ଅଜାଣନ୍ତରେ ଦାନ କରନ୍ତୁନାହିଁ ଏହି ସବୁ ଜିନିଷ, ଲାଭ ବଦଳରେ ହୋଇପାରେ କ୍ଷତି

ସନାତନ ହିନ୍ଦୁ ଧର୍ମରେ ଦାନ ର ବିଶେଷ ମହତ୍ତ୍ବ ରହିଛି। ଶାସ୍ତ୍ରରେ କୁହାଯାଇଛି ଯେ, ନିଜର କ୍ଷମତା ଅନୁଯାୟୀ ଦାନକଲେ ଜୀବନକାଳ ମଧ୍ୟରେ ସମସ୍ତ ସୁଖ ମିଳିବା ସହ ପରବର୍ତ୍ତୀ ସମୟରେ ପରିତ୍ରାଣ ମିଳିଥାଏ। କିନ୍ତୁ, ଏପରି କିଛି ବସ୍ତୁ ଅଛି, ଯାହା ଦାନ କଲେ ଲାଭ ବଦଳରେ କ୍ଷତି ହୋଇଥାଏ। -କାହାକୁ କଷ୍ଟ ଦେଇ ରୋଜଗାର କରିଥିବା ଧନ ଦାନ କରିବା ଉଚିତ ନୁହେଁ। ଏହି ଦାନ କଲେ କିଛି ଲାଭ ନାହିଁ। ଏହାର କୌଣସି ସୁଫଳ […]

ସନାତନ ହିନ୍ଦୁ ଧର୍ମରେ ଦାନ ର ବିଶେଷ ମହତ୍ତ୍ବ ରହିଛି। ଶାସ୍ତ୍ରରେ କୁହାଯାଇଛି ଯେ, ନିଜର କ୍ଷମତା ଅନୁଯାୟୀ ଦାନକଲେ ଜୀବନକାଳ ମଧ୍ୟରେ ସମସ୍ତ ସୁଖ ମିଳିବା ସହ ପରବର୍ତ୍ତୀ ସମୟରେ ପରିତ୍ରାଣ ମିଳିଥାଏ। କିନ୍ତୁ, ଏପରି କିଛି ବସ୍ତୁ ଅଛି, ଯାହା ଦାନ କଲେ ଲାଭ ବଦଳରେ କ୍ଷତି ହୋଇଥାଏ।

-କାହାକୁ କଷ୍ଟ ଦେଇ ରୋଜଗାର କରିଥିବା ଧନ ଦାନ କରିବା ଉଚିତ ନୁହେଁ। ଏହି ଦାନ କଲେ କିଛି ଲାଭ ନାହିଁ। ଏହାର କୌଣସି ସୁଫଳ ମଧ୍ୟ ମିଳି ନ ଥାଏ।

-ଦାନ ସବୁବେଳେ ପାତ୍ରରେ ହିଁ କରିବା ଉଚିତ। ଅର୍ଥାତ୍‌ ଉପଯୁକ୍ତ ଏବଂ ଅଭାବୀ ଲୋକଙ୍କୁ ହିଁ ଦାନ କରିବା ଉଚିତ। ଯେଉଁମାନେ ଦାନ ନେଇ ସନ୍ତୁଷ୍ଟ ହୋଇ ନ ଥାନ୍ତି ଏବଂ ଆହୁରି ଅଧିକ ଆଶା କରନ୍ତି, କିମ୍ବା ଦାତାଙ୍କୁ ଅପମାନିତ କରନ୍ତି ସେମାନଙ୍କୁ ଦାନ ଦିଆଯିବ ଉଚିତ ନୁହେଁ।

-ପୁରୁଣା ଏବଂ ନିଜ ଉପଯୋଗରେ ଆସୁ ନ ଥିବା ପୁରୁଣା ଜିନିଷ କେବେ କାହାକୁ ଦାନ କରନ୍ତୁ ନାହିଁ।

-ଘରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ କିମ୍ବା ଷ୍ଟିଲର କୌଣସି ବି ଜିନିଷ ଅନ୍ୟକୁ ଦାନ ଦିଅନ୍ତୁ ନାହିଁ ଏହା ଦ୍ୱାରା ଆପଣଙ୍କର ଅଶୁଭ ହେଇଥାଏ ଏବଂ ଧନହାନି ହେଇଥାଏ।

-ଝାଡ଼ୁ ମଧ୍ୟ ଦାନ କରିବା ଅନୁଚିତ। ଏହା ଦ୍ୱାରା ମା’ ଲକ୍ଷ୍ମୀ କ୍ରୋଧିତ ହେଇଥା’ନ୍ତି ଏବଂ ଦାରିଦ୍ର୍ୟତା ଦେଖା ଦେଇଥାଏ ବୋଲି ବିଶ୍ବାସ ରହିଛି।

-ଶାସ୍ତ୍ର ଅନୁଯାଇ ଯଦି ଆମର ଶନିଦଶା ପଡିଥାଏ ତେବେ ତେଲ ଦାନ ଦ୍ୱାରା ଶନିଙ୍କ କୋପରୁ ରକ୍ଷା ମିଳିଥାଏ । କିନ୍ତୁ କାହାକୁ ଖରାପ ତେଲ ଦାନ କରିବା ଦ୍ବାରା ଅନେକ କ୍ଷତି ହେଇଥାଏ । ଘରେ ଅଶାନ୍ତି ଲାଗିରୁହେ।

-ଗୁଡ଼, ଅଟା, ତମ୍ବା ଆଦି ଦାନ କରିବା ଅନୁଚିତ। ଘରେ ଅମଙ୍ଗଳ ହେଇଥାଏ ଏବଂ ପରିବାର ସଦସ୍ୟଙ୍କ ଦେହ ଖରାପ ହେଇଥାଏ ।

ଜାଣନ୍ତୁ ଦାନର

About The Author: The Sakala