ମାଆ ଡାକ ଶୁଣି ଅସ୍ତ୍ର ଛାଡିଲେ ଆତଙ୍କବାଦୀ

ଶ୍ରୀନଗର : ଜମ୍ମୁ-କାଶ୍ମୀର କୁଲଗାମର ହଦିଗାମ ଅଞ୍ଚଳରେ ପୁଲିସ ଏନକାଉଣ୍ଟର ଭୟରେ ୨ ଆତଙ୍କବାଦୀ ଆତ୍ମ ସମର୍ପଣ କରିଛନ୍ତି। ପୁଲିସ ଏହି ଦୁଇ ଜଣଙ୍କୁ ଘେରି ନେଇଥିଲା। ସେମାନଙ୍କୁ ଚିହ୍ନଟ କରି ପୁଲିସ ତାଙ୍କ ମାତାପିତାଙ୍କୁ ଡକାଇଥିଲା। ମାଆ କାନ୍ଦି କାନ୍ଦି ପୁଅକୁ ଅସ୍ତ୍ର ଛାଡିବା ପାଇଁ ଅନୁରୋଧ କରିଥିଲା। ଏହା ଶୁଣି ପୁଅ ଅସ୍ତ୍ରଶସ୍ତ୍ର ଛାଡି ଆତ୍ମ ସମର୍ପଣ କରିଥିଲା। ପୁଲିସ ଆତଙ୍କବାଦୀ ନିକଟରୁ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ସହିତ ଆପତ୍ତିଜନକ ସାମଗ୍ରୀ ଜବତ କରିଛି।

About The Author: The Sakala