୫ ଶବ ସହ ୪ଦିନ କାଟିଲା କୁନିଝିଅ

ବେଙ୍ଗାଲୁରୁ: କର୍ଣ୍ଣାଟକ ବେଙ୍ଗାଲୁରୁରେ ଦିଲ୍ଲୀ ବୁରାଡି ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ୫ ଶବ ସହ ଗୋଟିଏ କୁନି ଝିଅ ୪ ଦିନ କାଟିଥିବା ଜଣାପଡିଛି। ଶୁକ୍ରବାର ସନ୍ଧ୍ୟାରେ ସହରର ମାଗାଡି ରୋଡ ନିକଟ ତିଗାଲାରପାଲ୍ୟାଠାରେ ଗୋଟିଏ ବନ୍ଦ ଘର ମଧ୍ୟରୁ ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ପରିବାରର ୪ ଜଣ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏମାନଙ୍କ ମଧ୍ୟରେ ଏକ ନଅ ମାସର […]

ବେଙ୍ଗାଲୁରୁ: କର୍ଣ୍ଣାଟକ ବେଙ୍ଗାଲୁରୁରେ ଦିଲ୍ଲୀ ବୁରାଡି ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ୫ ଶବ ସହ ଗୋଟିଏ କୁନି ଝିଅ ୪ ଦିନ କାଟିଥିବା ଜଣାପଡିଛି। ଶୁକ୍ରବାର ସନ୍ଧ୍ୟାରେ ସହରର ମାଗାଡି ରୋଡ ନିକଟ ତିଗାଲାରପାଲ୍ୟାଠାରେ ଗୋଟିଏ ବନ୍ଦ ଘର ମଧ୍ୟରୁ ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ପରିବାରର ୪ ଜଣ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏମାନଙ୍କ ମଧ୍ୟରେ ଏକ ନଅ ମାସର ଶିଶୁ ରହିଛି। ଅନାହାରରେ ଶିଶୁଟିର ମୃତ୍ୟୁ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। କାରଣ ଏହି ୯ମାସର ଶିଶୁ କନ୍ୟାର ମୃତଦେହ ଖଟ ଉପରେ ପଡ଼ିରହିଥିଲା। ଘଟଣା ଜଣାପଡିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ତେବେ କୌତୂହଳର ବିଷୟ ହେଉଛି ଯେ, ଜଣେ ଅଢେଇ ବର୍ଷର ଝିଅ ଜୀବନ୍ତ ଥିବା ଦେଖିବାକୁ ମିଳିଛି। ପ୍ରାଥମିକ ତଦନ୍ତରୁ ଏହା ସାମୁହିକ ଆତ୍ମହତ୍ୟା ମାମଲା ବୋଲି ଜଣାପଡିଛି। ତେବେ ପୋଲିସ ସୂଚନାନୁସାରେ, ଏହି ଲୋକମାନଙ୍କର ମୃତ୍ୟୁ ୪ ଦିନ ପୂର୍ବରୁ ହୋଇଥିବା ଜଣାପଡିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ପୋଲିସ ଘଟଣାର ତଦନ୍ତ କରୁଛି। ଫୋରେନସିକ୍‌ ସାଇନ୍ସ ଲାବୋରେଟୋରୀର ବିଶେଷଜ୍ଞମାନେ ଘଟଣାସ୍ଥଳ ଯାଞ୍ଚ କରୁଛନ୍ତି।

About The Author: The Sakala