ଘରକରଣାର ସ୍ବତନ୍ତ୍ର ଉପାୟ

– ଚା’କୁ ବ୍ୟବହାର କଲାପରେ ଏହାକୁ ଧୋଇଦେଇ ଗଛମୂଳରେ ବ୍ୟବହାର କଲେ ଭଲ ସାର ହୁଏ। ଏହାକୁ ଶୁଖାଇ ଝୁଣାରେ ପକାଇ ଧୂଆଁ ଦେଲେ ମଶା ମଧ୍ୟ ଚାଲିଯାଆନ୍ତି। -ଅଳେଇଚ ଚୋପାକୁ ଫୋପାଡ଼ି ନ ଦେଇ ଚା’ରେ ମିଶାଇ ରଖନ୍ତୁ। ଚା’ର ସ୍ବାଦ ବଢ଼ିଯିବ। -ଚିନି ଡବାରେ ଲବଙ୍ଗ କିଛି ପକାଇଦେଲେ ପିମ୍ପୁଡି ଲାଗନ୍ତି ନାହିଁ। -ପିମ୍ପୁଡି ଓ ଅସରପା ଖାଦ୍ୟ ଥାଳିରେ ଲାଗିଲେ ବିଷାକ୍ତ ଗାମାକ୍‌ସିନ୍‌ ଜାଗାରେ ହଳଦିରେ ଲୁଣ ମିଶାଇ ଛିଞ୍ଚିଦିଅନ୍ତୁ, ଏମାନେ ଚାଲିଯିବେ। […]

– ଚା’କୁ ବ୍ୟବହାର କଲାପରେ ଏହାକୁ ଧୋଇଦେଇ ଗଛମୂଳରେ ବ୍ୟବହାର କଲେ ଭଲ ସାର ହୁଏ। ଏହାକୁ ଶୁଖାଇ ଝୁଣାରେ ପକାଇ ଧୂଆଁ ଦେଲେ ମଶା ମଧ୍ୟ ଚାଲିଯାଆନ୍ତି।

-ଅଳେଇଚ ଚୋପାକୁ ଫୋପାଡ଼ି ନ ଦେଇ ଚା’ରେ ମିଶାଇ ରଖନ୍ତୁ। ଚା’ର ସ୍ବାଦ ବଢ଼ିଯିବ।

-ଚିନି ଡବାରେ ଲବଙ୍ଗ କିଛି ପକାଇଦେଲେ ପିମ୍ପୁଡି ଲାଗନ୍ତି ନାହିଁ।

-ପିମ୍ପୁଡି ଓ ଅସରପା ଖାଦ୍ୟ ଥାଳିରେ ଲାଗିଲେ ବିଷାକ୍ତ ଗାମାକ୍‌ସିନ୍‌ ଜାଗାରେ ହଳଦିରେ ଲୁଣ ମିଶାଇ ଛିଞ୍ଚିଦିଅନ୍ତୁ, ଏମାନେ ଚାଲିଯିବେ।

ଲେମ୍ବୁଚୋପାକୁ ଶୁଖାଇ ଗୁଣ୍ଡ କରି ଇଟାଚୂନ ଓ ଅଳ୍ପ ବାସନମଜା ସର୍ଫ ମିଶାଇ ବାସନ ମାଜିଲେ ସଫା ଭଲ ହୁଏ। ଖର୍ଚ୍ଚ ମଧ୍ୟ କମ୍‌ ହୋଇଥାଏ।

ଘିଅରେ ଲବଙ୍ଗ ଅଳ୍ପ ପକାଇ ରଖିଲେ ଘିଅ ବେଶୀଦିନ ରହେ।

କାଚ ବାସନକୁ ଲେମ୍ବୁ ବା ବେକିଂ ପାଉଡ଼ର ଘଷି ସଫାକଲେ ନୂଆ ପରି ରହେ।

ଦହିକୁ ମାଟିପତ୍ର କିମ୍ବା ଚିନା ମାଟିପାତ୍ରରେ ବସାଇଲେ ବହଳିଆ ବସେ।

About The Author: The Sakala