ସୁନ୍ଦରଗଡ଼: ଶୋଇଥିବା ବେଳେ ଯୁବତୀଙ୍କୁ ନିଆଁ ଲଗାଇ ଦେଲେ ନୃଶଂସ ପ୍ରେମିକ । ସୁନ୍ଦରଗଡ଼ ଜିଲ୍ଲା ଵିଶ୍ରା ଥାନା ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତ ଜାରାଟୋଲା ଗାଁରେ ଜଣେ ଯୁଵତୀକୁ ପେଟ୍ରୋଲ ଢାଳି ମାରି ଦେବା ପାଇଁ ଉଦ୍ୟମ ହୋଇଥିଵା ଅଭିଯୋଗ ହୋଇଛି। ପେଟ୍ରୋଲ ନିଆଁରେ ପୋଡି ଯାଇଥିବା ଯୁବତୀଙ୍କୁ ରାଉରକେଲା ସହରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅଭିଯୋଗ ପାଇବା ପରେ ବିଶ୍ରା ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସୂଚନା ଅନୁସାରେ, କଥା ନହେବାରୁ ରାଗରେ ପୁରୁଷ ଵନ୍ଧୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଡବାରେ ପେଟ୍ରୋଲ ଆଣି ଝରକା ବାଟେ ପାଇପ ଯୋଗେ ପେଟ୍ରୋଲ ପକାଇ ମାରି ଦେବାକୁ ଉଦ୍ୟମ କରିଥିବା ପରିବାର ଲୋକଙ୍କ ଅଭିଯୋଗ।