ନୂଆଦିଲ୍ଲୀ: ପାକିସ୍ତାନ ସୀମାରୁ ଅନୁପ୍ରବେଶ କରୁଥିବା ୫ଜଣ ଏସ୍କର-ଏ-ତଇବା ଆତଙ୍କବାଦୀଙ୍କୁ ନିପାତ କଲା ସୁରକ୍ଷା ବାହିନୀ। ଆଜି ଜମ୍ମୁ-କଶ୍ମୀରର କୁପୱାରା ଜିଲ୍ଲାର ମାସିଲ ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ବିଫଳ କରିଥିବା ଜଣାପଡ଼ିଛି। ୫ଆତଙ୍କବାଦୀଙ୍କୁ ହତ୍ୟା କରାଯିବା ପରେ ଏବେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷା ବାହିନୀ।
ସୂଚନା ଅନୁଯାୟୀ, ଆଜି ସକାଳେ ମାସିଲ୍ ସେକ୍ଟରରେ ସେନା ସହ ଜମ୍ମୁ-କଶ୍ମୀର ପୁଲିସ ଓ ଗୁଇନ୍ଦା ଏଜେନ୍ସି ମିଳିତ ଅପରେସନ ଆରମ୍ଭ କରିଥିଲେ। ଏହି ଅପରେସନରେ ୫ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଏବେ ଆହୁରି ଅଧିକ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରି ସର୍ଚ୍ଚ ଅପରେସନ ଜାରି ରହିଛି।