ପ୍ରେମ୍‌ ପାଇଁ ସୀମା ପାର୍‌ ଯୁବତୀ, ଦକ୍ଷିଣ କୋରିଆରୁ ଆସିଲେ ଭାରତ

ନୂଆଦିଲ୍ଲୀ: ଏବେ ସୀମା ପାର୍‌ ପ୍ରେମର ଧାରା ଜାରି ରହିଛି। ପାକିସ୍ତାନର ସୀମା ହାଇଦରଙ୍କ ପରେ ଦକ୍ଷିଣ କୋରିଆର ଜଣେ ଯୁବତୀ ନିଜ ପ୍ରେମିକକୁ ବାହା ହେବା ପାଇଁ ଉତ୍ତରପ୍ରଦେଶ ଚାଲି ଆସିଛନ୍ତି। ଯୁବତୀ କିମ୍‌ ବୋ-ନେ ୪ ବର୍ଷ ତଳେ ବୁସାନର ଏକ କଫି ସପ୍‌ରେ ସୁଖଜୀତ ସିଂହଙ୍କୁ ଭେଟିଥିଲେ। ସୁଖଜୀତ ସେତେବେଳେ ଚାକିରି ପାଇଁ ଦକ୍ଷିଣ କୋରିଆ ଯାଇଥିଲେ। ସେଠାରେ ସେ ଏକ କଫି ସପ୍‌ରେ ଚାକିରି କରିଥିଲେ। କିମ୍‌ ମଧ୍ୟ ସେହି କଫି […]

ନୂଆଦିଲ୍ଲୀ: ଏବେ ସୀମା ପାର୍‌ ପ୍ରେମର ଧାରା ଜାରି ରହିଛି। ପାକିସ୍ତାନର ସୀମା ହାଇଦରଙ୍କ ପରେ ଦକ୍ଷିଣ କୋରିଆର ଜଣେ ଯୁବତୀ ନିଜ ପ୍ରେମିକକୁ ବାହା ହେବା ପାଇଁ ଉତ୍ତରପ୍ରଦେଶ ଚାଲି ଆସିଛନ୍ତି। ଯୁବତୀ କିମ୍‌ ବୋ-ନେ ୪ ବର୍ଷ ତଳେ ବୁସାନର ଏକ କଫି ସପ୍‌ରେ ସୁଖଜୀତ ସିଂହଙ୍କୁ ଭେଟିଥିଲେ। ସୁଖଜୀତ ସେତେବେଳେ ଚାକିରି ପାଇଁ ଦକ୍ଷିଣ କୋରିଆ ଯାଇଥିଲେ। ସେଠାରେ ସେ ଏକ କଫି ସପ୍‌ରେ ଚାକିରି କରିଥିଲେ। କିମ୍‌ ମଧ୍ୟ ସେହି କଫି ସପ୍‌ର ବିଲିଂ କାଉଣ୍ଟରରେ ଚାକିରି କରିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ୍‌ ହୋଇ ଯାଇଥିଲା।

ଉଭୟେ ୪ ବର୍ଷ ପର୍ଯ୍ୟନ୍ତ ଲିଭ୍‌-ଇନ ରିଲେସନସିପ୍‌ରେ ଥିଲେ। ସୁଖଜୀତ ୬ ମାସ ଭାରତ ଆସିଥିଲେ। ଏହାର ୨ ମାସ ପରେ କିମ୍‌ ତାଙ୍କୁ ଅନୁଧାବନ କରି ଭାରତ ଆସିଗଲେ। ଉଭୟେ ଏକ ସ୍ଥାନୀୟ ଗୁରୁଦ୍ବାରରେ ବିବାହ କରିଛନ୍ତି। ସୁଖଜୀତଙ୍କ ସୂଚନା ଅନୁଯାୟୀ କିମ୍‌ ଭାରତୀୟ ପରମ୍ପରା, ଶିଖ୍‌ ଗୀତ ଶୁଣିବାକୁ ଭଲ ପାଉଛନ୍ତି। ଉଭୟେ ଦକ୍ଷିଣ କୋରିଆ ଯାଇ ସେଠାରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। କିମ୍‌ ଗ୍ରେଟର ନୋଏଡାର ରାବୁପୁରା ସ୍ଥିତ ସୁଖଜୀତଙ୍କ ଫାର୍ମ ହାଉସ୍‌ରେ ତାଙ୍କ ପରିବାର ସହ ରହୁଛନ୍ତି। ସେ ତିନି ମାସିଆ ଭିସାରେ ଭାରତ ଆସିଥିଲେ।

About The Author: The Sakala