ସୋଶିଆଲ ମିଡିଆରେ ଟ୍ରୋଲ ପରେ ଗୁଟଖା କମ୍ପାନୀର ବ୍ରାଣ୍ଡ ଆମ୍ବାସଡରରୁ ଓହରିଲେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର

ମୁମ୍ବାଇ: ଗୁଟଖା କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ପଦବୀରୁ ଓହରିଲେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର। ପାନ୍‌ ମସାଲା ବ୍ରାଣ୍ଡରେ ଅକ୍ଷୟ କୁମାର ଯୋଡ଼ି ହୋଇଥିବାରୁ ଭୀଷଣ ଟ୍ରୋଲ ହୋଇଥିଲେ ଅକ୍ଷୟ କୁମାର। ସୋଶିଆଲ ମିଡିଆରେ ଅକ୍ଷୟ କୁମାରଙ୍କ ପ୍ରତି ଆକ୍ଷେପ ବଢ଼ିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏବେ ସେ ଆଉ ଟବାକୋ ବ୍ରାଣ୍ଡର ଆଉ ଆମ୍ବାସଡର ରହିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଗୁରୁବାର ରାତିରେ ତାଙ୍କ ଶୋସିଆଲ ମିଡିଆରେ ଘୋଷାଣା କରି ଗୁଟ୍‌ଖା ବ୍ରାଣ୍ଡକୁ […]

ମୁମ୍ବାଇ: ଗୁଟଖା କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ପଦବୀରୁ ଓହରିଲେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର। ପାନ୍‌ ମସାଲା ବ୍ରାଣ୍ଡରେ ଅକ୍ଷୟ କୁମାର ଯୋଡ଼ି ହୋଇଥିବାରୁ ଭୀଷଣ ଟ୍ରୋଲ ହୋଇଥିଲେ ଅକ୍ଷୟ କୁମାର। ସୋଶିଆଲ ମିଡିଆରେ ଅକ୍ଷୟ କୁମାରଙ୍କ ପ୍ରତି ଆକ୍ଷେପ ବଢ଼ିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏବେ ସେ ଆଉ ଟବାକୋ ବ୍ରାଣ୍ଡର ଆଉ ଆମ୍ବାସଡର ରହିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଗୁରୁବାର ରାତିରେ ତାଙ୍କ ଶୋସିଆଲ ମିଡିଆରେ ଘୋଷାଣା କରି ଗୁଟ୍‌ଖା ବ୍ରାଣ୍ଡକୁ ନାଁ କହିଛନ୍ତି। ଏମିତି କି ସେ ନିଜ ପ୍ରଶଂସକଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି।


ସୂଚାନା ଅନୁଯାୟୀ, ବଲିଉଡ୍‌ର ଶହାରୁଖ୍‌ ଖାନ୍‌ ଓ ଅଜୟ ଦେବଗନଙ୍କ ପରେ ପାନମସାଲା ବ୍ରାଣ୍ଡର ପ୍ରମୋସନ ପାଇଁ ଅକ୍ଷୟ କୁମାର ଯୋଗ ଦେଇଥିଲେ। ହେଲେ ଅକ୍ଷୟ କୁମାରଙ୍କ ଏହି ନିଷ୍ପତ୍ତିକୁ ତାଙ୍କ ଫ୍ୟାନ୍‌ମାନେ ନାପସନ୍ଦ କରିଥିଲେ। ଏନେଇ ସୋଶିଆଲ ମିଡିଆରେ ଅକ୍ଷୟ କୁମାରଙ୍କୁ ମହଙ୍ଗା ପଡ଼ିଥିଲା। ତାଙ୍କ ବିରୋଧରେ ବିଭିନ୍ନ ପ୍ରତିକ୍ରିୟାମାନ ଆସିଥିଲା।

ଅକ୍ଷୟ କୁମାର କହିଛନ୍ତି ଯେ, ବିଜ୍ଞାପନ ଓ ପ୍ରଚାରର ପ୍ରସାର ବାବଦକୁ ଯାହା ଟଙ୍କା କମାଇଛନ୍ତି ତାହା ଜନମଙ୍ଗଳକାରୀ ଉଦ୍ଦେଶ୍ୟରେ ବିନିଯୋଗ କରିବେ।

About The Author: The Sakala