୧୬ ବର୍ଷ ପରେ ବରଫ ତଳୁ ମିଳିଲା ଯବାନଙ୍କ ମୃତଦେହ

ଗାଜିଆବାଦ: ମୃତ୍ୟୁର ୧୬ ବର୍ଷ ପରେ ଉତ୍ତରାଖଣ୍ଡର ବରଫ ତଳୁ ଗାଜିଆବାଦର ଜଣେ ସହିଦ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୨୦୦୫ରେ ପର୍ବତାରୋହୀ ସୈନିକଙ୍କ ଏକ ଦଳ ଗଙ୍ଗୋତ୍ରି ହିମାଳୟର ସବୁଠାରୁ ଉଚ୍ଚ ଶୃଙ୍ଗ ସତୋପନ୍ଥରେ ତ୍ରିରଙ୍ଗା ଉଡାଇ ଫେରୁଥିବା ସମୟରେ ଅଘଟଣ ଘଟିଥିଲା । ବାଟରେ ସନ୍ତୁଳନ ବିଗିଡିବାରୁ ୪ ଜଣ ଯବାନ ଶହେ ଫୁଟ ତଳେ ଥିବା ଖାଇକୁ ଖସି ପଡିଥିଲେ। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କ ଶବ ମିଳିନଥିଲା। ବାପାମାଆ ପୁଅର […]

ଗାଜିଆବାଦ: ମୃତ୍ୟୁର ୧୬ ବର୍ଷ ପରେ ଉତ୍ତରାଖଣ୍ଡର ବରଫ ତଳୁ ଗାଜିଆବାଦର ଜଣେ ସହିଦ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୨୦୦୫ରେ ପର୍ବତାରୋହୀ ସୈନିକଙ୍କ ଏକ ଦଳ ଗଙ୍ଗୋତ୍ରି ହିମାଳୟର ସବୁଠାରୁ ଉଚ୍ଚ ଶୃଙ୍ଗ ସତୋପନ୍ଥରେ ତ୍ରିରଙ୍ଗା ଉଡାଇ ଫେରୁଥିବା ସମୟରେ ଅଘଟଣ ଘଟିଥିଲା । ବାଟରେ ସନ୍ତୁଳନ ବିଗିଡିବାରୁ ୪ ଜଣ ଯବାନ ଶହେ ଫୁଟ ତଳେ ଥିବା ଖାଇକୁ ଖସି ପଡିଥିଲେ। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କ ଶବ ମିଳିନଥିଲା। ବାପାମାଆ ପୁଅର ଶେଷ ଦର୍ଶନ କରିବାକୁ ଚାହୁଁଥିଲେ। କିନ୍ତୁ ଏହା ପୂରଣ ହୋଇନଥିଲା ଏବଂ ସେମାନେ ଇହଧାମ ତ୍ୟାଗ କରିଥିଲେ।

ଭାରତୀୟ ସେନାର ଏକ ୨୫ ଜଣିଆ ଦଳ ନିକଟରେ ସନ୍ତୋପନ୍ଥ ଯାଉଥିବା ବେଳେ ବରଫ ଭିତରେ ଯବାନଙ୍କ ମୃତଦେହ ପାଇଥିଲେ । ଯବାନଙ୍କ ପୋଷାକ, ନାମ ଫଳକ ଏବଂ ଶରୀର ସୁରକ୍ଷିତ ଅଛି । ପରିବାର ଶବକୁ ଚିହ୍ନଟ କରିଛନ୍ତି। ଔପଚାରିକତା ପୂରଣ କରାଯିବା ପରେ ଅନ୍ତିମ ସଂସ୍କାର କରାଯିବ। ଏହି ଯବାନଙ୍କ ନାମ ଅମରିଶ ତ୍ୟାଗି ଓ ସେ ମୁରାଦନଗର ଥାନା ଅଧିନ ହିସାଲି ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି ।

About The Author: The Sakala