ଅଯୋଧ୍ୟା ମସଜିଦ ଜମିକୁ ନେଇ ଦୁଇ ଭଉଣୀଙ୍କ ଦାବି

ଅଯୋଧ୍ୟା: ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ସୁନ୍ନି ୱାକଫ ବୋର୍ଡକୁ ମିଳିଥିବା ୫ ଏକର ଜମିକୁ ନେଇ ବିବାଦ ସୃଷ୍ଟି ହୋଇଛି। ଦିଲ୍ଲୀର ଦୁଇ ଜଣ ଭଉଣୀ ମସଜିଦ ଜମି ଉପରେ ମାଲିକାନା ଜାହିର କରି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ନିକଟରେ ଆବେଦନ କରିଥିଲେ। ଅଯୋଧ୍ୟାର ଦାନ୍ନିପୁରର ଗାଁରେ ସରକାରଙ୍କ ପକ୍ଷରୁ ମସଜିଦ ନିର୍ମାଣ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୫ ଏକର ଜମି ଯୋଗାଇ ଦିଆଯାଇଥିଲା। ଦିଲ୍ଲୀର ଦୁଇ ଭଉଣୀ ଏହା ଉପରେ ମାଲିକାନା ଜାହିର […]

ଅଯୋଧ୍ୟା: ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ସୁନ୍ନି ୱାକଫ ବୋର୍ଡକୁ ମିଳିଥିବା ୫ ଏକର ଜମିକୁ ନେଇ ବିବାଦ ସୃଷ୍ଟି ହୋଇଛି। ଦିଲ୍ଲୀର ଦୁଇ ଜଣ ଭଉଣୀ ମସଜିଦ ଜମି ଉପରେ ମାଲିକାନା ଜାହିର କରି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ନିକଟରେ ଆବେଦନ କରିଥିଲେ। ଅଯୋଧ୍ୟାର ଦାନ୍ନିପୁରର ଗାଁରେ ସରକାରଙ୍କ ପକ୍ଷରୁ ମସଜିଦ ନିର୍ମାଣ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୫ ଏକର ଜମି ଯୋଗାଇ ଦିଆଯାଇଥିଲା। ଦିଲ୍ଲୀର ଦୁଇ ଭଉଣୀ ଏହା ଉପରେ ମାଲିକାନା ଜାହିର କରିବାରୁ ବିବାଦ ସୃଷ୍ଟି ହୋଇଥିଲା। ଆଜି ଜିଲ୍ଲା ପ୍ରଶାସନ କହିଛି ଯେ ଆବେଦନକାରୀ ରାଣୀ କପୁର ପଞ୍ଜାବୀ ଓ ରାମା ରାଣୀ ପଞ୍ଜାବୀ ଦାବି କରିଥିବା ପ୍ଲଟ ସଂଖ୍ୟା ପଡ଼ୋଶୀ ଶେଖପୁର ଜଫର ଗାଁରେ ରହିଛି।

ବୁଧବାର ରାଣୀ ଓ ରାମା କୋର୍ଟ ରେଜିଷ୍ଟ୍ରରରେ ନିଜର ଆବେଦନ ଦାଖଲ କରିଥିଲେ। ଏହାର ଶୁଣାଣି ଫେବୃଆରୀ ୮ରେ କରାଯିବ। ରାଣୀ କପୁର ପଞ୍ଜାବୀ କହିଛନ୍ତି, “ଅଯୋଧ୍ୟା ଜିଲ୍ଲା ପ୍ରଶାସନ ଦାନ୍ନିପୁର ଓ ଶେଖପୁର ଜାଫର ଗାଁକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ବିଭାଜନ ପରେ ମୋ ବାପା ଜ୍ଞାନ ଚନ୍ଦ୍ର ପଞ୍ଜାବୀଙ୍କୁ ଫୈଜାବାଦରେ ୨୮ ଏକର ଜମିର ମାଲିକାନା ମିଳିଥିଲା।

About The Author: The Sakala