ସବୁଠାରୁ ବଡ଼ କଡ଼େଇ – ଓଜନ ୪୮୦୦ କେଜି

ଭାରତରେ ଏମିତି ଅନେକ ଅଜବ ଜିନିଷ ରହିଛି, ଯାହାକୁ ବହୁତ କମ୍ ଲୋକ ଜାଣନ୍ତି। ଏହି ଧାରାରେ ଭାରତରେ ଏମିତି ଏକ କଡ଼େଇ ଅଛି, ଯାହାର । ଓଜନ ୪୮୦୦ କିଲୋଗ୍ରାମ୍ | ରାଜସ୍ଥାନର ଆଜମେର ଶରିଫ୍ ଦରଗାହରେ ଥିବା ଏକ କଡ଼େଇ ବିଶ୍ବର ସବୁଠାରୁ ବଡ଼ କଡ଼େଇ ଭାବେ ପରିଚିତ। ଏବେ ସୋସିଆଲ୍ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଇନ୍‌ଷ୍ଟାଗ୍ରାମରେ ସେୟାର୍ କରିଛନ୍ତି ଅମର ସିରୋହି ନାମକ ଜଣେ ଫୁଡ୍ […]

ଭାରତରେ ଏମିତି ଅନେକ ଅଜବ ଜିନିଷ ରହିଛି, ଯାହାକୁ ବହୁତ କମ୍ ଲୋକ ଜାଣନ୍ତି। ଏହି ଧାରାରେ ଭାରତରେ ଏମିତି ଏକ କଡ଼େଇ ଅଛି, ଯାହାର । ଓଜନ ୪୮୦୦ କିଲୋଗ୍ରାମ୍ | ରାଜସ୍ଥାନର ଆଜମେର ଶରିଫ୍ ଦରଗାହରେ ଥିବା ଏକ କଡ଼େଇ ବିଶ୍ବର ସବୁଠାରୁ ବଡ଼ କଡ଼େଇ ଭାବେ ପରିଚିତ। ଏବେ ସୋସିଆଲ୍ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଇନ୍‌ଷ୍ଟାଗ୍ରାମରେ ସେୟାର୍ କରିଛନ୍ତି ଅମର ସିରୋହି ନାମକ ଜଣେ ଫୁଡ୍ ବ୍ଲଗର୍ ।

View this post on Instagram

A post shared by Amar Sirohi (@foodie_incarnate)

ସେ ପ୍ରାୟ ୭ ମିନିଟ୍‌ର ଏକ ଭିଡିଓ ସେୟାର୍ କରିଥିଲେ ଏବଂ କିଛି ଘଣ୍ଟା ଭିତରେ ଏହାକୁ ୨ ଲକ୍ଷରୁ ଉର୍ଦ୍ଧ୍ବ ଭିୟୁଜ୍ ମିଳିଥିଲା। ଏହି କଡ଼େଇ ବିଷୟରେ ସବୁଠାରୁ ରୋଚକ କଥା ହେଉଛି ପ୍ରାୟ ୪୫୦ ବର୍ଷ ପୂର୍ବରୁ ଆକବରଙ୍କ ରାଜତ୍ଵ କାଳରୁ ଏହି କଡ଼େଇରେ ରୋଷେଇ ହୋଇଆସୁଛି। ଦରଗାହରେ ଥିବା ଲଙ୍ଗର୍‌ରେ ପରଷା ଯାଉଥିବା ଖାଦ୍ୟ ଏହି କଡ଼େଇ ଦ୍ବାରା ପ୍ରସ୍ତୁତ କରାଯାଇଥାଏ | ଅମରଙ୍କ କହିବାନୁଯାୟୀ, ଦରଗାହକୁ ଆସୁଥିବା ଶ୍ରଦ୍ଧାଳୁ ଏହି ଐତିହ୍ୟସଂପନ୍ନ କଡ଼େଇରେ ଚାଉଳ, ଡାଲି ଓ ଟଙ୍କା ପକାଇଥାନ୍ତି। ରୋଷେଇ ସମୟ ଆସିଲେ କଡ଼େଇରେ ଥିବା ଟଙ୍କା, ଚାଉଳ ଓ ଡାଲିକୁ ବାହାର କରି ସଫାସୁତରା କରିବା ପରେ ଜାଫରାନୀ ରାଇସ୍ ରୋଷେଇ କରାଯାଇଥାଏ। ଜାଫରାନୀ ରାଇସ୍ ରନ୍ଧା ହେବା ପରେ ଶ୍ରଦ୍ଧାଳୁଙ୍କୁ ପରଷା ଯାଏ |

About The Author: The Sakala