ପଦ୍ମ ଧରିଲେ ରାମାୟଣର ‘ରାମ’ ଅରୁଣ ଗୋଭିଲ

ନୂଆଦିଲ୍ଲୀ : ବିଜେପିରେ ସାମିଲ ହେଲେ ଅରୁଣ ଗୋଭିଲ। ରାମାନନ୍ଦ ସାଗରଙ୍କ ନିର୍ମିତ ‘ରାମୟଣ’ରେ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ପ୍ରସିଦ୍ଧ ଅଭିନେତା ଅରୁଣ ଗୋଭିଲ ବିଜେପିରେ ସାମିଲ ହୋଇଛନ୍ତି । ୫ ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅରୁଣ ଗୋଭିଲଙ୍କ ବିଜେପିର ସାମିଲ ହେବା ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି। ଅରୁଣ ଗୋଭିଲ ଦିଲ୍ଲୀରେ ବିଜେପି କାର୍ୟ୍ୟାଳୟରେ ପାର୍ଟି ସଦସ୍ୟତା ପଦ ଗ୍ରହଣ କରଛନ୍ତି। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଉପସ୍ଥିତ […]

ନୂଆଦିଲ୍ଲୀ : ବିଜେପିରେ ସାମିଲ ହେଲେ ଅରୁଣ ଗୋଭିଲ। ରାମାନନ୍ଦ ସାଗରଙ୍କ ନିର୍ମିତ ‘ରାମୟଣ’ରେ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ପ୍ରସିଦ୍ଧ ଅଭିନେତା ଅରୁଣ ଗୋଭିଲ ବିଜେପିରେ ସାମିଲ ହୋଇଛନ୍ତି । ୫ ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅରୁଣ ଗୋଭିଲଙ୍କ ବିଜେପିର ସାମିଲ ହେବା ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି। ଅରୁଣ ଗୋଭିଲ ଦିଲ୍ଲୀରେ ବିଜେପି କାର୍ୟ୍ୟାଳୟରେ ପାର୍ଟି ସଦସ୍ୟତା ପଦ ଗ୍ରହଣ କରଛନ୍ତି। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଉପସ୍ଥିତ ଥିଲେ।


୧୯୮୭ରେ ମୁକ୍ତିଲାଭ କରିଥିବା ରାମାନନ୍ଦ ସାଗରଙ୍କ ପୌରାଣିକ ସିରିୟଲ ‘ରାମାୟଣ’ ରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଭୂମିକା ରେ ଅଭିନୟ କରି ସାରା ଦେଶରେ ଚର୍ଚ୍ଚିତ ହୋଇଥିବା ଅରୁଣ ଗୋଭିଲ୍ । ଏପରିକି ଲୋକେ ଟିଭି ସାମ୍ନାରେ ଧୂପକାଠି ଧରି ପୂଜା କରୁଥିଲେ। ଭଗବାନ ରାମଙ୍କ ରୂପରେ ଯେଉଁ ବ୍ୟକ୍ତିଙ୍କୁ ଲୋକେ ପୂଜା କରୁଥିଲେ ସେ ହିଁ ଅରୁଣ ଗୋଭିଲ। ଯଦିଓ ରାମାୟଣ ବହୁତ ଲୋକପ୍ରିୟତା ପାଇଥିଲା କିନ୍ତୁ ଲକ୍‌ଡାଉନ୍‌ ସମୟରେ ରାମାୟଣର ପୁନଃ ପ୍ରସାରଣ ବିଶ୍ବରେ ଚର୍ଚ୍ଚା ସୃଷ୍ଟି କରିଥିଲା। ଏହି ସମୟରେ ଦେଶରେ ୭.୭୦ କୋଟି ଲୋକ ରାମାୟଣ ଦେଖିଥିଲେ।

 

About The Author: The Sakala