ଆତଙ୍କବାଦୀ ଲିଙ୍କ୍‌ରେ ଦୋଷୀ ଅବ୍‌‌ଦୁର ରେହମାନ ଓ ୩ ସହଯୋଗୀଙ୍କୁ ୭ ବର୍ଷ ୫ ମାସ ଜେଲ୍‌ ଦଣ୍ଡାଦେଶ

ନୂଆଦିଲ୍ଲୀ: ଆତଙ୍କବାଦୀ ଅବ୍‌‌ଦୁର ରେହମାନକୁ ୭ ବର୍ଷ ୫ ମାସ ଜେଲ୍‌ ଦଣ୍ଡାଦେଶ । କାରାଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜରିମାନା ମଧ୍ୟ ହୋଇଛି । ଅଲ୍‌ କାଏଦା ଲିଙ୍କ୍‌ରେ ଦୋଷୀ ସାବ୍ୟସ୍ତ ହେବା ପରେ ଅବଦୁର ରେହମାନକୁ ଏହି ସଜା ଶୁଣାଇଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ଅବ୍‌‌ଦୁର ରେହମାନ ସହ ଅନ୍ୟ ୩ ଦୋଷୀଙ୍କୁ ମଧ୍ୟ ସମାନ ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଅନ୍ୟ ୩ ଦୋଷୀ ହେଉଛନ୍ତି ମହମ୍ମଦ […]

ନୂଆଦିଲ୍ଲୀ: ଆତଙ୍କବାଦୀ ଅବ୍‌‌ଦୁର ରେହମାନକୁ ୭ ବର୍ଷ ୫ ମାସ ଜେଲ୍‌ ଦଣ୍ଡାଦେଶ । କାରାଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜରିମାନା ମଧ୍ୟ ହୋଇଛି । ଅଲ୍‌ କାଏଦା ଲିଙ୍କ୍‌ରେ ଦୋଷୀ ସାବ୍ୟସ୍ତ ହେବା ପରେ ଅବଦୁର ରେହମାନକୁ ଏହି ସଜା ଶୁଣାଇଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ଅବ୍‌‌ଦୁର ରେହମାନ ସହ ଅନ୍ୟ ୩ ଦୋଷୀଙ୍କୁ ମଧ୍ୟ ସମାନ ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଅନ୍ୟ ୩ ଦୋଷୀ ହେଉଛନ୍ତି ମହମ୍ମଦ ଆସିଫ୍, ଜାଫର ମାସୁଦ ଏବଂ ଅବଦୁଲ ସାମିକୁ ।

୨୦୧୫ ଡିସେମ୍ବର ମାସରେ ଅବ୍‌‌ଦୁଲକୁ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛ ଅଞ୍ଚଳରୁ ଗିରଫ କରାଯାଇଥିଲା। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ ଏବଂ କମିଶନରେଟ୍‌‌ ପୁଲିସର ସ୍ୱତନ୍ତ୍ର ଟିମ୍‌‌ ତା’ର ଘରେ ଚଢ଼ଉ କରିଥିଲା। ତା’ ନିକଟରୁ ଜବତ ହୋଇଥିଲା ପାସ୍‌‌ପୋର୍ଟ, ମୋବାଇଲ୍‌‌ ଫୋନ୍‌‌, ଟାବ୍‌‌ଲେଟ ଓ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର। ଅବ୍‌‌ଦୁଲ ନିର୍ଦ୍ଦୋଷ ବୋଲି ତା’ର ପରିବାର ଲୋକେ ଦାବି କରିଥିଲେ। ହେଲେ ତଦନ୍ତବେଳେ ଅବ୍‌‌ଦୁଲର ପାକିସ୍ତାନ ଲିଙ୍କ୍‌‌ ସଂକ୍ରାନ୍ତରେ ସୂଚନା ମିଳିଥିଲା। ସ୍ଥାନୀୟ ଅଞ୍ଚଳରେ ମୌଲବୀ ଭାବେ ସେ ମୁସଲ୍‌‌ମାନ ପିଲାଙ୍କୁ ଶିକ୍ଷାଦାନ କରୁଥିଲା।

ଭାରତୀୟ ଉପମହାଦେଶ ଅଧୀନ ଅଲ୍‌‌କାଏଦା ସହ ଲିଙ୍କ୍‌‌ରେ ରହି ସାଉଦିଆରବ, ପାକିସ୍ତାନ, ଦୁବାଇ ଓ ଅନ୍ୟ ଦେଶର ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ରହିଥିଲା। ୨୦୦୬ରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେବାକୁ ପାକିସ୍ତାନ ଯାଇଥିଲା ଅବ୍‌‌ଦୁଲ। ସେଠାରେ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜାକି ଉର୍‌‌ ରେହମାନ ଲଖବି ସହ ମଧ୍ୟ ତା’ର ଭେଟ ହୋଇଥିଲା।

About The Author: The Sakala