ବିଚିତ୍ର ନିୟମ; ଏପରି ଦେଶ ଯେଉଁଠି ସାଧାରଣ ଲୋକଙ୍କୁ ଲେଦର ଜ୍ୟାକେଟ୍ ପିନ୍ଧିବା ମନା

ଉତ୍ତର କୋରିଆ ନାମ ଶୁଣିବା ମାତ୍ରେ ସେଠାକାର ଶାସକ ଓ ଆଇନ କାନୁନର ଚିତ୍ର ମାନସପଟକୁ ଆସିଯାଏ। ଏଠାରେ ପ୍ରଚଳିତ ବିଚିତ୍ର ନୀତି ନିୟମ ଅନ୍ୟ କେଉଁ ଦେଶରେ ଦେଖିବାକୁ ମିଳେନାହିଁ। ନିକଟରେ ଏହି ଦେଶରେ ଲେଦର୍ ବା ଚମଡ଼ା ଜ୍ୟାକେଟ୍ ବ୍ୟବହାର କରିବାକୁ ନିଷିଦ୍ଧ ଘୋଷଣା କରାଯାଇଛି। ଲେଦର ଜ୍ୟାକେଟ୍‌ ପିନ୍ଧିବାକୁ ଏହି ଦେଶରେ ଲୋକମାନେ ଅଧିକ ପସନ୍ଦ କରିଥାନ୍ତି। ସେଥିପାଇଁ ଚୀନ୍‌ରୁ ବହୁ ସଂଖ୍ୟାରେ ଲେଦର ଜ୍ୟାକେଟ୍ ଉତ୍ତର କୋରିଆକୁ ଆମଦାନୀ କରାଯାଉଥିଲା। କିନ୍ତୁ […]

ଉତ୍ତର କୋରିଆ ନାମ ଶୁଣିବା ମାତ୍ରେ ସେଠାକାର ଶାସକ ଓ ଆଇନ କାନୁନର ଚିତ୍ର ମାନସପଟକୁ ଆସିଯାଏ। ଏଠାରେ ପ୍ରଚଳିତ ବିଚିତ୍ର ନୀତି ନିୟମ ଅନ୍ୟ କେଉଁ ଦେଶରେ ଦେଖିବାକୁ ମିଳେନାହିଁ। ନିକଟରେ ଏହି ଦେଶରେ ଲେଦର୍ ବା ଚମଡ଼ା ଜ୍ୟାକେଟ୍ ବ୍ୟବହାର କରିବାକୁ ନିଷିଦ୍ଧ ଘୋଷଣା କରାଯାଇଛି। ଲେଦର ଜ୍ୟାକେଟ୍‌ ପିନ୍ଧିବାକୁ ଏହି ଦେଶରେ ଲୋକମାନେ ଅଧିକ ପସନ୍ଦ କରିଥାନ୍ତି। ସେଥିପାଇଁ ଚୀନ୍‌ରୁ ବହୁ ସଂଖ୍ୟାରେ ଲେଦର ଜ୍ୟାକେଟ୍ ଉତ୍ତର କୋରିଆକୁ ଆମଦାନୀ କରାଯାଉଥିଲା। କିନ୍ତୁ ଏଠାକାର ସାଧାରଣ ଲୋକେ ଆଉ ପୂର୍ବଭଳି ଲେଦର ଜ୍ୟାକେଟ୍ ପିନ୍ଧି ପାରିବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଏଠାରେ ପ୍ରକାଶ ଥାଉ କି, ୨୦୧୯ ମସିହାରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଉତ୍ତର କୋରିଆର ମୁଖ୍ୟ କିମ୍ ଜଙ୍ଗ୍ ଉନ୍ ଚମଡ଼ାର ଏକ କଳା ରଙ୍ଗର ଲେଦର ଜ୍ୟାକେଟ୍ ପିନ୍ଧିଥିଲେ। ଏହି କାର୍ଯ୍ୟକ୍ରମର ଫୁଟେଜ୍‌ ମଧ୍ୟ ଜାତୀୟ ଟେଲିଭିଜନରେ ପ୍ରଦର୍ଶିତ ହୋଇଥିଲା । ଶାସକ କିମ୍ ଏବଂ ତାଙ୍କ ସହକର୍ମୀଙ୍କ ଲେଦର ଜ୍ୟାକେଟ୍‌ ପିନ୍ଧିବା ଶୈଳୀକୁ ଦେଖିବା ପରେ ଉତ୍ତର କୋରିଆର ଅନେକ ଲୋକ ଏହିପରି ଜ୍ୟାକେଟ୍‌ ପିନ୍ଧିବାକୁ ପସନ୍ଦ କରିବାକୁ ଲାଗିଲେ । ଏହାପରେ ଏଭଳି ଜ୍ୟାକେଟ୍ ବହୁ ସଂଖ୍ୟାରେ ଚୀନ୍‌ରୁ ଆମଦାନୀ କରାଗଲା। ତେବେ ଏଭଳି ସମୟରେ ଉତ୍ତର କୋରିଆରେ ଆନୁଷ୍ଠାନିକ ଭାବେ କୁହାଯାଇଛି ଯେ, ବର୍ତ୍ତମାନ ସାଧାରଣ ଲୋକେ ଏଭଳି ଲେଦର ଜ୍ୟାକେଟ୍‌ ପିନ୍ଧି ପାରିବେ ନାହିଁ । ଏପରି ଜ୍ୟାକେଟ୍ ପିନ୍ଧିବା କିମ୍ ଜୋଙ୍ଗକୁ କପି କରିବା ସଦୃଶ ଏବଂ ଏହା ତାଙ୍କ ପାଇଁ ଅପମାନ ଅଟେ । ଏହି କାରଣରୁ ଏଠାରେ ସାଧାରଣ ଲୋକଙ୍କ ପାଇଁ ଲେଦର ଜ୍ୟାକେଟ୍ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଚଳିତ ବର୍ଷ କିମ୍ ଜଙ୍ଗ୍ ଉନ୍‌ଙ୍କ ଭଉଣୀ ମଧ୍ୟ ଏପରି ଲେଦର ଜ୍ୟାକେଟ୍ ପିନ୍ଧିଥିଲେ। ଏହା ବ୍ୟତୀତ, ଏହି ଜ୍ୟାକେଟ୍‌କୁ ଉତ୍ତର କୋରିଆରେ ଆଭିଜାତ୍ୟର ଏକ ଶୈଳୀ ଓ ଶକ୍ତିଶାଳୀ ଲୋକଙ୍କ ସଙ୍କେତ ବୋଲି ବିବେଚନା କରାଯାଏ । ତେଣୁ ସାଧାରଣ ଲୋକଙ୍କୁ ଏପରି ପୋଷାକ ପିନ୍ଧିବା ପାଇଁ ବାରଣ କରାଯାଇଛି। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ସେଠାକାର ଯୁବକମାନେ ନାପସନ୍ଦ କରିଛନ୍ତି, କାରଣ ସେମାନେ ଏହାକୁ ଫ୍ୟାଶନେବୁଲ୍ ପୋଷାକ ଭାବରେ ପସନ୍ଦ କରୁଥିଲେ ।

About The Author: The Sakala