ଅହମ୍ମଦାବାଦ: ନ୍ୟାୟିକ ଇତିହାସରେ ବିରଳ ଘଟଣା । ୨୦୦୮ ଅହମ୍ମଦାବାଦ ସିରିଜ ବିସ୍ଫୋରଣ ମାମଲାରେ ୪୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ସେହିଭଳି ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣିଛନ୍ତି କୋର୍ଟ । ନ୍ୟାୟିକ ଇତିହାସରେ ୩୮ ଜଣଙ୍କୁ ଏକକାଳୀନ ଫାଶୀ ଦଣ୍ଡାଦେଶ ଦେବା ବିରଳ ଘଟଣା । ପ୍ରଥମ ଥର ଏକାସଂଗେ ଏତେଜଣଙ୍କୁ ଫାଶୀ ଦିଆଯିବ ଘଟଣା ପ୍ରଥମ ବୋଲି ଚର୍ଚ୍ଚା ହେଉଛି ।
୨୦୦୮ରେ ଗୁଜୁରାଟର ଅହମ୍ମଦାଦରେ ସିରିଏଲ ବ୍ଲାଷ୍ଟ ହୋଇଥିଲା । ମାତ୍ର ୭୦ ମିନିଟରେ ୨୧ଟି ସ୍ଥାନରେ ହୋଇଥିଲା ବିସ୍ଫୋରଣ । ଏହି ବିସ୍ଫୋରଣରେ ୫୬ ଜଣ ପ୍ରାଣ ହରାଇଥିବା ବେଳେ ଦୁଇ ଶହରୁ ଅଧିକ ଲୋକ ଆହତ ହୋଇଥିଲେ ।