ନିଯୁକ୍ତି କ୍ଷେତ୍ରରେ ଏଆଇର ପ୍ରଭାବ, ୬୭% ଇଞ୍ଜିନିୟରଙ୍କୁ ଘାରିଛି ଚାକିରି ହରାଇବାର ଭୟ

ନୂଆଦିଲ୍ଲୀ: ସମ୍ପ୍ରତି ସାରା ବିଶ୍ବରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ଚର୍ଚ୍ଚା ଜୋର। ସବୁକ୍ଷେତ୍ରରେ ଏଆଇର ପ୍ରୟୋଗ କରାଯାଉଛି। ତେଣୁ ନିଯୁକ୍ତି କ୍ଷେତ୍ରରେ ଏହାକୁ ବ୍ୟବହାରକୁ ନେଇ ପ୍ରଥମରୁ ସମସ୍ତେ ଆଶଙ୍କା ପ୍ରକାଶ କରିଆସୁଛନ୍ତି। ଏହାମଧ୍ୟରେ ଦେଶର ଇଞ୍ଜିନିୟରମାନେ ଏଆଇକୁ ନେଇ ସନ୍ଦେହରେ ରହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଦେଶର ୬୭% ଇଞ୍ଜିନିୟର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କାରଣରୁ ସେମାନଙ୍କ ଚାକିରିକୁ ନେଇ ଭୟରେ ରହିଛନ୍ତି। ଗ୍ରେଟ୍ ଲର୍ଣ୍ଣିଂ ପକ୍ଷରୁ ପ୍ରକାଶିତ ଅନୁସନ୍ଧାନ ରିପୋର୍ଟ ୨୦୨୪-୨୫ରେ କୁହାଯାଇଛି ଯେ, ୬୭.୫% […]

ନୂଆଦିଲ୍ଲୀ: ସମ୍ପ୍ରତି ସାରା ବିଶ୍ବରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ଚର୍ଚ୍ଚା ଜୋର। ସବୁକ୍ଷେତ୍ରରେ ଏଆଇର ପ୍ରୟୋଗ କରାଯାଉଛି। ତେଣୁ ନିଯୁକ୍ତି କ୍ଷେତ୍ରରେ ଏହାକୁ ବ୍ୟବହାରକୁ ନେଇ ପ୍ରଥମରୁ ସମସ୍ତେ ଆଶଙ୍କା ପ୍ରକାଶ କରିଆସୁଛନ୍ତି। ଏହାମଧ୍ୟରେ ଦେଶର ଇଞ୍ଜିନିୟରମାନେ ଏଆଇକୁ ନେଇ ସନ୍ଦେହରେ ରହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଦେଶର ୬୭% ଇଞ୍ଜିନିୟର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କାରଣରୁ ସେମାନଙ୍କ ଚାକିରିକୁ ନେଇ ଭୟରେ ରହିଛନ୍ତି। ଗ୍ରେଟ୍ ଲର୍ଣ୍ଣିଂ ପକ୍ଷରୁ ପ୍ରକାଶିତ ଅନୁସନ୍ଧାନ ରିପୋର୍ଟ ୨୦୨୪-୨୫ରେ କୁହାଯାଇଛି ଯେ, ୬୭.୫% ଇଞ୍ଜିନିୟରଙ୍କ ବିଶ୍ବାସ ହେଉଛି ଏଇ ସେମାନଙ୍କ ଚାକିରି ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଯେତେବେଳେ କି ୮୭.୫% କହିଛନ୍ତି ଯେ ଟେକ୍ନୋଲୋଜିର ଅପଗ୍ରେଡ୍ ହେତୁ କ୍ୟାରିୟର ସୁରକ୍ଷିତ ରଖିବା ପାଇଁ ଦକ୍ଷତା ବିକାଶ ଅଧିକ ଗୁରୁତ୍ୱପୂର୍ଣ୍ଣ।

ରୁଟିନ୍ କାର୍ଯ୍ୟଗୁଡ଼ିକୁ ସ୍ୱୟଂଚାଳିତ କରିବା ଏବଂ ଜଟିଳ ତଥ୍ୟ ବିଶ୍ଳେଷଣ କରିବା ପାଇଁ ଏଆଇ କ୍ଷମତା ଇଞ୍ଜିନିୟରିଂ ଦୃଶ୍ୟକୁ ପୁନଃ ରୂପ ଦେଉଛି। ରିପୋର୍ଟ ଅନୁଯାୟୀ, ଆଗାମୀ ଦଶନ୍ଧିରେ ୨୦-୪୦% ଇଞ୍ଜିନିୟରିଂ କାର୍ଯ୍ୟ ସ୍ୱୟଂଚାଳିତ ହୋଇଯିବ। ଏହା ସହିତ ୮୯% ଇଞ୍ଜିନିୟର ନୂତନ କଠିନ କୌଶଳ ହାସଲ କରିବାକୁ ଯୋଜନା କରୁଛନ୍ତି। ଏଥିମଧ୍ୟରୁ, ଏଆଇ-ଏମଏଲ୍‌ ହେଉଛି ସର୍ବାଧିକ ଚାହିଦା କ୍ଷେତ୍ର। ପୁଣେର ଏମଆଇଟି ବିଶ୍ୱ ଶାନ୍ତି ବିଶ୍ୱବିଦ୍ୟାଳୟର ଡିନ୍ ଡ. ଦୀନେଶ ସେଥ କହିଛନ୍ତି ଯେ ଏଆଇ ଯୋଗୁ ଇଞ୍ଜିନିୟରମାନଙ୍କର ଭୂମିକା ପ୍ରଭାବିତ ହେବ। ଭାରତର ୧୫ ଲକ୍ଷ ଇଞ୍ଜିନିୟରିଂ ସ୍ନାତକ ମଧ୍ୟରୁ କେବଳ ୧୦% ଚଳିତ ବର୍ଷ ଚାକିରି ଆଶା ରଖିଛନ୍ତି। ଦେଶରେ ଇଞ୍ଜିନିୟରିଂ ସ୍ନାତକମାନଙ୍କ ନିଯୁକ୍ତି ୬୦% ରୁ ଅଧିକ, କିନ୍ତୁ ସ୍ନାତକୋତ୍ତରର ୪୫% ଛାତ୍ର ହିଁ ଶିଳ୍ପ ଦ୍ବାରା ଧାର୍ଯ୍ୟ ମାନକ ପୂରଣ କରିଥାନ୍ତି। ଟିମ୍ ଲିଜ୍ ଡିଗ୍ରୀ ଆପ୍ରେଣ୍ଟିସିପ୍‌ ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଦେଶରେ ଇଞ୍ଜିନିୟରିଂ କ୍ଷେତ୍ର ଦୀର୍ଘ ଦିନ ଧରି ଦେଶର ବିକାଶର ଆଧାର ହୋଇଆସୁଛି। ଟେକ୍ନୋଲୋଜି ବଦଳିବା କାରଣରୁ ରୋଜଗାର ହ୍ରାସ ପାଇଛି, ଏହା ହିଁ କ୍ଷେତ୍ରର ପଫେସନାଲଙ୍କ ପାଇଁ ବିପଜ୍ଜନକ।

About The Author: The Sakala