ସିଡିଏସ କମିଟିର ଅଧ୍ଯକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ନରଓ୍ବାଣେ

ନୂଆଦିଲ୍ଲୀ: ତିନି ସେନାର ମୁଖ୍ୟଙ୍କୁ ନେଇ ଗଠିତ ‘ଚିଫ୍‌ ଅଫ୍‌ ଷ୍ଟାଫ୍‌ କମିଟି’ର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ସେନାମୁଖ୍ୟ ଜେନେରାଲ୍‌ ଏମ୍‌.ଏମ୍‌. ନରଓ୍ବାଣେ । ଡିସେମ୍ବର ୮ ତାରିଖରେ ଭାରତୀୟ ବାୟୁସେନା ହେଲିକପ୍ଟର୍‌ ଦୁର୍ଘଟଣାରେ ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ଜେନେରାଲ୍‌ ବିପିନ ରାୱତ୍‌ଙ୍କ ବିୟୋଗ ପରେ ଏହି ପଦବୀ ଖାଲି ପଡ଼ିଥିଲା । ତିନି ସେନା ମୁଖ୍ୟଙ୍କ ମଧ୍ୟରୁ ସବୁଠୁ ବରିଷ୍ଠ ଥିବାରୁ ଜେନେରାଲ୍‌ ନରୱାଣେଙ୍କୁ ଏହି କମିଟିର ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି […]

ନୂଆଦିଲ୍ଲୀ: ତିନି ସେନାର ମୁଖ୍ୟଙ୍କୁ ନେଇ ଗଠିତ ‘ଚିଫ୍‌ ଅଫ୍‌ ଷ୍ଟାଫ୍‌ କମିଟି’ର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ସେନାମୁଖ୍ୟ ଜେନେରାଲ୍‌ ଏମ୍‌.ଏମ୍‌. ନରଓ୍ବାଣେ । ଡିସେମ୍ବର ୮ ତାରିଖରେ ଭାରତୀୟ ବାୟୁସେନା ହେଲିକପ୍ଟର୍‌ ଦୁର୍ଘଟଣାରେ ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ଜେନେରାଲ୍‌ ବିପିନ ରାୱତ୍‌ଙ୍କ ବିୟୋଗ ପରେ ଏହି ପଦବୀ ଖାଲି ପଡ଼ିଥିଲା । ତିନି ସେନା ମୁଖ୍ୟଙ୍କ ମଧ୍ୟରୁ ସବୁଠୁ ବରିଷ୍ଠ ଥିବାରୁ ଜେନେରାଲ୍‌ ନରୱାଣେଙ୍କୁ ଏହି କମିଟିର ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି । ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌ ପଦବୀ ସୃଷ୍ଟି କରାଯିବା ପୂର୍ବରୁ ତିନି ସେବାର ସବୁଠୁ ବରିଷ୍ଠ ‘ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ କମିଟି’ର ଅଧ୍ୟକ୍ଷ ହେଉଥିଲେ ।

ଡିସେମ୍ବର ୨୦୧୯ରେ ଯେତେବେଳେ ସିଡିଏସ୍ ପଦବୀ ପାଇଁ ସରକାର ପ୍ରଥମେ ଜେନେରାଲ୍ ରାୱତଙ୍କ ନାମ ଘୋଷଣା କଲେ, ସେତେବେଳେ ସିଡିଏସ୍ ସହ ଚିଫ୍ସ ଅଫ୍ ଷ୍ଟାଫ୍ କମିଟିର ଅଧ୍ୟକ୍ଷ ପଦ ମଧ୍ୟ ଜେନେରାଲ୍ ବିପିନ ରାୱତଙ୍କ ନିକଟକୁ ଯାଇଥିଲା। ତେବେ ଏହାପୂର୍ବରୁ ସେନାର ତିନୋଟି ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ତିନି ସେନାରେ ମୁଖ୍ୟଙ୍କ କମିଟିର ଚେୟାରମ୍ୟାନ୍ ଭାବରେ କାର୍ଯ୍ଯ କରିଥିଲେ। ସେହି ସମୟରେ ତିନିଜଣ ମୁଖିଆଙ୍କ ମଧ୍ୟରେ ସିନିୟର ଏହି ପଦବୀରେ ରହିଆ ରହିଆସୁଥିଲେ। ବର୍ତ୍ତମାନ ସିଡିଏସ୍ ପଦବୀ ଖାଲି ଥିବାରୁ ପୁରୁଣା ପରମ୍ପରା ପୁନଃ ସ୍ଥାପିତ ହୋଇଛି, ଯାହାଫଳରେ ସେନା ମଧ୍ୟରେ ପାରସ୍ପରିକ ସମନ୍ୱୟ ରକ୍ଷା କରିବାରେ କୌଣସି ଅସୁବିଧା ହେବ ନାହିଁ।

About The Author: The Sakala