ଛତିଶଗଡ଼-ମହାରାଷ୍ଟ୍ର ସୀମାରେ ସଂଘର୍ଷ: ୫ ମାଓବାଦୀ ନିହତ, ୬୦ ଯବାନ ଆହତ

ଗଡ଼ଚିରୋଲି: ମାଓବାଦୀ ବିରୋଧୀ ଅଭିଯାନକୁ ସଫଳତା ମିଳିଛି। ଛତିଶଗଡ଼ ସୀମାକୁ ଲାଗିଥିବା ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲା ଭାମରାଗଡ଼ର କୋପ୍ରି ଜଙ୍ଗଲରେ ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ସୋମବାର ସଂଘର୍ଷ ହୋଇଛି। ଏଥିରେ ୫ ମାଓବାଦୀ ନିହତ ହୋଇଛନ୍ତି। ସୁରକ୍ଷାବାହିନୀ ସମସ୍ତଙ୍କ ମୃତଦେହ ଉଦ୍ଧାର କରିଛି। ମୃତଦେହକୁ ଗଡଚିରୋଲି ପୁଲିସ ମୁଖ୍ୟାଳୟକୁ ନିଆଯାଇଛି। ଏଠାରେ ମାଓବାଦୀଙ୍କୁ ଚିହ୍ନଟ କରାଯାଉଛି। ଏହି ଗୁଳି ବିନିମୟରେ ୬୦ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ନାଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି […]

ଗଡ଼ଚିରୋଲି: ମାଓବାଦୀ ବିରୋଧୀ ଅଭିଯାନକୁ ସଫଳତା ମିଳିଛି। ଛତିଶଗଡ଼ ସୀମାକୁ ଲାଗିଥିବା ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲା ଭାମରାଗଡ଼ର କୋପ୍ରି ଜଙ୍ଗଲରେ ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ସୋମବାର ସଂଘର୍ଷ ହୋଇଛି। ଏଥିରେ ୫ ମାଓବାଦୀ ନିହତ ହୋଇଛନ୍ତି। ସୁରକ୍ଷାବାହିନୀ ସମସ୍ତଙ୍କ ମୃତଦେହ ଉଦ୍ଧାର କରିଛି। ମୃତଦେହକୁ ଗଡଚିରୋଲି ପୁଲିସ ମୁଖ୍ୟାଳୟକୁ ନିଆଯାଇଛି। ଏଠାରେ ମାଓବାଦୀଙ୍କୁ ଚିହ୍ନଟ କରାଯାଉଛି। ଏହି ଗୁଳି ବିନିମୟରେ ୬୦ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ନାଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଅଭିଯାନରେ ସି୬୦ କମାଣ୍ଡୋର ୨୨ ଟିମ୍‌ ଏବଂ ସିଆରପିଏଫ୍‌ କ୍ୟୁଏଟିର ୨ଟି ଟିମ୍‌ ସାମିଲ ହୋଇଥିଲା। ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ମିଳିତ ଟିମ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଜଙ୍ଗଲରେ ପହଞ୍ଚିବା ପରେ ମାଓବାଦୀ ସୁରକ୍ଷାବାହିନୀ ଉପରେ ଗୁଳିମାଡ଼ କରିବା ଆରମ୍ଭ କରି ଦେଇଥିଲେ। ଏହା ସତ୍ତ୍ବେ ମାଓବାଦୀଙ୍କୁ ଅସ୍ତ୍ରଶସ୍ତ୍ର ପକାଇ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। କିନ୍ତୁ ମାଓବାଦୀ ଏପରି ନ କରି ଗୁଳିମାଡ଼ ଜାରି ରଖିବାରୁ ସୁରକ୍ଷାକର୍ମୀ ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ୨ଟି ସ୍ଥାନରେ ଏହି ଗୁଳିମାଡ଼ ହେଉଥିଲା। ଏବେ ଉକ୍ତ ଜଙ୍ଗଲରେ ତଲାସୀ ଅଭିଯାନ ଜାରି ରହିଛି। ଏହା ପୂର୍ବରୁ ଗଡ଼ଚିରୋଲିରେ ମାଓବାଦୀ ଦମ୍ପତ୍ତି ଅସିନ ରାଜାରାମ କୁମାର (୩୭) ଏବଂ ତାଙ୍କ ପତ୍ନୀ ଅଞ୍ଜୁ ସୁଲୟା ଜାଲେ ଓକର ସୋନିଆ (୨୮) ଆତ୍ମସମର୍ପଣ କରିଥିଲେ। ଉଭୟଙ୍କ ମୁଣ୍ଡରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

About The Author: The Sakala