ନିର୍ବାଚନ ପରେ ଆରମ୍ଭ ହେଲା ମହଙ୍ଗା ମାଡ଼: ଅମୂଲ କ୍ଷୀର ଲିଟର ୨ ଟଙ୍କା ବୃଦ୍ଧି, ଟୋଲ୍ ଟ୍ୟାକ୍ସ ବି ବଢ଼ିଲା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଶେଷ ହେବା କ୍ଷଣି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବାସୀଙ୍କୁ ଝଟକା ଲାଗିଛି। ଅମୂଲ କ୍ଷୀର ଦର ଲିଟର ପିଛା ୨ ଟଙ୍କା ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ଜୁନ୍ ୨ ମଧ୍ୟରାତ୍ରରୁ ଲାଗୁ ହୋଇଛି। ସେହିପରି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଟୋଲ୍ ଟ୍ୟାକ୍ସ ବୃଦ୍ଧି କରିଛି । କାର, ବସ୍ ଏବଂ ଟ୍ରକ୍ ପାଇଁ ଟୋଲ୍ ଟ୍ୟାକ୍ସ ତିନି ରୁ ପାଞ୍ଚ ପ୍ରତିଶତ ବୃଦ୍ଧି ହୋଇଛି। କେନ୍ଦ୍ର ସରକାର ଦେଶରେ […]

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଶେଷ ହେବା କ୍ଷଣି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବାସୀଙ୍କୁ ଝଟକା ଲାଗିଛି। ଅମୂଲ କ୍ଷୀର ଦର ଲିଟର ପିଛା ୨ ଟଙ୍କା ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ଜୁନ୍ ୨ ମଧ୍ୟରାତ୍ରରୁ ଲାଗୁ ହୋଇଛି। ସେହିପରି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଟୋଲ୍ ଟ୍ୟାକ୍ସ ବୃଦ୍ଧି କରିଛି । କାର, ବସ୍ ଏବଂ ଟ୍ରକ୍ ପାଇଁ ଟୋଲ୍ ଟ୍ୟାକ୍ସ ତିନି ରୁ ପାଞ୍ଚ ପ୍ରତିଶତ ବୃଦ୍ଧି ହୋଇଛି।

କେନ୍ଦ୍ର ସରକାର ଦେଶରେ ପ୍ରଚଳିତ ଟୋଲ ଟିକସ ହାର ବୃଦ୍ଧି କରିବା ସହିତ ବର୍ଦ୍ଧିତ ଟିକସ ଜୁନ୍‌ ୨ ମଧ୍ୟରାତ୍ରରୁ ଲାଗୁ କରିଛନ୍ତି। ଫଳରେ ଆଜିଠାରୁ ଦେଶରେ ଯାତ୍ରା କରିବା ମହଙ୍ଗା ହେବ। ବର୍ତ୍ତମାନ ଜାତୀୟ ସ୍ତରରେ ଟୋଲ ଟିକସ ହାର ୩ ପ୍ରତିଶତ ରହିଛି। କିନ୍ତୁ ଜୁନ୍ ୩ ତାରିଖରୁ ଏହା ୫ ପ୍ରତିଶତକୁ ବୃଦ୍ଧି ପାଇଛି। ସାରା ଦେଶରେ ରହିଥିବା ୧୧୦୦ ଟୋଲ ପ୍ଲାଜାରେ ଏହା ଲାଗୁ ହୋଇଛି। ବିଭିନ୍ନ ଶ୍ରେଣୀର ଯାନକୁ ନେଇ ଟୋଲ ଟିକସ ସର୍ବନିମ୍ନ ୫ ରୁ ସର୍ବାଧିକ ୨୫ ପ୍ରତିଶତ ହାରରେ ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି।

ହାଲୁକା ଯାନ ଉପରେ ଅତିରିକ୍ତ ୫ ଟଙ୍କା ଏବଂ ବ୍ୟବସାୟିକ ଯାନ ଉପରେ ୫ ରୁ ୨୦ ଟଙ୍କା ଅତିରିକ୍ତ ଟୋଲ୍ ରହିବ।ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ନୂତନ ତାଲିକା ଅନୁସାରେ ହାଲୁକା ଯାନ ଉପରେ ଶୁଳ୍କ ୫ ଟଙ୍କା ବୃଦ୍ଧି କରାଯାଇଥିଲା ବେଳେ ବାଣିଜ୍ୟିକ ଏବଂ ଭାରୀ ଯାନ ଉପରେ ଶୁଳ୍କ ୫ ରୁ ୨୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଅଧିକ ଓଜନ ବିଶିଷ୍ଟ ଯାନଗୁଡିକୁ ଦଶଗୁଣ ଅଧିକ ଟିକସ ପୈଠ କରିବାକୁ ପଡ଼ିବ ବୋଲି କୁହାଯାଇଛି। କେବଳ ଏକ ପାଖିଆ ଗସ୍ତ କ୍ଷେତ୍ରରେ ଏକ କାର୍‌ ପାଇଁ ଟୋଲ ଟିକସ ୯୦ ଟଙ୍କା ରହିଥିଲା ବେଳେ ଯିବା ଓ ଫେରିବା କ୍ଷେତ୍ରରେ ଟିକସ ପରିମାଣ ୧୪୦ ଟଙ୍କା ରହିଛି।

ସେହିପରି ହାଲୁକା ବାଣିଜ୍ୟିକ ଯାନ ପାଇଁ ଏହା ଯଥାକ୍ରମେ ୧୫୦ ଏବଂ ୨୨୫ ଟଙ୍କା ରହିବ। ବସ୍ ଏବଂ ଟ୍ରକ୍ ପାଇଁ ଟିକସ ୩୧୦ ଏବଂ ୪୬୫ ଟଙ୍କା ରହିବା ସହିତ ଭାରୀ ବ୍ୟବସାୟିକ ଯାନ ପାଇଁ ଏହା ୪୯୦ ଏବଂ ୭୩୫ ଟଙ୍କା ରହିବ ବୋଲି କୁହାଯାଇଛି।ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ଜାତୀୟ ରାଜପଥ ଭିତ୍ତିଭୂମିର ବିକାଶ ପାଇଁ ଗତ ଦଶନ୍ଧିରେ ପର୍ଯ୍ୟାପ୍ତ ପୁଞ୍ଜି ବ୍ୟୟ କରିଥିଲା ବେଳେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୪୬ ହଜାର କିମି ପରିମିତ ରାସ୍ତା ନିର୍ମାଣ କରାଯାଇସାରିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ମୋଟ ୨୫୨ ବିଲିୟନ ଟଙ୍କା ଆଦାୟ ହୋଇଥିଲା। କିନ୍ତୁ ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ପରିମାଣ ୫୪୦ ବିଲିୟନ ଟଙ୍କାକୁ ବୃଦ୍ଧି ପାଇଛି।

About The Author: The Sakala