ମାଛ ଧରୁଥିବାବେଳେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

ରୂପସା : ବାଲେଶ୍ଵର ଜିଲ୍ଲା ରୁପ୍ସା ଥାନା ଅନ୍ତର୍ଗତ ବୁଧଖଣ୍ଡି ଗ୍ରାମରେ ଜଣେ ଯୁବକ ନିଜ ପୋଖରୀରେ ମାଛ ଧରୁଥିବା ବେଳେ ଜାଲରେ ଛନ୍ଦି ହୋଇ ଯିବାରୁ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ପ୍ରଭୁଚରଣ ରାଉତ (୩୦) । ଆଜି ସକାଳେ ପ୍ରଭୁଚରଣ ନିଜ ପୋଖରୀକୁ ଜାଲ ପକାଇବା ପାଇଁ ଯାଇଥିବା ବେଳେ ଆଉ ଫେରିନଥିଲେ। କିଛି ସମୟ ପରେ ପରିବାର ଲୋକେ ଖୋଜାଖୋଜି କରି ତାଙ୍କୁ ପୋଖରୀର ପାଣି ଭିତରେ […]

ରୂପସା : ବାଲେଶ୍ଵର ଜିଲ୍ଲା ରୁପ୍ସା ଥାନା ଅନ୍ତର୍ଗତ ବୁଧଖଣ୍ଡି ଗ୍ରାମରେ ଜଣେ ଯୁବକ ନିଜ ପୋଖରୀରେ ମାଛ ଧରୁଥିବା ବେଳେ ଜାଲରେ ଛନ୍ଦି ହୋଇ ଯିବାରୁ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ପ୍ରଭୁଚରଣ ରାଉତ (୩୦) । ଆଜି ସକାଳେ ପ୍ରଭୁଚରଣ ନିଜ ପୋଖରୀକୁ ଜାଲ ପକାଇବା ପାଇଁ ଯାଇଥିବା ବେଳେ ଆଉ ଫେରିନଥିଲେ। କିଛି ସମୟ ପରେ ପରିବାର ଲୋକେ ଖୋଜାଖୋଜି କରି ତାଙ୍କୁ ପୋଖରୀର ପାଣି ଭିତରେ ଜାଲରେ ଛନ୍ଦିଯାଇଥିବା ଅବସ୍ଥାରେ ଉଦ୍ଧାର କରିଥିଲେ। ତେବେ ଉଦ୍ଧାର ସମୟକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି କୁହାଯାଇଛି। ରୁପ୍ସା ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି।

About The Author: The Sakala