ଆର୍ଥିକ ସମସ୍ୟାକୁ ଦୂରକରେ ଦର୍ପଣ

ଦର୍ପଣ ଆମର ଦୈନନ୍ଦିନ ଜୀବନରେ କାମରେ ଲାଗୁଥିବା ଏକ ମହତ୍ତ୍ୱପୂର୍ଣ୍ଣ ବସ୍ତୁ ଅଟେ । ବାସ୍ତୁଶାସ୍ତ୍ର ଅନୁସାରେ, ଦର୍ପଣ ଘରେ ସକାରାତ୍ମକ ଶକ୍ତିକୁ ବୃଦ୍ଧି କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥାଏ । ଦର୍ପଣର ଏପରି କିଛି ଲାଭ ମଧ୍ୟ ରହିଛି, ଯାହା ଦ୍ୱାରା ଜଣେ ନିଜ ଘରେ ଧନ, ପ୍ରସନ୍ନତା ତଥା ଖୁସିକୁ ବୃଦ୍ଧି କରିପାରିବେ। ଏଥିପାଇଁ ବାସ୍ତୁ ଶାସ୍ତ୍ରରେ ଏହାର ଠିକ୍‌ ଭୁଲ୍ ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି । ଭୁଲ୍ ଦିଗ କିମ୍ବା […]

ଦର୍ପଣ ଆମର ଦୈନନ୍ଦିନ ଜୀବନରେ କାମରେ ଲାଗୁଥିବା ଏକ ମହତ୍ତ୍ୱପୂର୍ଣ୍ଣ ବସ୍ତୁ ଅଟେ । ବାସ୍ତୁଶାସ୍ତ୍ର ଅନୁସାରେ, ଦର୍ପଣ ଘରେ ସକାରାତ୍ମକ ଶକ୍ତିକୁ ବୃଦ୍ଧି କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥାଏ । ଦର୍ପଣର ଏପରି କିଛି ଲାଭ ମଧ୍ୟ ରହିଛି, ଯାହା ଦ୍ୱାରା ଜଣେ ନିଜ ଘରେ ଧନ, ପ୍ରସନ୍ନତା ତଥା ଖୁସିକୁ ବୃଦ୍ଧି କରିପାରିବେ। ଏଥିପାଇଁ ବାସ୍ତୁ ଶାସ୍ତ୍ରରେ ଏହାର ଠିକ୍‌ ଭୁଲ୍ ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି । ଭୁଲ୍ ଦିଗ କିମ୍ବା ଭୁଲ୍ ଆକୃତିର ଦର୍ପଣ ଅସୁବିଧାର କାରଣ ହୋଇପାରେ। ତେବେ ଆସନ୍ତୁ ଜାଣିବା, ଦର୍ପଣ ଦ୍ବାରା କିପରି ଦୂର କରି ହେବ ଆର୍ଥିକ ସମସ୍ୟା

. ଯେଉଁମାନେ ଧାରକରଜ ମଧ୍ୟରେ ଛନ୍ଦି ହୋଇ ରହୁଛନ୍ତି, ସେମାନେ ଡାଇନିଂ ଟେବୁଲ୍‌ ସାମ୍ନାରେ ଦର୍ପଣ ଲଗାଇବା ଉଚିତ। ତେବେ ଦର୍ପଣକୁ ଏପରି ଲଗାଇବା ଉଚିତ ଯେଉଁଥିରେ ଡାଇନିଂ ଟେବୁଲ୍‌ ସଂପୂର୍ଣ୍ଣ ଭାବେ           ଦେଖାଯାଉଥିବ। ଏପରି କରିବା ଦ୍ବାରା ଜୀବନ ଧନଧାନ୍ୟରେ ପୂରି ଉଠେ ବୋଲି କୁହାଯାଏ।

. ବାସ୍ତୁ ଅନୁସାରେ ଘରର ମୁଖ୍ୟଦ୍ବାର ସମ୍ମୁଖରେ ଦର୍ପଣ ରଖୀବା ଅନୁଚିତ। ଏହାଦ୍ବାରା ପରିବାର ସଦସ୍ୟଙ୍କ ମଧ୍ୟରେ ସମସ୍ୟା ବଢ଼ିଥାଏ।

. ଘରର ଉତ୍ତର- ପୂର୍ବ ଦିଗରେ ଥିବା କାନ୍ଥରେ ଦର୍ପଣ ଲଗାଇବା ଉଚିତ। ଯେଉଁମାନଙ୍କ ବ୍ୟବସାୟରେ କ୍ଷତି ହେଉଛି, ସେମାନେ ଏହି ଦିଗରେ ଦର୍ପଣ ଲଗାଇବା ଉଚିତ।

About The Author: The Sakala