ମଝି ଆକାଶରେ ବିମାନରେ ତ୍ରୁଟି ଘଟଣା: ଟଳିଲା ବିପଦ, ବିମାନର ନିରାପଦ ଅବତରଣ

ନୂଆଦିଲ୍ଲୀ: ବିପଦ ଟଳିଲା, ନିରାପଦ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ତ୍ରିଚି ବିମାନବନ୍ଦରରେ ନିରାପଦ ଅବତରଣ  ସୂଚନା। ହାଇଡ୍ରୋଲିକ୍ ସମସ୍ୟା ପାଇଁ ଜରୁରୀ ଅବତରଣ କରିଛି।  ସୂଚନା ଅନୁଯାୟୀ, ସାରଜା ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ତ୍ରୁଟି ଦେଖାଯାଇଥିଲା। ବିମାନର ହାଇଡ୍ରୋଲିକ୍ ଲାଣ୍ଡିଂ ଗିଅରରେ ତ୍ରୁଟି ଦେଖାଦେଇଥିଲା ।  ତାମିଲନାଡୁର ତ୍ରିଚି ସହର ଉପରେ ପାଖାପାଖି ଗତ ୨ ଘଣ୍ଟା ଧରି ଘୂରି ବୁଲିଥିଲା।  ଇନ୍ଧନ ଶେଷ କରିବାକୁ ବିମାନଟି ଏପରି […]

ନୂଆଦିଲ୍ଲୀ: ବିପଦ ଟଳିଲା, ନିରାପଦ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ତ୍ରିଚି ବିମାନବନ୍ଦରରେ ନିରାପଦ ଅବତରଣ  ସୂଚନା। ହାଇଡ୍ରୋଲିକ୍ ସମସ୍ୟା ପାଇଁ ଜରୁରୀ ଅବତରଣ କରିଛି। 

ସୂଚନା ଅନୁଯାୟୀ, ସାରଜା ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ତ୍ରୁଟି ଦେଖାଯାଇଥିଲା। ବିମାନର ହାଇଡ୍ରୋଲିକ୍ ଲାଣ୍ଡିଂ ଗିଅରରେ ତ୍ରୁଟି ଦେଖାଦେଇଥିଲା ।  ତାମିଲନାଡୁର ତ୍ରିଚି ସହର ଉପରେ ପାଖାପାଖି ଗତ ୨ ଘଣ୍ଟା ଧରି ଘୂରି ବୁଲିଥିଲା।  ଇନ୍ଧନ ଶେଷ କରିବାକୁ ବିମାନଟି ଏପରି କରୁଥିଲା । ଫଳରେ ଲାଣ୍ଡିଂ ବେଳେ ଯେପରିକି ନିଆଁ ନ ଲାଗେ ।

ଖବର ଅନୁଯାୟୀ, ୧୪୧ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ତ୍ରିଚି ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ଲ୍ୟାଣ୍ଡିଂ ଗିଅରରେ ସମସ୍ୟା ଦେଖାଦେଇଥିଲା। ବିମାନର ଲାଣ୍ଡିଂ ଗିଅର କାମ କରୁ ନ ଥିବାରୁ ବିମାନର ଜରୁରୀକାଳୀନ ଅବତରଣ ପାଇଁ ବିମାନ ପ୍ରସ୍ତୁତ ହେଉଥିଲା। ଲାଣ୍ଡିଂ ଗିଅର କାମ ନ କଲେ ବିମାନର ବେଲିଂ ଲାଣ୍ଡିଂ କରାଯାଇଥାଏ । ଅର୍ଥାତ ଲାଣ୍ଡିଂ ବେଳେ ବିମାନର ବଡି ହିଁ ଭୂମି ସ୍ପର୍ଶ କରିବ । ତଳେ ନିଆଁ ଲାଗିବାର ଆଶଙ୍କା ଥିବାରୁ ୧୮ଟି ଦମକଳ ଗାଡ଼ିକୁ ପ୍ରସ୍ତୁତ ରଖାଯାଇଥିଲା। ତେବେ ଖବର ଅନୁଯାୟୀ ଉକ୍ତ ବିମାନଟି ସୁରକ୍ଷିତ ଲ୍ୟାଣ୍ଡି କରିଛି।

About The Author: The Sakala