କେଜ୍ରିୱାଲଙ୍କ ପ୍ରଶ୍ନ: ଗରିବଙ୍କ ଅର୍ଥରୁ ଧନୀଙ୍କ ଋଣ ମାଫ୍‌ କ’ଣ ନ୍ୟାୟୋଚିତ

The Sakala Picture
Published On

ନୂଆଦିଲ୍ଲୀ: ରାଜନୈତିକ ଦଳମାନଙ୍କ ମାଗଣା ପ୍ରତିଶ୍ରୁତିକୁ ନେଇ କେନ୍ଦ୍ର ସରକାର ପ୍ରଶ୍ନ ଉଠାଇବା ସହିତ ଏହା ଉପରେ ରୋକ୍‌ ଲଗାଇବାକୁ ପ୍ରସ୍ତୁତ ହେଉଥÒବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ସରକାର ଗରିବ ଦେଉଥÒବା ଟିକସ ଅର୍ଥରୁ ବିତ୍ତଶାଳୀଙ୍କ ହଜାର ହଜାର କୋଟିର ଋଣଛାଡ଼ କରାଯାଉଛି। ଇତିମଧ୍ୟରେ ବହୁ ବିତ୍ତଶାଳୀ ଏବଂ ଉଦ୍ୟୋଗପତିଙ୍କ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରାଯାଇଛି। ସେହିଭଳି ଅତି ଧନୀ […]

ନୂଆଦିଲ୍ଲୀ: ରାଜନୈତିକ ଦଳମାନଙ୍କ ମାଗଣା ପ୍ରତିଶ୍ରୁତିକୁ ନେଇ କେନ୍ଦ୍ର ସରକାର ପ୍ରଶ୍ନ ଉଠାଇବା ସହିତ ଏହା ଉପରେ ରୋକ୍‌ ଲଗାଇବାକୁ ପ୍ରସ୍ତୁତ ହେଉଥÒବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ସରକାର ଗରିବ ଦେଉଥÒବା ଟିକସ ଅର୍ଥରୁ ବିତ୍ତଶାଳୀଙ୍କ ହଜାର ହଜାର କୋଟିର ଋଣଛାଡ଼ କରାଯାଉଛି। ଇତିମଧ୍ୟରେ ବହୁ ବିତ୍ତଶାଳୀ ଏବଂ ଉଦ୍ୟୋଗପତିଙ୍କ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରାଯାଇଛି। ସେହିଭଳି ଅତି ଧନୀ ବ୍ୟକ୍ତିଙ୍କ କମ୍ପାନୀରୁ ୫ ଲକ୍ଷ କୋଟି ଟଙ୍କାର ଟିକସ ମଧ୍ୟ ଛାଡ଼ କରାଯାଇଛି। କିନ୍ତୁ ସରକାର ଗରିବ ତ’ ଗରିବ , ଜଣେ ଭିକାରୀକୁ ମଧ୍ୟ ଛାଡ଼ୁ ନାହାନ୍ତି। ଜଣେ ଭିକାରୀ ଯଦି ଅଟା କିମ୍ବା ଚାଉଳ କିଣିବାକୁ ଯାଉଛି ତେବେ ତାକୁ ମଧ୍ୟ ଟିକସ ଦେବାକୁ ପଡ଼ୁଛି। ଗରିବଙ୍କ ଅର୍ଥରୁ ଯଦି ବିତ୍ତଶାଳୀଙ୍କୁ ମାଫ୍‌ କରାଯାଇପାରୁଛି ତେବେ ଲୋକଙ୍କୁ ମାଗଣା ଉପହାରକୁ ନେଇ କେନ୍ଦ୍ର କାହିଁକି ବିରୋଧ କରୁଛି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। ସେହିପରି ବର୍ତ୍ତମାନ ପ୍ରାୟ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସଟି ଲାଗୁ କରାଯିବା ସହିତ କେନ୍ଦ୍ର ସରକାର ରାଜ୍ୟମାନଙ୍କ ଟିକସ ଅଂଶରେ ହ୍ରାସ କରିଛନ୍ତି। ମନେରଗା ପାଣ୍ଠିକୁ ୨୫ ପ୍ରତିଶତ କମାଇ ଦିଆଯାଇଛି। ଏହିସବୁ ଅର୍ଥ କୁଆଡ଼େ ଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର