ଆଧାର କାର୍ଡ ବୟସର ପ୍ରମାଣ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଧାର କାର୍ଡକୁ ନେଇ ବଡ଼ ରାୟ ଦେଇଛନ୍ତି। ଏହା ବୟସ ନିର୍ଦ୍ଧାରଣ କରିବାର ଆନୁଷ୍ଠାନିକ ପ୍ରମାଣପତ୍ର ନୁହେଁ ବୋଲି ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ ଉଜ୍ଜ୍ବଲ ଭୁଇଁଆଙ୍କ ଖଣ୍ଡପୀଠ କହିଛନ୍ତି। ଏ ସମ୍ବନ୍ଧରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଦେଇଥିବା ରାୟକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ରଦ୍ଦ କରିଦେଇଛନ୍ତି। ଏଥିରେ ଜଣେ ଦୁର୍ଘଟଣା ପୀଡ଼ିତଙ୍କ ବୟସ ଜାଣିବା ଲାଗି ହାଇକୋର୍ଟ ଆଧାର କାର୍ଡକୁ ବୈଧ ପ୍ରମାଣପତ୍ର ଧରିଥିଲେ। ସୁପ୍ରିମକୋର୍ଟ ଗୁରୁବାର କହିଥିଲେ ଯେ […]

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଧାର କାର୍ଡକୁ ନେଇ ବଡ଼ ରାୟ ଦେଇଛନ୍ତି। ଏହା ବୟସ ନିର୍ଦ୍ଧାରଣ କରିବାର ଆନୁଷ୍ଠାନିକ ପ୍ରମାଣପତ୍ର ନୁହେଁ ବୋଲି ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ ଉଜ୍ଜ୍ବଲ ଭୁଇଁଆଙ୍କ ଖଣ୍ଡପୀଠ କହିଛନ୍ତି। ଏ ସମ୍ବନ୍ଧରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଦେଇଥିବା ରାୟକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ରଦ୍ଦ କରିଦେଇଛନ୍ତି। ଏଥିରେ ଜଣେ ଦୁର୍ଘଟଣା ପୀଡ଼ିତଙ୍କ ବୟସ ଜାଣିବା ଲାଗି ହାଇକୋର୍ଟ ଆଧାର କାର୍ଡକୁ ବୈଧ ପ୍ରମାଣପତ୍ର ଧରିଥିଲେ। ସୁପ୍ରିମକୋର୍ଟ ଗୁରୁବାର କହିଥିଲେ ଯେ ମୃତକଙ୍କ ବୟସ ଜାଣିବା ଲାଗି ଜୁଭେନାଇଲ ଜଷ୍ଟିସ (ଶିଶୁ ସୁରକ୍ଷା ଏବଂ ଯତ୍ନ ନିୟମ) ୨୦୧୫ର ଧାରା ୯୪ ଅନୁଯାୟୀ ସ୍କୁଲ୍‌ ଛାଡ଼ିବାର ପ୍ରମାଣପତ୍ରରେ ଦିଆଯାଇଥିବା ଜନ୍ମ ତାରିଖକୁ ଧାର୍ଯ୍ୟ ଧରାଯିବା ଉଚିତ। ଏକକ ପରିଚୟପତ୍ର ଚିହ୍ନଟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ଙ୍କ ସୂଚନା ଅନୁଯାୟୀ ଆଧାର କାର୍ଡକୁ ପରିଚୟ ପତ୍ର ଭାବେ ଧରାଯିବ, ମାତ୍ର ଏହାକୁ ଜନ୍ମତିଥିର ପ୍ରମାଣପତ୍ର ଭାବେ ସ୍ବୀକାର କରାଯିବ ନାହିଁ।

About The Author: The Sakala