ସିକର: ରାଜସ୍ଥାନ ସିକରର ପ୍ରସିଦ୍ଧ ଦେବିପୁରା ବାଲାଜୀ ଧାମରେ ୨୭୦୦ କେଜିର ସ୍ବତନ୍ତ୍ର ରୁଟି ଭୋଗ ଲଗାଯାଇଛି। ଏହି ରୁଟି ପ୍ରସ୍ତୁତ କରିବାକୁ ୨୦ ଘଣ୍ଟା ସମୟ ଲାଗିଛି। ଏହି ରୁଟି ବନାଇବାକୁ ୧୧ କ୍ବିଣ୍ଟାଲ ଅଟା, ଶହେ କେଜି ସୁଜି, ୪୦୦ ଲିଟର କ୍ଷୀର, ୪୦୦ ଲିଟର ଗୁଆ ଘିଅ, ୧୧୦୦ କେଜି ଶୁଖିଲା ଫଳ ବ୍ୟବହାର କରାଯାଇଥିଲା। ଏଥିପାଇଁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାର ଗୋଲେଇ ୧୧ ଫୁଟ ଏବଂ ଉଚ୍ଚତା ୨ ଫୁଟ ଥିଲା। ଏହା ବିଶ୍ବର ସବୁଠାରୁ ବଡ଼ ରୁଟି ବୋଲି ଦେବିପୁରା ବାଲାଜୀ ଧାମର ମହନ୍ତ ଓମ୍ପ୍ରକାଶ ମିଶ୍ର କହିଛନ୍ତି। ବିଶ୍ବ ଶାନ୍ତି ଉଦ୍ଦେଶ୍ୟ ରଖି ଏହାକୁ ବନାଯାଇଛି। କ୍ରେନ୍ ସାହାଯ୍ୟରେ ଏହି ରୁଟି ସେକା ଯାଇଥିଲା। ଏଥିପାଇଁ ୩୦୦ କେଜିର ତାୱା ଏବଂ ୨୫୦ କେଜିର ବେଲଣା ମଗା ଯାଇଥିଲା। ଶୁଖିଲା ଖାଦ୍ୟ ଗୋଳାଇବା ପାଇଁ ସ୍ବତନ୍ତ୍ର ମିକ୍ସର ମଧ୍ୟ ଅଣା ଯାଇଥିଲା।
ବିଶ୍ବର ସବୁଠାରୁ ବଡ଼: ୨୦ ଘଣ୍ଟାରେ ପ୍ରସ୍ତୁତ ହେଲା ୨୭୦୦ କେଜିର ରୁଟି
ସିକର: ରାଜସ୍ଥାନ ସିକରର ପ୍ରସିଦ୍ଧ ଦେବିପୁରା ବାଲାଜୀ ଧାମରେ ୨୭୦୦ କେଜିର ସ୍ବତନ୍ତ୍ର ରୁଟି ଭୋଗ ଲଗାଯାଇଛି। ଏହି ରୁଟି ପ୍ରସ୍ତୁତ କରିବାକୁ ୨୦ ଘଣ୍ଟା ସମୟ ଲାଗିଛି। ଏହି ରୁଟି ବନାଇବାକୁ ୧୧ କ୍ବିଣ୍ଟାଲ ଅଟା, ଶହେ କେଜି ସୁଜି, ୪୦୦ ଲିଟର କ୍ଷୀର, ୪୦୦ ଲିଟର ଗୁଆ ଘିଅ, ୧୧୦୦ କେଜି ଶୁଖିଲା ଫଳ ବ୍ୟବହାର କରାଯାଇଥିଲା। ଏଥିପାଇଁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାର ଗୋଲେଇ ୧୧ ଫୁଟ ଏବଂ ଉଚ୍ଚତା […]