ପ୍ରଳୟ ରଚିବ ଆଣ୍ଟାର୍କଟିକାର ଗ୍ଲେସିୟର

The Sakala Picture
Published On

ଉତ୍ତରାଖଣ୍ଡର ଚାମୋଲିରେ ଥିବା ଗ୍ଲେସିୟର ଫାଟିବା ପରେ ପୁଣି ଥରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗ୍ଲେସିୟର ହେଉଛି ବରଫର ବିଶାଳ ସମାଗମ। ଗ୍ଲେସିୟର କେବଳ ସେହି ଅଞ୍ଚଳରେ ଦେଖିବାକୁ ମିଳେ, ଯେଉଁଠାରେ ତୁଷାର ଆବରଣ ସ୍ଥାୟୀ ରୁହେ, ଅର୍ଥାତ୍ ଉଚ୍ଚ ସ୍ଥାନରେ । ଏକ ଛୋଟ ଖଣ୍ଡ ଗ୍ଲେସିୟର ଯୋଗୁଁ ଏତେ ବଡ଼ ବିପର୍ଯ୍ୟୟ ଘଟିଲା। ତେବେ, ସର୍ବ ବୃହତ୍‌ ଗ୍ଲେସିୟର ତରଳି ଗଲେ କ’ଣ ହେବ ଆପଣ ଅନୁମାନ କରିପାରୁଥିବେ। ଆଣ୍ଟାର୍କଟିକାର ଥ୍ବାୟଟେସ୍ […]

ଉତ୍ତରାଖଣ୍ଡର ଚାମୋଲିରେ ଥିବା ଗ୍ଲେସିୟର ଫାଟିବା ପରେ ପୁଣି ଥରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗ୍ଲେସିୟର ହେଉଛି ବରଫର ବିଶାଳ ସମାଗମ। ଗ୍ଲେସିୟର କେବଳ ସେହି ଅଞ୍ଚଳରେ ଦେଖିବାକୁ ମିଳେ, ଯେଉଁଠାରେ ତୁଷାର ଆବରଣ ସ୍ଥାୟୀ ରୁହେ, ଅର୍ଥାତ୍ ଉଚ୍ଚ ସ୍ଥାନରେ । ଏକ ଛୋଟ ଖଣ୍ଡ ଗ୍ଲେସିୟର ଯୋଗୁଁ ଏତେ ବଡ଼ ବିପର୍ଯ୍ୟୟ ଘଟିଲା। ତେବେ, ସର୍ବ ବୃହତ୍‌ ଗ୍ଲେସିୟର ତରଳି ଗଲେ କ’ଣ ହେବ ଆପଣ ଅନୁମାନ କରିପାରୁଥିବେ। ଆଣ୍ଟାର୍କଟିକାର ଥ୍ବାୟଟେସ୍ ବିଶ୍ବର ସବୁଠୁ ବଡ ଏବଂ ବିପଜ୍ଜନକ ଗ୍ଲେସିୟର ଭାବରେ ପରିଗଣିତ ହୁଏ। ବିଶ୍ବର ବିଭିନ୍ନ ସ୍ଥାନରୁ ବିଶେଷଜ୍ଞମାନେ ଏହା ଉପରେ ନଜର ରଖିଛନ୍ତି। ଆଣ୍ଟାର୍କଟିକାର ପଶ୍ଚିମ ଭାଗରେ ଅବସ୍ଥିତ ଏହି ଗ୍ଲେସିୟର ସମୁଦ୍ର ମଧ୍ୟରେ ଅନେକ କିଲୋମିଟର ଗଭୀରତାରେ ବୁଡ଼ି ରହିଛି। ସମୁଦ୍ର ମଧ୍ୟରେ ଏହି ଗ୍ଲେସିୟରର ଭିତରର ମୋଟେଇ ପ୍ରାୟ ୪୮୬ କିଲୋମିଟର। ଏହି ଗ୍ଲେସିୟର ଲଗାତାର ଭାବେ ତରଳୁଛି। ଏଭଳି କ୍ରମଶଃ ତରଳିବା ଯୋଗୁଁ କୌଣସି ମୁହୂର୍ତ୍ତରେ ଏହି ଗ୍ଲେସିୟର ଫାଟି ଯାଇପାରେ। ଯଦି ଏହି ଗ୍ଲେସିୟର ତରଳି ଯାଏ ତେବେ ସମୁଦ୍ର ଜଳପତନ ୨ରୁ ୫ ଫୁଟ ବୃଦ୍ଧି ପାଇବ। ଏହା ଫଳରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇଯିବ। ଏଭଳି ପରିସ୍ଥିତିରେ ବିଭିନ୍ନ ଦେଶର କୋଟି କୋଟି ଲୋକ ପ୍ରାଣ ହରାଇବା କିମ୍ବା ବିସ୍ଥାପିତ ହେବାର ଆଶଙ୍କା କରାଯାଉଛି। ଯଦି ଏହି ଗ୍ଲେସିୟର୍ ୨୧୦୦ ମସିହା ବେଳକୁ ପୂରା ତରଳିଯିବ ତେବେ ୧୨ଟି ବିକାଶଶୀଳ ରାଷ୍ଟ୍ରର ପାଖାପାଖି ୯ କୋଟି ଲୋକ ବିସ୍ଥାପିତ ହେବା ପାଇଁ ବାଧ୍ୟ ହେବେ । ଏଥିଯୋଗୁଁ ବିଶ୍ବ ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇପାରେ।

ଆହୁରି ପଢ଼ନ୍ତୁ: ନୂଆଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ: ପୁଟିନଙ୍କ ସମେତ ଏକାଧିକ ରାଷ୍ଟ୍ରମୁଖ୍ୟ ସାମିଲ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର