କୁପଓ୍ୱାଡାରେ ସୁରକ୍ଷା ବାହିନୀର ଏନକାଉଣ୍ଟର, ୨ ଲସ୍କର-ଏ-ତୋଇବା ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର । ଟଳିଲେ ୨ ଲସ୍କର-ଏ-ତୋଇବା ଆତଙ୍କବାଦୀ । ଜମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲାର ଚକତାରସ୍ କନ୍ଦି ଇଲାକାରେ ମଙ୍ଗଳବାର ଏନାଉଣ୍ଟରରେ ୨ ଜଣ ଲସ୍କର-ଏ-ତୋଇବା ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ସୂଚନାମୁତାବକ ମଙ୍ଗଳବାର ଭୋରରୁ ଉତ୍ତର କାଶ୍ମୀରରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। କଶ୍ମୀର ଜୋନ ପୁଲିସ ପକ୍ଷରୁ ଟ୍ବିଟି କରି କୁହାଯାଇଛି ଯେ, କୁପୱାରା ସେକ୍ଟରର ଚାକରାଣ୍ଡି କାଣ୍ଡି ଅଞ୍ଚଳରେ ସୁରକ୍ଷା ବାହିନୀ ପଇଁତରା ମାରୁଥିବାବେଳେ […]

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର । ଟଳିଲେ ୨ ଲସ୍କର-ଏ-ତୋଇବା ଆତଙ୍କବାଦୀ । ଜମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲାର ଚକତାରସ୍ କନ୍ଦି ଇଲାକାରେ ମଙ୍ଗଳବାର ଏନାଉଣ୍ଟରରେ ୨ ଜଣ ଲସ୍କର-ଏ-ତୋଇବା ଆତଙ୍କବାଦୀଙ୍କୁ ନିପାତ କରିଛି ସେନା ।

ସୂଚନାମୁତାବକ ମଙ୍ଗଳବାର ଭୋରରୁ ଉତ୍ତର କାଶ୍ମୀରରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। କଶ୍ମୀର ଜୋନ ପୁଲିସ ପକ୍ଷରୁ ଟ୍ବିଟି କରି କୁହାଯାଇଛି ଯେ, କୁପୱାରା ସେକ୍ଟରର ଚାକରାଣ୍ଡି କାଣ୍ଡି ଅଞ୍ଚଳରେ ସୁରକ୍ଷା ବାହିନୀ ପଇଁତରା ମାରୁଥିବାବେଳେ ଆତଙ୍କବାଦୀମାନେ ଅଚାନକ ଗୁଳି ଚଳାଇଥିଲେ।ଏହାର ପାଲଟା ଜବାବ ଦେବାକୁ ଯାଇ ସୁରକ୍ଷା ବାହିନୀ ପକ୍ଷରୁ ଗୁଳି ଚାଳନା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୨ ଆତଙ୍କବାଦୀଙ୍କୁ ଗୁଳି କରି ସୁରକ୍ଷା ଯବାନମାନେ ନିପାତ କରିଛନ୍ତି। ଏହି ଦୁଇଜଣ ଲସ୍କର ଇ ତୋଇବାର ବୋଲି କଶ୍ମୀର ଜୋନ ପୁଲିସ ଟୁଇଟ କରି କହିଛି। ତେବେ ଏଥିରୁ ଜଣେ ପାକିସ୍ତାନ ଆତଙ୍କବାଦୀ ଓ ତା’ର ନାମ ତୁଫାଲି ବୋଲି ସୂଚନା ମିଳିଛି। ମୃତ ଆତଙ୍କବାଦୀଙ୍କ ନିକଟରୁ କିଛି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଗୁଳି ବିନିମୟ ବେଳେ ୩ଜଣ ଗୁଳିମାଡ କରିଥିବା ଦେଖାଯାଇଥିଲା।


ସେମାନଙ୍କ ମଧ୍ୟରେ ଦୁଇ ବିଦେଶୀ ଆତଙ୍କବାଦୀ ଥିବାବେଳେ ଅନ୍ୟ ଜଣେ ସ୍ଥାନୀୟ ଆତଙ୍କବାଦୀ ଥିବା ପୁଲିସ କହିଛି। ବର୍ତ୍ତମାନ ଗୁଳି ବିନିମୟ ଜାରି ରହିଥିବାରୁ କିଛି ସମୟ ପରେ ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହେବ ବୋଲି ସୂଚନା ମିଳିଛି। କାଶ୍ମୀର ଆଇଜିପି ବିଜୟ କୁମାରଙ୍କ କହିବା ଅନୁସାରେ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ଟଳିଛନ୍ତି । ଆହୁରି କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଏହାସହ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ସେ କହିଛନ୍ତି ।

About The Author: The Sakala