ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟର ୯ ନୂଆ ବିଚାରପତି ଶପଥ ଗ୍ରହଣ ନେଇଛନ୍ତି । ୯ ନୂଆ ବିଚାରପତିଙ୍କ ମଧ୍ୟରେ ୩ ଜଣ ମହିଳା ବିଚାରପତି ରହିଛନ୍ତି। ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମନା । ଏମାନଙ୍କ ଭିତରେ ଅଛନ୍ତି ୩ ଜଣ ମହିଳା ବିଚାରପତି । ସେମାନେ ହେଲେ ଜଷ୍ଟିସ ବି.ଭି. ନାଗାରତ୍ନା, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ବେଲା ତ୍ରିବେଦୀ ।
ଜଷ୍ଟିସ ବି.ଭି. ନାଗାରତ୍ନା କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଥିଲେ । ସେହିପରି ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ ଜଷ୍ଟିସ ହିମା କୋହଲି । ଗୁଜରାଟ ହାଇକୋର୍ଟର ବିଚାରପତି ଭାବରେ କାର୍ଯ୍ଯଭାର ତୁଲାଉଥିଲେ ଜଷ୍ଟିସ ବେଲା ତ୍ରିବେଦୀ । ସୁପ୍ରିମକୋର୍ଟ ବିଚାରପତି ଭାବରେ ଶପଥ ନେଇଛନ୍ତି ଅନ୍ୟମାନେ ହେଲେ ଜଷ୍ଟିସ ଏଏସ୍ ଓକା, ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ଜେ.କେ. ମାଲେଶ୍ୱରୀ, ଜଷ୍ଟିସ ସି.ଟି. ରବିକୁମାର, ଜଷ୍ଟିସ ଏମ୍.ଏମ୍. ସୁନ୍ଦରେଶ ଓ ଜଷ୍ଟିସ ପ.ଏସ୍. ନରସିଂହା।