ଦେଶର ୧୦ ପ୍ରମୁଖ ବିମାନ ଦୁର୍ଘଟଣା…

୭ ଅଗଷ୍ଟ ୨୦୨୦, କାଲିକଟ୍‌‌ ଏଆର ଇଣ୍ଡିଆ ଏକ୍ସପ୍ରେସ୍‌‌ ଫ୍ଲାଇଟ୍‌‌ ୧୩୪୪ ଦୁବାଇରୁ ଆସି କାଲିକଟ୍‌‌ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିରେ ୨୧ଜଣଙ୍କ ମୃତ୍ୟୁ ହୋଇଥିଲା। ୨୨ ମେ ୨୦୧୦, ମାଙ୍ଗାଲୋର ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌‌ ଫ୍ଲାଇଟ୍‌‌ ୮୧୨ ମାଙ୍ଗାଲୋର ଏୟାରପୋର୍ଟର ରନୱେରୁ ଖସି ଖାଇରେ ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୫୮ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ୧୭ ଜୁନ୍‌‌ ୨୦୦୦, ପାଟଣା ବୋଇଂ ୭୩୭ ତଥା ଏୟାର […]

୭ ଅଗଷ୍ଟ ୨୦୨୦, କାଲିକଟ୍‌‌
ଏଆର ଇଣ୍ଡିଆ ଏକ୍ସପ୍ରେସ୍‌‌ ଫ୍ଲାଇଟ୍‌‌ ୧୩୪୪ ଦୁବାଇରୁ ଆସି କାଲିକଟ୍‌‌ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିରେ ୨୧ଜଣଙ୍କ ମୃତ୍ୟୁ ହୋଇଥିଲା।

୨୨ ମେ ୨୦୧୦, ମାଙ୍ଗାଲୋର
ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌‌ ଫ୍ଲାଇଟ୍‌‌ ୮୧୨ ମାଙ୍ଗାଲୋର ଏୟାରପୋର୍ଟର ରନୱେରୁ ଖସି ଖାଇରେ ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୫୮ଜଣ ଯାତ୍ରୀ ପ୍ରାଣ ହରାଇଥିଲେ।

୧୭ ଜୁନ୍‌‌ ୨୦୦୦, ପାଟଣା

ବୋଇଂ ୭୩୭ ତଥା ଏୟାର ଫ୍ଲାଇଟ୍‌‌ ୭୪୧୨ ପାଟଣା ବିମାନବନ୍ଦରରେ ଅବତରଣ କରିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିରେ ୬୦ ଜଣ ମୃତ୍ୟୁବରଣ କରିଥିଲେ।

୧୨ ନଭେମ୍ବର ୧୯୯୬ , ଦିଲ୍ଲୀ
ସାଉଦି ଆରବିଆନ ଏୟାର ଲାଇନ୍ସ ବୋଇଂ ୭୪୭ ଓ କାଜାଖସ୍ତାନ ଏୟାର ଲାଇନ୍ସ ଇଲୁଶିନ୍‌‌ ୨-୭୬ ଦିଲ୍ଲୀ ଆକାଶରେ ପରସ୍ପରକୁ ମୁହାଁମୁହିଁ ଧକ୍କା ଦେଇଥିଲେ। ଉଭୟ ବିମାନର ୩୪୯ ଯାତ୍ରୀ ଏଥିରେ ପ୍ରାଣ ହରାଇଥିଲେ।

୨୬ ଏପ୍ରିଲ ୧୯୯୩, ଔରଙ୍ଗାବାଦ୍‌‌
ଇଣ୍ଡିଆନ ଏୟାର ଲାଇନ୍ସର ବୋଇଂ ୭୩୭ ବିମାନ ଔରଙ୍ଗାବାଦରୁ ଉଡ଼ାଣ ଭରିବା ବେଳେ ଟ୍ରକ୍‌‌ ଓ ପାୱାର ଲାଇନ୍ସକୁ ଧକ୍କା ଦେଇଥିଲା। ଏଥିରେ ୫୫ ଜଣ ଯାତ୍ର ଜୀବନ ହରାଇଥିଲେ।

୧୬ ଅଗଷ୍ଟ ୧୯୯୧, ଇମ୍ଫାଲ
ଇଣ୍ଡିଆନ ଏୟାର ଲାଇନ୍ସ ଫ୍ଲାଇଟ୍‌‌ ୨୫୭ ଇମ୍ଫାଲରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିରେ ସବୁ ୬୯ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ।

୧୪ ଫେବୃଆରୀ ୧୯୯୦ ବାଙ୍ଗାଲୋର
ଇଣ୍ଡିଆନ ଏୟାର ଲାଇନ୍ସ ରଏୟାର ବସ୍‌‌ ଏ୩୨୦ ବାଙ୍ଗାଲୋରରେ ଅବତରଣ ବେଳେ ଦୁର୍ଘଟଣା ସମ୍ମୁଖୀନ ହୋଇଥିଲା ଓ ଏଥିରେ ୯୨ ଜଣ ଯାତ୍ରୀ ଜୀବନ ହାରିଥିଲେ।

୧୯ ଅକ୍ଟୋବର ୧୯୮୮ ଅହମ୍ମଦାବାଦ୍‌‌
ଇଣ୍ଡିଆନ ଏୟାର ଲାଇନ୍ସ ଫ୍ଲାଇଟ୍‌‌ ୧୧୩ ଅହମ୍ମଦାମାଦରେ ଦୁର୍ଘଟଣା ସମ୍ମୁଖୀନ ହୋଇଥିଲା। ଏଥିରେ ୧୩୩ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ।

୨୧ ଜୁନ୍‌‌ ୧୯୮୨, ବମ୍ବେ
ଏୟାର ଇଣ୍ଡିଆ ଫ୍ଲାଇଟ୍‌‌ ୪୦୩ ବମ୍ବେ ବିମାନ ବନ୍ଦରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଓ ଏଥିରେ ୧୭ ଜଣ ଯାତ୍ର ମୃତ୍ୟୁ ବରଣ କରିଥିଲେ।

୧ ଜାନୁଆରୀ ୧୯୭୮, ବମ୍ବେ
ଏୟାର ଇଣ୍ଡିଆର ବୋଇଂ ୭୪୭ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆରବ ସାଗରରେ ଖସି ପଡ଼ିଥିଲା। ମୁମ୍ବାଇର ଟେକ୍‌‌ ଅପ୍ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ଓ ଏଥିରେ ସବୁ ୨୧୩ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ।

About The Author: The Sakala