକ ରେଳ ଲାଇନ୍‌ ବିଛା ଯାଇଥିଲା। ଉକ୍ତ ଲାଇନ୍‌ର ନିର୍ମାଣ ୧୮୩୬ ମସିହାରେ ଆରମ୍ଭ ହୋଇଥିଲା। ଏହି ଲାଇନଟି ଗ୍ରାନାଇଟ୍ ପଥର ପରିବହନ ପାଇଁ ଉଦ୍ଦିଷ୍ଟ ଥିଲା। ଏହା ୧୮୩୭ରେ ଖୋଲାଯାଇଥିଲା। ୧୮୫୩ ପୂର୍ବରୁ ମଧ୍ୟ ତତ୍କାଳୀନ ୟୁନାଇଟେଡ୍ ପ୍ରୋଭିନ୍ସର ରୁର୍‌କିରେ ରେଳ ଲାଇନ ମଧ୍ୟ ବିଛାଯାଇଥିଲା। ପିରନ୍ କାଲିଆରୀ ରୁର୍‌କି ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ଷ୍ଟାଣ୍ଡାର୍ଡ ଗେଜ୍ ରେଳ ଲାଇନ ନିର୍ମାଣ କରାଯାଇଥିଲା। ପ୍ରଥମେ ମାଲ ଭର୍ତ୍ତି ଡବାକୁ ଲୋକମାନେ ଟାଣୁଥ଄ବାବେଳେ ପରବର୍ତ୍ତୀ ସମୟରେ ଏଥିରେ ଘୋଡା ବ୍ୟବହାର କରାଯାଇଥିଲା। ଏହାପରେ ୧୮୫୧ରେ ଥମ୍‌ସନ ବାଷ୍ପ ଲୋକୋମୋଟିଭ୍ ବ୍ୟବହାର କରାଗଲା।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର