ବରଗଡ: ଆଜି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ପଡିବ ଯବନିକା । କୃଷ୍ଣଙ୍କ ହାତରେ ବଧ ହେବେ ମାମୁଁ କଂସ । ଗତ ଡ଼ିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆଜି ଅନ୍ତିମ ଦିବସରେ ପହଞ୍ଚିଛି। ମଥୁରା ନଗରୀରେ ଚାଲିଥିବା କଂସ ରାଜୁତିର ଆଜି ଅନ୍ତ ଘଟିବ। ଆଜି ବିଶ୍ୱର ସର୍ବବୃହତ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ମାମୁ କଂସକୁ ବଧ କରିବେ କୃଷ୍ଣ।
ସୂଚନାଯୋଗ୍ୟ, ଦଶମ ଦିବସରେ ମଥୁରାରେ ପହଞ୍ଚିଛନ୍ତି ବନବିହାରୀ । ପ୍ରଭୁଙ୍କୁ ଦର୍ଶନ ପାଇ ଭକ୍ତଙ୍କ ଭିତରେ ଆନନ୍ଦ, ଉତ୍ସାହ ଲାଗି ରହିଛି । ଆଜି କୃଷ୍ଣ ବଳରାମଙ୍କ ସହ ଗୋପାଳ ବାଳକଙ୍କ ମଥୁରା ଭ୍ରମଣ, କୁବଳୟା ହସ୍ତୀ ବଧ, ଚାଣୁର ଓ ମୁଷ୍ଟିକ ଆଦି ଅଷ୍ଟମଲ୍ଲ ବଧ, ଶିବଧନୁ ଭଗ୍ନ ସହ ଉଗ୍ରସେନଙ୍କ ରାଜ୍ୟାଭିଷେକ ଏବଂ ମଥୁରା କାରାଗାରରୁ ଦେବକୀ ବସୁଦେବଙ୍କୁ ମୁକ୍ତି ଦୃଶ୍ୟ ଅଭିନିତ ହେବ ।
ଏପଟେ ମହାରାଜ କଂସ ଧନୁଯାତ୍ରାର ଦଶମ ଦିନରେ ନଗର ଭ୍ରମଣ ସହ ରଂଗମହଲରେ ନାଚଗୀତର ମଜା ନେଉଛନ୍ତି । ରାତ୍ରୀ ନିଦ୍ରାରେ କୃଷ୍ଣଙ୍କୁ ଦେଖି ବ୍ୟତିବ୍ୟସ୍ତ ହୋଇପଡିଛନ୍ତି ମଥୁରାଧିପତି । ହଠାତ ନିଦରୁ ଉଠି ନିଜ ମନ୍ତ୍ରୀ ପରିଷଦକୁ ଜଣାଇଛନ୍ତି । ମନ୍ତ୍ରୀ ସେନାପତି ମହାରାଜ କଂସଙ୍କୁ ଆଶ୍ଵସ୍ତି କରିଛନ୍ତି ।