ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି, କୋଲକାତାରେ କଲା ଏମରଜେନ୍ସି ଲ୍ୟାଣ୍ଡିଂ

ନୂଆଦିଲ୍ଲୀ : ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି।ସାନ୍‌-ଫ୍ରାନ୍ସିକୋରୁ ମୁମ୍ବାଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନର ଏକ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଫଳରେ ମଙ୍ଗଳବାର କୋଲକାତା ବିମାନବନ୍ଦରରେ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ ପଡିଛି। ଆମେରିକା କାର୍ଲିଫର୍ଣ୍ଣିଆର ସାନ୍‌-ଫ୍ରାନ୍ସିକୋରୁ ମୁମ୍ବାଇ ଯାଉଥିବା ଏହି ବିମାନ କୋଲକାତା ବିମାନବନ୍ଦରରେ ଅବତରଣ କରିଛି । ବିମାନର ଇଞ୍ଜିନର ଟେକ୍ନିକାଲ ଅସୁବିଧା ଯୋଗୁ ବିମାନକୁ ରହିବାକୁ ପଡିଛି । ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି । ଏୟାରଇଣ୍ଡିଆର ବିମାନ AI180 […]

ନୂଆଦିଲ୍ଲୀ : ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି।ସାନ୍‌-ଫ୍ରାନ୍ସିକୋରୁ ମୁମ୍ବାଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନର ଏକ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଫଳରେ ମଙ୍ଗଳବାର କୋଲକାତା ବିମାନବନ୍ଦରରେ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ ପଡିଛି।

ଆମେରିକା କାର୍ଲିଫର୍ଣ୍ଣିଆର ସାନ୍‌-ଫ୍ରାନ୍ସିକୋରୁ ମୁମ୍ବାଇ ଯାଉଥିବା ଏହି ବିମାନ କୋଲକାତା ବିମାନବନ୍ଦରରେ ଅବତରଣ କରିଛି । ବିମାନର ଇଞ୍ଜିନର ଟେକ୍ନିକାଲ ଅସୁବିଧା ଯୋଗୁ ବିମାନକୁ ରହିବାକୁ ପଡିଛି । ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି । ଏୟାରଇଣ୍ଡିଆର ବିମାନ AI180 ଗତକାଲି ରାତି ୧୨ ଟା ୪୫ ମିନିଟ ସମୟରେ କୋଲକାତାରେ ଅବତରଣ କରିଥିଲା । ପରେ ଇଞ୍ଜିନରେ ତ୍ରୁଟି ଯୋଗୁ ବିମାନ ସେଠାରୁ ମୁମ୍ବାଇକୁ ଉଡାଣ ଭରିବାରେ ବିଳମ୍ବ ହୋଇଥିଲା । ପରେ ଭୋର ୫ଟା ୨୦ ମିନିଟ ସମୟରେ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଯିବାକୁ କୁହାଯାଇଥିଲା । ବିମାନର କ୍ୟାପ୍ଟେନ୍ ଯାତ୍ରୀମାନଙ୍କୁ କହିଥିଲେ ଯେ ଉଡ଼ାଣ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ଗତକାଲି ମଧ୍ୟ ହଂକଂରୁ ଦିଲ୍ଲୀକୁ ଉଡ଼ାଣ କରୁଥିବା ଏୟାର ଇଣ୍ଡିଆ ବିମାନ ଏଆଇ୩୧୫ରେ ଆଜି ମଝି ଆକାଶରେ ସମ୍ଭାବ୍ୟ ଯାନ୍ତ୍ରିକ ତ୍ରୁଟି ଜାଣିବାପରେ ପାଇଲଟ୍‌ ବିମାନକୁ ହଂକଂ ଫେରାଇ ‌ନେଇଥିଲେ। ବୋଇଂ ୭୮୭-୮ ଡ୍ରିମଲାଇନର ବିମାନଟି ଦିଲ୍ଲୀ ଅଭିମୁଖେ ଉଡ଼ାଣ କରୁଥିଲା। ତେବେ ଉଡ଼ିବାର ଘଣ୍ଟାଏ ପରେ ହଂକଂ ବିମାନବନ୍ଦରରେ ବିମାନର ସୁରକ୍ଷିତ ଅବତରଣ କରାଯାଇଥିଲା। ସୂଚନାନୁଯାୟୀ ବିମାନଟି ୨୨,୦୦୦ ଫୁଟ୍‌ ଉଚ୍ଚତାରେ ପହଞ୍ଚିବାପରେ ଏହା ତଳକୁ ଖସିବା ଆରମ୍ଭ କରିଥିଲା। ପାଇଲଟ୍‌ ଏହାପରେ ବିମାନକୁ ହଂକଂ ବିମାନବନ୍ଦରକୁ ଫେରାଇ ନେଇଥିଲେ।

About The Author: The Sakala