କରଞ୍ଜିଆ: ହାତୀ ଆକ୍ରମଣରେ ଯୁବକ ମୃତ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ପାର୍ବତୀପୁର ଗାଁ ଆମ୍ବ ବଗିଚାରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି ଜାମଦାପାଳ ଗ୍ରାମର ଜୁନା ନାଏକ । ହାତୀ ଆକ୍ରମଣରେ ଗୁରୁତର ଆହତ ଅବସ୍ଥାରେ ବନବିଭାଗ ଉଦ୍ଧାର କରି ତାଙ୍କୁ ପ୍ରଥମେ ଶୁକୃଳି ମେଡିକାଲ ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ବନବିଭାଗ ଓ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।